ଭୁବନେଶ୍ୱର'ମୋ ସ୍କୁଲ୍ ଅଭିଯାନର ୨୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶୁକ୍ରବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖୁ ଚଳିତ ମାସ ଭଷ୍ଟ୍ରିଆଲ୍ ମୋଡ଼ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୪ଟି ଜିଲ୍ଲାର ମୋଟ ୧୨୧ କୋଟି ୨୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୩୬ ହଜାରରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ବରରେ ସର୍ବାଧୂକ ୧୭୭ କୋଟି, କଟକରେ ୫୩ ଲକ୍ଷ ୫୪ ହଜାର, ଭଦ୍ରକରେ ୩୬ ଲକ୍ଷ ୩୩ ହଜାର, ଅନୁଗୁଳରେ ୩୩ ଲକ୍ଷ ୧୮ ହଜାର ଏବଂ ବରଗଡ଼ରେ ୧୮ ଲକ୍ଷ ୫୪ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି ।
ଏହାସହ ବିଭିନ୍ନ ସିଏଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୫ କୋଟି ୫୫ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୨୧ କୋଟି ୨୬ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ବର ଜିଲ୍ଲାରେ ଲଗାତାର ୫ମ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧୂକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏ କ୍ଷେତ୍ରରେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧୁକାରୀଙ୍କ ଭୂମିକାକୁ କାର୍ଯ୍ୟନିର୍ବାହୀ ପରିଷଦ ପ୍ରଶଂସା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୬ ହଜାର ପୁରାତନ ଛାତ୍ରଛାତ୍ରୀ 'ମୋ ସ୍କୁଲ୍ ଅଭିଯାନରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୩୩ ହଜାରରୁ ଊଦ୍ଧ ସ୍କୁଲ୍ 'ମୋ ସ୍କୁଲ୍ ଅଭିଯାନରେ ସାମିଲ ହୋଇଛି ।
'ମୋ ସ୍କୁଲ୍ ଅଭିଯାନରେ ସାମିଲ ହୋଇଥିବା ପୁରାତନ ଛାତ୍ରଙ୍କୁ ଜିଲ୍ଲା, କ୍ଳବ୍ ଓ ସ୍କୁଲ୍ସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏଯାବତ୍ ୧୩ଟି ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଧନ୍ୟବାଦ ପତ୍ର ପ୍ରଦାନ କରାଯାଇଛି । ଆସନ୍ତା ମେ' ୧୫ ସୁଦ୍ଧା ସମସ୍ତ ଜିଲ୍ଲାରେ ବିଦ୍ୟାଳୟସ୍ତରରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଏହି ଧନ୍ୟବାଦ ପତ୍ର ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି ।ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ '୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ'କୁ ସର୍ବାଧୂକ ଗୁରୁତ୍ବ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲାପାଳ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାକରଣ, ମାଧ୍ୟମିକ ଶିକ୍ଷା ପରିଷଦ, ଶିକ୍ଷକ ଶିକ୍ଷା ଓ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ୍ ପରିଷଦ(ଟିଇ ଆଣ୍ଡ ଏସ୍ସିଇଆର୍ଟି) ସହଯୋଗରେ ରାଜ୍ୟର ୧ ହଜାର ଉଚ୍ଚ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦିଆଯାଉଛି । ବିଶ୍ୱସ୍ତରୀୟ ମାନରେ ଭିତ୍ତିଭୂମି ବିକାଶ ସହ ପିଲାମାନଙ୍କ ପାଠପଢାରେ କିଭଳି ଉନ୍ମତି ଅଣାଯାଇପାରିବ ତାହାକୁ ଦୃଷ୍ଟିରେ ରଖ୍ କାର୍ଯ୍ୟ ଆରମ୍ଭ ହୋଇଛି ।
ସିଏଆର୍ ପାଣ୍ଠିରୁ ମିଳୁଥିବା ଅନୁଦାନ ସହ 'ମୋ ସ୍କୁଲ୍'ର ଦୁଇଗୁଣା ସହାୟତା ରାଶିକୁ ମିଶାଇ ପ୍ରତ୍ୟେକ ବିଦ୍ୟାଳୟର ବିକାଶ କରାଯିବାକୁ ଲକ୍ଷ୍ୟ ରହିଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ 'ସେଣ୍ଟର୍ ଫର୍ ଏନ୍ଭାରୋମେଣ୍ଟ ଷ୍ଟଡିଜ୍ ସହଯୋଗରେ ୧ ହଜାର ସ୍କୁଲ୍ରେ 'ଏନର୍ଜି କ୍ଲବ୍' ପ୍ରତିଷ୍ଠା କରାଯିବ । ବିଦ୍ୟାଳୟଗୁଡ଼ିକରେ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ଏବଂ ଏ ସମ୍ପର୍କିତ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ କରିବାକୁ ପ୍ରତ୍ୟେକ ବିଦ୍ୟାଳୟକୁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବ । ସେହିଭଳି ନିର୍ଦ୍ଧାରିତ ସମୟରେ ମୋ ସ୍କୁଲ୍ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖୁବାକୁ ସ୍ବତନ୍ତ୍ର ଅଡିଟର୍ମାନଙ୍କୁ ନିୟୋଜିତ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ 'ମୋ ସ୍କୁଲ୍ ଅଭିଯାନ' ଅନ୍ତର୍ଗତ ସ୍କୁଲ୍ ଆଡପୃନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରତି ପୁରାତନ ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅପ୍ରତ୍ୟାଶିତ ଆଗ୍ରହ ପ୍ରକାଶ ପାଇଛି ।
ବିଭିନ୍ନ ବର୍ଗର ଲୋକ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥୁବା ବେଳେ 'ମୋ ସ୍କୁଲ୍ ପକ୍ଷରୁ ପର୍ଯ୍ୟାୟକ୍ରମେ ପୋଷ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ନେଇ ମଇ ୧୦ ତାରିଖରେ ଭର୍ତ୍ତୃଆଲ୍ ବୈଠକର ଆୟୋଜନ କରାଯାଉଛି । ବର୍ତ୍ତମାନ ସୁଦ୍ଧା । ୧୩୮୦ଜଣ ବ୍ୟକ୍ତିବିଶେଷ ବିଭିନ୍ନ ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାକରଣ(ଓଏସ୍ଇପିଏ), ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍ସିଇଆର୍ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଏବଂ ଭାରପ୍ରାପ୍ତ ଅଧୁକାରୀ, ମୋ ସ୍କୁଲ୍ ଉପସ୍ଥିତ ଥିଲେ
Post a Comment