loading...

କୋଭିଡ୍ ସଂକ୍ରମଣର ଦ୍ବିତୀୟ ଲହରକୁ ପ୍ରତିହିତ କରିବା ପାଇଁ ଦେଶବ୍ୟାପୀ ସେବା ହିଁ ସଂଗଠନ’ କାଯ୍ୟକ୍ରମ ଆରମ୍ଭ

ଦେଶବ୍ୟାପୀ କୋଭିଡ ସଂକ୍ରମଣର ୨ୟ ଲହର କ୍ରମଶ କାୟା ବିସ୍ତାର କରିଚାଲିଛି । ଓଡ଼ିଶା ରାଜ୍ୟ ମଧ୍ୟ କୋଭିଡ୍ ସଂକ୍ରମଣର ଦ୍ବିତୀୟ ଲହରରେ ପ୍ରଭାବିତ

କୋଭିଡ୍ ସଂକ୍ରମଣର ଦ୍ବିତୀୟ ଲହରକୁ ପ୍ରତିହିତ କରିବା ପାଇଁ ଦେଶବ୍ୟାପୀ ସେବା ହିଁ ସଂଗଠନ’ କାଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ଦେଶବ୍ୟାପୀ କୋଭିଡ ସଂକ୍ରମଣର ୨ୟ ଲହର କ୍ରମଶ କାୟା ବିସ୍ତାର କରିଚାଲିଛି । ଓଡ଼ିଶା ରାଜ୍ୟ ମଧ୍ୟ କୋଭିଡ୍ ସଂକ୍ରମଣର ଦ୍ବିତୀୟ ଲହରରେ ପ୍ରଭାବିତ ହୋଇଛି । ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡା଼ଇ ଆହ୍ବାନକ୍ରମେ କୋଭିଜ୍ ସଂକ୍ରମଣର ଦ୍ବିତୀୟ ଲହରକୁ ପ୍ରତିହିତ କରିବା ପାଇଁ ଦେଶବ୍ୟାପୀ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଶେଷ ଭାବେ ‘ମେରା ବୁଥ, କରୋନା ମୁକ୍ତ’ ଅଭିଯାନକୁ ଗୁରୁତ୍ବ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଗତ ଏପ୍ରିଲ ୨୬ ତାରିଖ ସୋମବାରଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି । ଭର୍ଚୁଆଲ ମିଟିଂ ଜରିଆରେ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ସମୀକ୍ଷା ବୈଠକରେ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି ପୁରଦେଶ୍ଵରୀ, ସହପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, କେ.ଭି.ସିଂହଦେଓ ଓ ବସନ୍ତ ପଣ୍ଡା, ସେବା ହିଁ ସଂଗଠନର ରାଜ୍ୟ ସଂଯୋଜକ ତଥା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସହ ସଂଯୋଜକ ନୟନ ମହାନ୍ତି, ବଳଭଦ୍ର ମାଝା, ଅଭିମନ୍ୟୁ ସେଠୀ, ଟଙ୍କଧର ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ପୃୟୀରାଜ ହରିଚନ୍ଦନ, ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ସମସ୍ତ ସାଂସଦ ଓ ସାଂସଦ ପ୍ରାର୍ଥୀ, ସମସ୍ତ ବିଧାୟକ ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶାରେ କୋଭିଡ୍ ଟେଷ୍ଟ ସଂଖ୍ୟାର ବୁଦ୍ଧି, ଡାକ୍ତରଖାନା ଓ ଶଯ୍ୟ ସଂଖ୍ୟା ବୃଦ୍ଧି, ଆସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି, ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଉପଲବ୍ଧ କରାଯିବା, ଭେଟିଲେଟର ସଂଖ୍ୟା ବୃଦ୍ଧି କରାଯିବା, କୋଭିଡ୍ ରୋଗୀଙ୍କ ପାଇଁ ସ୍ଵତନ୍ତ୍ର ଆମ୍ବୁଲାନ୍ତି ସେବା ଯୋଗାଇବା ଆଦି ପ୍ରସଙ୍ଗରେ ଆଜିର ଏହି ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସେହିପରି ୨ୟ ପର୍ଯ୍ୟାୟର ଏହି ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସର୍ବଦା ମାୟ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ହାତ ଧୋଇବାକୁ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାମାନେ ସାଧାରଣ ଜନତାଙ୍କୁ ସଚେତନ କରାଇବେ । ପ୍ରତ୍ୟେକ ଦିନ ସମସ୍ତ ଜିଲ୍ଲା ସମେତ ରାଜ୍ୟସ୍ତରୀୟ ସମୀକ୍ଷା ରିପୋର୍ଟ ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡା଼ଜୀଙ୍କୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସଂଯୋଜକ ଶ୍ରୀ ଭୃଗୁ ବକ୍ସିପାତ୍ର ସୂଚନା ଦେଇ କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget