ଭୁବନେଶ୍ବର, ଆନ୍ତଃରାଜ୍ୟ ସୀମାରେ ଚେକ୍ପୋଷ୍ଟଗୁଡ଼ିକ ନିର୍ମାଣ କରାଯାଇ ଜିଲ୍ଲାକୁ ପ୍ରବେଶ କରୁଥିବା ଲୋକଙ୍କୁ ୭୨ ଘଣ୍ଟା ମଧରେ କରାଯାଇଥିବା କୋଭିଡ୍ ଟେଷ୍ଟର ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ଛଡ଼ାଯିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଆଗରୁ ପରୀକ୍ଷା କରି ନଥିଲେ ସେମାନଙ୍କୁ ଚେକ୍ପୋଷ୍ଟଠାରେ ଟେଷ୍ଟ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ଆଜି କଳାହାଣ୍ଡି ଜିଲ୍ଲା ପରିସ୍ଥିତି ଉପରେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କରିଥିବା ଭର୍ଚୁଆଲ୍ ସମୀକ୍ଷାରେ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗଲି ପ୍ରକାଶ କରିଛନ୍ତି ।
ଜିଲ୍ଲାର ସ୍ବାସ୍ଥ୍ୟ ପ୍ରଶାସନର ବରିଷ୍ଠ ଅଧୁକାରୀ, ସମସ୍ତ ବିଡିଓ, ପୌରାଞ୍ଚଳ ନିର୍ବାହୀ ଅଧୁକାରୀମାନଙ୍କୁ ନେଇ କରାଯାଇଥିବା ଏହି ସମୀକ୍ଷାରେ ଆଗକୁ କୋଭିଡ୍ ଟେଷ୍ଟି ସେଣ୍ଟର ସଂଖ୍ୟା ବୃଦ୍ଧି କରିବା ଏବଂ ଟେଷ୍ଟିକୁ ମଧ୍ୟ ବଢ଼ାଇବାକୁ ପରାମର୍ଶ ଦିଆଯାଇଥୁଲା । ସେହିପରି ରାତ୍ରିକାଳୀନ କହିଂକୁ କଡ଼ାକଡ଼ି କରାଯିବା ସହ ଖୁଲାପକାରୀଙ୍କୁ ସମୁଚିତ ଦଣ୍ଡବିଧାନ କରାଯିବାକୁ କୁହାଯାଇଥିଲା । ଏପରିକି ଦିନବେଳେ ବଜାର, ରାସ୍ତାଘାଟରେ ବିନା ମାସ୍କ କିମ୍ବା ଅଯଥା ଗହଳି କରୁଥିଲେ ସଂପୃକ୍ତ ବ୍ୟବସାୟିକ ସଂସ୍ଥାକୁ ସିଲ୍ କରିବାକୁ କୁହାଯାଇଛି । ବିଶେଷ ଭାବେ ମାଇକ୍ରୋ କଣ୍ଟମେଣ୍ଟ ଜୋନ୍ କରିବାକୁ ଗୁରୁତ୍ବ ଦିଆଯାଇଥିଲା । ଫଳରେ ଅନ୍ୟମାନେ ହଇରାଣ ହେବେ ନାହିଁ ।
ଯେଉଁମାନେ ହୋମ୍ ଆଇସୋଲେସନ୍ରେ ରହିଛନ୍ତି ସେମାନଙ୍କୁ ନିୟମିତ ବ୍ୟବଧାନରେ ଚିକିତ୍ସା ଉପଲବ୍ଧ କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ବର୍ତ୍ତମାନ ୩ଟି କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟ କରୁଛି ଏବଂ ସେଥିରେ ୩୪୦ଟି ବେଡ୍ ରହିଛି । ଯେଉଁଥିରେ ବର୍ତ୍ତମାନ ୧୯୧ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଲା କୋଭିଡ୍ ହସ୍ପିଟାଲ୍ରେ ୧୦୦ ଗୋଟି ବେଡ୍ ରହିଛି ଏବଂ ସେଠାରେ ୮୪ ଜଣ ଚିକିତ୍ସିତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲାରେ ଦ୍ବିତୀୟ ଲହରୀ କୋଭିରେ ୯ ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି ବୋଲି ରିପୋର୍ଟରୁ ପ୍ରକାଶ । ତା'ଛଡ଼ା ବର୍ତ୍ତମାନ ୧୧୮୩ଟି ପଜେଟିଭ୍ କେସ୍ ରହିଥିବାବେଳେ ୨୮୧୩ଟି ଆକ୍ଟିଭ୍ କେସ୍ ରହିଛି ।
କେଭିଡ୍ ହସ୍ପିଟାଲ୍ରେ ୧୦୦ଟି ବେଡ୍ ମଧ୍ୟରୁ ୯୪ଟି ଅନିଜେନ୍ । ଖଞ୍ଜା ବେଡ୍ ରହିଛି । ଆଗକୁ ଆହୁରି ୪ଟି କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରି ୮୦୦ଟି ବେଡ୍ର ବ୍ୟବସ୍ଥା । କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏବେ ହୋମ୍ ଆଇସୋଲେସରେ ୨୫୧୪ ଜଣ ରହିଥିବା ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାରେ ୨୧୨୬୨ ଜଣଙ୍କୁ କୋଭିକ୍ଶିନ ପ୍ରତିଷେଧକ ଟିକା ଦିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧୁକାରୀ ଜଣାଇଛନ୍ତି । ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସୀମାନ୍ତ ଜିଲ୍ଲା ଭାବେ ଅନୁପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖୁବା ସହିତ ଜିଲ୍ଲା ମଧ୍ୟରେ କୋଭିତ୍ ନିୟମ ଅନୁପାଳନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ ।
Post a Comment