ଭୁବନେଶ୍ବର, ଭାରତୀୟ ରେଳପଥ ଟ୍ରାଫିକ୍ ସେବାର ୧୯୮୫ ବ୍ୟାଚ୍ ବରିଷ୍ଠ ଅଧୁକାରୀ ସଂଜୟ କୁମାର ମହାନ୍ତି ନୂଆଦିଲ୍ଲୀସ୍ତ ରେଳ ମନ୍ତ୍ରଣାଳୟର ରେଲୱେ ବୋର୍ଡ଼ର ନୂଆ ମେମ୍ବର (ଅପରେସନ୍ ଓ ବିଜନେସ୍ ଡେଭେଲପମେଣ୍ଟ) ତଥା ଭାରତ ସରକାରଙ୍କ ପଦପଯୁକ୍ତ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଏହି ନୂତନ ପଦବୀରେ ଯୋଗଦାନ ପୂର୍ବରୁ ଶ୍ରୀ ମହାନ୍ତି କୋଲକାତାସୁ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
ଶ୍ରୀ ମହାନ୍ତି ନୂଆଦିଲ୍ଲୀସ୍ଥ ରେଲୱେ ବୋର୍ଡ଼ରେ ପ୍ରମୁଖ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଟ୍ରାଫିକ୍ ପରିବହନ), ପୂର୍ବ ତଟ ରେଳପଥରେ ବରିଷ୍ଠ ଉପମହାପ୍ରବନ୍ଧକ ଓ ମୁଖ୍ୟ ସତର୍କତା ଅଧୁକାରୀ, ମୁଖ୍ୟ ପରିବହନ ଯୋଜନା ପ୍ରବନ୍ଧକ ଏବଂ ମୁଖ୍ୟ ପଣ୍ୟ ପରିବହନ ପ୍ରବନ୍ଧକ, ଭୁବନେଶ୍ଵର ଆଇ.ଆର୍.ସି.ଟି.ସି.ର ଆଞ୍ଚଳିକ ମହାପ୍ରବନ୍ଧକ ଏବଂ ଖୋର୍ଦ୍ଧାରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଇତ୍ୟାଦି ଭାରତୀୟ ରେଳପଥର ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟକରିଛନ୍ତି ।
ତାଙ୍କ ସମୟରେ ପଣ୍ୟ ପରିବହନ କ୍ଷେତ୍ରରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଭାରତୀୟ ରେଳପଥରେ ସର୍ବୋଚ୍ଚ ସ୍ଥାନ ଅଧୁକାର କରିବା ଥିଲା ଶ୍ରୀ ମହାନ୍ତିଙ୍କର ସବୁଠୁଁ ବଡ଼ ସଫଳତା ।
ଶ୍ରୀ ମହାନ୍ତି ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ଡିଗ୍ରୀ ହାସଲ କରି ଭାରତୀୟ ରେଳପଥରେ ଯୋଗଦାନ କରି ମୁମ୍ବାଇ, ନାଗପୁର, ଝାନ୍ସି ଏବଂ କୋକୋଣ ରେଳପଥର ବହୁ ଉଚ୍ଚ ପଦପଦବୀରେ କାର୍ଯ୍ୟକରିଛନ୍ତି । ସେ ପ୍ରଶାସନରେ ଅଭିନବୀକରଣ ଏବଂ ପ୍ରଣାଳୀ ଗଠନ କରିବାରେ ଦକ୍ଷତା ଅର୍ଜନ କରିଛନ୍ତି ।
Post a Comment