loading...

ଓଡ଼ିଶାର ବିକାଶ ପାଇଁ ବିମାନ ସଂଯୋଗକୁ ସର୍ବଦା ଗୁରୁତ୍ବ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ଧର୍ମେନ୍ଦ୍ର

ଝାରସୁଗୁଡାରୁ ପାଟଣା, ଗୌହାଟି ଏବଂ ଅମୃତସରକୁ ବିମାନ ଚଳାଚଳ ହେବା ଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ - ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ବିକାଶ ପାଇଁ ବିମାନ ସଂଯୋଗକୁ ସର୍ବଦା ଗୁରୁତ୍ବ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ଧର୍ମେନ୍ଦ୍ର

ଭୁବନେଶ୍ବର, ସ୍କାଇସଜେଟ୍ ପକ୍ଷରୁ ଶନିବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ତିନି ପ୍ରମୁଖ ସହର ପାଟଣା, ଗୌହାଟି ଏବଂ ଅମୃତସରକୁ ବିମାନ ସେବା ଆରମ୍ଭ ହେବା ଫଳରେ ପଶ୍ଚିମ ଓଡ଼ିଶାର ଲୋକମାନେ ଅଧିକ ଉପକୃତ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜି ଠାରୁ ସ୍କାଇସଜେଟର ବିମାନ ସେବା ବିହାରର ପାଟଣା, ଆସାମର ଗୌହାଟି ଏବଂ ପଞ୍ଜାବର ଅମୃତସରକୁ ଆରମ୍ଭ ହେବା ସ୍ୱାଗତଯୋଗ୍ୟ । 

ଝାରସୁଗୁଡ଼ାରୁ ଦେଶର ଏହି ତିନି ପ୍ରମୁଖ ସହର ଗୁଡିକୁ ପ୍ରତିଦିନ ବିମାନ ଚଳାଚଳ ହେବା ଦ୍ବାରା ପଶ୍ଚିମ ଓଡ଼ିଶାରେ ବସବାସ କରିଥିବା ଲୋକମାନେ ଅଧୁକ ଉପକୃତ ହେବେ । ଓଡ଼ିଶାର ବିକାଶ ତଥା ଅଭିବୃଦ୍ଧି ପାଇଁ ବିମାନ ସଂଯୋଗକୁ ସର୍ବଦା ଗୁରୁତ୍ବ ଦେଉଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଓଡ଼ିଶାର ଲୋକମାନଙ୍କ ପାଇଁ ଏହି ଅତିରିକ୍ତ ବିମାନ ସେବା ଆରମ୍ଭ କରିଥିବାରୁ ସ୍କାଇସଜେଟକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget