loading...

ଷ୍ଟିଲ ଉଦ୍ୟୋଗ ଦ୍ୱାରା ଦେଶରେ ୧୦ ହଜାର ଅକ୍ସିଜେନ ସଂଯୁକ୍ତ ଶଯ୍ୟା ପ୍ରତିଷ୍ଠା ହେଉଛି - ଧର୍ମେନ୍ଦ୍ର ପ୍ରଧାନ

କୋଭିଡ୍୧୯ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ୍ ଶିର ଭୂମିକା ଏବଂ ଯୋଗଦାନ ଉପରେ ଶୁକ୍ରବାର ସରକାରୀ ଏବଂ ଘରୋଇ ଇସ୍ପାତ୍ ଶିଳ୍ପର ମୁଖ୍ୟ

ଷ୍ଟିଲ ଉଦ୍ୟୋଗ ଦ୍ୱାରା ଦେଶରେ ୧୦ ହଜାର ଅକ୍ସିଜେନ ସଂଯୁକ୍ତ ଶଯ୍ୟା ପ୍ରତିଷ୍ଠା ହେଉଛି - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର, କୋଭିଡ୍୧୯ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ୍ ଶିର ଭୂମିକା ଏବଂ ଯୋଗଦାନ ଉପରେ ଶୁକ୍ରବାର ସରକାରୀ ଏବଂ ଘରୋଇ ଇସ୍ପାତ୍ ଶିଳ୍ପର ମୁଖ୍ୟ ଓ ଅଧିକାରୀ ମାନଙ୍କ ସହ ଏକାଧୁକ ବୈଠକ କରି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇସ୍ପାତ୍ ଉଦ୍ୟାଗ ଦେଶରେ ୧୦ ହଜାର ଅକ୍ସିଜେନ ସଂଯୁକ୍ତ ଶଯ୍ୟ ପ୍ରତିଷ୍ଠା କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ଇସ୍ପାତ୍ ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡ୍‌(ଆରଆଇଏନଏଲ), ନ୍ୟାସନାଲ ମିନେରାଲ ଡେଭଲପମେଟ୍ କର୍ପୋରେସନ(ଏନଏମଡସି), ମୋଏଲ ଦ୍ବାରା କୋଭିଡ୍ ସଂକ୍ରମିତ ରୋଗୀଙ୍କ ପାଇଁ ୫ ହଜାର ଅକ୍ସିଜେନ୍ ସଂଯୁକ୍ତ ଶଯ୍ୟା ପ୍ରତିଷ୍ଠା କରାଯାଉଛି । ଅନୁରୂପ ଭାବରେ ଟାଟା ଷ୍ଟିଲ, ଆନ୍ସିଲର ମିତଲ ନିପନ ଷ୍ଟିଲ, ଜେଏସଡବୁ ଷ୍ଟିଲ, ଜିନ୍ଦଲ ଷ୍ଟିଲ ଦ୍ବାରା ଗ୍ୟାସ ଅକ୍ସିଜେନ ସଂଯୁକ୍ତ ୫ ହଜାର ଶଯ୍ୟ ଏପରି ମୋଟ ୧୦ ହଜାର ଶଯ୍ୟ ପ୍ରତିଷ୍ଠା ହେବ ବୋଲି ଏହି ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି ।

ଷ୍ଟିଲ ପ୍ଲାଟରୁ ମେଡ଼ିକାଲ ଅକ୍ସିଜେନ ଯୋଗାଣକୁ ବଢ଼ାଇବା ତଥା ପ୍ଲାଟରୁ ହସ୍ପିଟାଲ ଗୁଡ଼ିକୁ ସିଧାସଳଖ ଅକ୍ସିଜେନ ଯୋଗାଇ ଦେବା ପାଇଁ ସବୁପ୍ରକାର ପଦକ୍ଷେପ ନେବାକୁ ସରକାରୀ ଏବଂ ଘରୋଇ ଇସ୍ପାତ୍ ଶିର ମୁଖ୍ୟ ଓ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ଅକ୍ସିଜେନ ସଂଯୁକ୍ତ ଶଯ୍ୟା ସହ ବୃହତ କୋଭିଡ୍ କେୟାର ସୁବିଧା ନିର୍ମାଣ କରିବା ପାଇଁ ଆହ୍ବାନ କରିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget