loading...

କୋଭିଡ୍ ଲଢେଇରେ ଜିତିବା ପାଇଁ ସମସ୍ତ ଯଥାଯୋଗ୍ୟ ଓ ସଠିକ ପଦକ୍ଷେପରେ ରାଜ୍ୟ ସରକାରଙ୍କ ସହ ବିଜେପି

କୋଭିଡ୍ ଲଢେଇରେ ଜିତିବା ପାଇଁ ସମସ୍ତ ଯଥାଯୋଗ୍ୟ ଓ ସଠିକ ପଦକ୍ଷେପରେ ରାଜ୍ୟ ସରକାରଙ୍କ ସହ ଛିଡା ହୋଇଛି ବିଜେପି

କୋଭିଡ୍ ଲଢେଇରେ ଜିତିବା ପାଇଁ ସମସ୍ତ ଯଥାଯୋଗ୍ୟ ଓ ସଠିକ ପଦକ୍ଷେପରେ ରାଜ୍ୟ ସରକାରଙ୍କ ସହ ବିଜେପି

ଭୂବନେଶ୍ୱର, ରାଜ୍ୟରେ କୋଭିଡ୍ ୧୯ର ଦ୍ବିତୀୟ ଲହର ଆଜି କାୟା ବିସ୍ତାର କରୁଛି । ଭୁତାଣୁର ବାରମ୍ବାର ହେଉଥିବା ମ୍ୟୁସନ କାରଣରୁ ସଂକ୍ରମଣର ଗତି ତୀବ୍ର ଓ ଘାତକ ହେଉଛି । ଏହାର ମୁକାବିଲା ପାଇଁ ଆମ ସମସ୍ତଙ୍କୁ ଏକାଠି ଲଢିବାକୁ ପଡ଼ିବ । ରାଜ୍ୟରେ ଅଧିକାଂଶ ଜିଲ୍ଲା ଆଳି ରେଡ ଜୋନରେ ପରିଣତ ହୋଇଛି ଏବଂ ସହରାଚଳମାନଙ୍କରେ ଏହାର ଭୟାଭୟ ବେଶୀ ଅନୁଭୁତ ହେଉଛି । ଏହି ଲଢେଇରେ ଜିତିବା ପାଇଁ ସମସ୍ତ ଯଥାଯୋଗ୍ୟ ଓ ସଠିକ ପଦକ୍ଷେପରେ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ସରକାରଙ୍କ ସହ ଛିଡା ହେବାର ନିଷ୍ପତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବିଜେପିର ଏକ ପ୍ରତିନି ଦଳ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭର୍ଚୁଆଲ ମିଟିଂ ଜରିଆରେ ଭେଟି ଇମେଲ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । 

ଏହି ଅବସରରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ତଥା ରାଜ୍ୟ ଉପସଭାପତି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରି କୁହାଯାଇଛି ଯେ, ଯେଉଁଠାରେ ମନୁଷ୍ୟକୃତ ପରିଚାଳନାଗତ ଅବ୍ୟବସ୍ଥା ଦେଖାଯାଉଛି, ତାହା ରାଜ୍ୟ ସରକାରଙ୍କ ନଜରକୁ ଆଣିଛୁ ଏବଂ ଆଣିବୁ, ଯଦ୍ବାରା ସରକାରଙ୍କ କୋଭିଡ଼ ମୁକାବିଲା ପ୍ରକ୍ରିୟାରେ କ୍ଷିପ୍ରତା ଆସିବ ଏବଂ ତୁଟିଶୂନ୍ୟ ଭାବେ ରଣକୌଶଳ ହେଲେ ଆମେ ସଂକ୍ରମଣକୁ ଜିତିପାରିବା । ବିଜେପିର ସମସ୍ତ ଜିଲ୍ଲା ଓ ବ୍ଲକରେ କୋଭିଡ୍ ପରିଚାଳନା ସଂଚାଳନ ସମିତି ତିଆରି ହୋଇଛି ଓ ସହାୟତା ପାଇଁ ହେ ଲାଇନ ନମ୍ବର ମଧ୍ୟ ଜାରୀ ହୋଇଛି । 

ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନା ଯିବାରୁ ଆଇସୋଲେସନରେ ଥିବା ଲୋକମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା, ଅକ୍ସିଜେନ ଯୋଗାଣ, କରୋନା କିଟ୍ ଯୋଗାଣ ପର୍ଯ୍ୟନ୍ତ ଗୁଡିଏ କାମ ଆମେ ଅରମ୍ଭ କରିଛୁ ଏବଂ ସରକାରଙ୍କ ଅନୁମତି ମିଳିଲେ କୋଭିଡ୍ କେୟାର ସଂଟର ଖୋଲିବାକୁ ମଧ୍ୟ ଆମେ ଉଦ୍ୟମ କରିବୁ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ବିଜେପି ତରଫରୁ ଅବଗତ କରାଯାଇଛି । କୋଭିଚ୍ ପରିଚାଳନଗତ କିଛି ଅବ୍ୟବସ୍ଥା ଯାହା ବିଭିନ୍ନ ଜିଲ୍ଲାର ଭାରତୀୟ ଜନତା ପାର୍ଟିର ‘ସେବା ହିଁ ସଂଗଠନ' ସଂଚାଳନ ସମିତିର ସ୍ୱେଚ୍ଛାସେବୀମାନେ ଆମ ନଜରକୁ ଆଣିଛନ୍ତି, ତାକୁ ସରକାରଙ୍କ ନଜରକୁ ଆଣିବା ଆମର ଦାୟୀତ୍ ଏବଂ ଆଶା କରୁଛୁ । ଏହାର ଶୀଘ୍ର ସମାଧାନ ପାଇଁ ରାଜ୍ୟ ସରକାର ଚେଷ୍ଟିତ ହେବେ ବୋଲି ମୁଖ୍ୟ ଶାସନ ସଚିବଙ୍କ ନିକଟରେ ବିଜେପି ଆଶା ପ୍ରକାଶ କରିଛି । ହୋମ ଆଇସୋଲେସନର ପ୍ରକ୍ରିୟା କେଉଁଠି ନା କେଉଁଠି ବିଫଳ ହେଉଥିବାରୁ, ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟିରେ ୧୦୦- ୨୦୦ ଶଯ୍ୟା ବିଶିଷ୍ଟ କ୍ଲିଅର ଟିଏମସି ଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ସଂକ୍ରମଣ ହ୍ରାସ ପାଇବ । ଟ୍ରେସିଂ ଓ କୁ ବଢାଇବା ପାଇଁ ବାରମ୍ବାର ଦାବୀ ହେଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ତ୍ବରାନ୍ବିତ ହୋଇପାରିନାହିଁ । ଚଳିତ ୨ ୟ ପର୍ଯ୍ୟାୟରେ ପ୍ରତ୍ୟେକ ଦିନ ହେଉଥିବା ଟେଷ୍ଠି ସଂଖ୍ୟା ଅତ୍ୟନ୍ତ ନିରୁତ୍ସାହଜନକ । 

ପ୍ରଥମ ପର୍ଯ୍ୟାୟ ସଂକ୍ରମଣବେଳେ ଯେପରି କଂଟାକୁ ଟ୍ରେସିଂ କରାଯାଇଥୁଲା, ତାହା କରାଯାଇ ପ୍ରତିଦିନ ଲକ୍ଷରୁ ଅଧ୍ବକ ଟେ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏହି ଅବସରରେ ବିଜେପି ତରଫରୁ ଅନୁରୋଧ କରାଯାଇଛି । ଯେଉଁଠାରେ ସଂକ୍ରମିତ ବାହାରୁଛନ୍ତି, ସହରର ସେହି ଅଂଚଳଗୁଡିକ ମାଇକ୍ରୋ କଂଟେନମେଟ ଜୋନ ଘୋଷଣା କରି ଆବଦ୍ଧ କରାଯାଉ ଏବଂ ଗ୍ରାମାଂଚଳରେ ସେହି ସାହି ବା ଗାଁକୁ ମଧ୍ୟ କଂଟେନମେଟ ଜୋନ ଘୋଷଣା କରି ଡ୍ରେସିଂ କରାଯାଉ । ଡାକ୍ତରଖାନାଗୁଡିକରେ ଅକ୍ସିଜେନ ବେର ସଂଖ୍ୟାକୁ ଦ୍ବିଗୁଣିତ କରାଯାଉ ଏବଂ ଗତ ସଂକ୍ରମଣ ସମୟରେ କାର୍ଯ୍ୟ କରିଥିବା ସମସ୍ତ ନର୍ସ ଓ ପାରାମେଡିକାଲ ଷ୍ଟାଫମାନଙ୍କୁ ତୁରନ୍ତ କାର୍ଯ୍ୟରେ ଲଗାଯାଉ । ଶଯ୍ୟ ଓ ଅକ୍ସିଜେନ ଅଭାବରୁ ଆଜି ଓଡିଶାର ସମସ୍ତ ଡାକ୍ତରଖାନାରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି ଏବଂ ସମୟରେ ଚିକିତ୍ସା ନପାଇ ଅନେକ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି । 

ଅକ୍ସିଜେନର ଉପଲବତା ରାଜ୍ୟର ସମସ୍ତ ସିଏଚସି ଡାକ୍ତରଖାନା ପର୍ଯ୍ୟନ୍ତ କରାଯାଉ ଏବଂ Mild Moderate ରୋଗୀଙ୍କୁ ସିଏଚସି ସ୍ତର ପର୍ଯ୍ୟନ୍ତ ଚିକିସିତ କରାଯିବାର ବ୍ୟବସ୍ଥା ହେଉ । ୫୦୦୦ ଶଯ୍ୟା ବିଶିଷ୍ଟ ଏକ ଖୋରାରୀ ଡାକ୍ତରଖାନା କୌଣସି ଏକ ଭାଡିୟମରେ ଆରମ୍ଭ କରିବା ପାଇଁ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରାଯାଉ । ଆସିୟୁ ଇନଫ୍ରାଷ୍ଟ୍ରକଚର ଏବଂ ଭେଟିଲେଟର ଯୁକ୍ତ । ବେଡ୍‌ର ସଂଖ୍ୟାକୁ ଦ୍ବିଗୁଣିତ କରାଯିବାକୁ ବିଜେପି ତରଫରୁ ଦାବୀ କରାଯାଇଛି । କୋଭିଡ୍ ଚିକିତ୍ସା ପ୍ରଣାଳୀ ସଂପୂର୍ଣ୍ଣ ଭିନ୍ନ ହୋଇଥିବାରୁ ରୋଗୀଙ୍କ ସଂପର୍କୟ ! ପରିବାରବର୍ଗମାନେ ସଠିକ ସୁଚନା ନପାଇ ହନ୍ତସନ୍ତ ହେଉଛନ୍ତି । ତେଣୁ ଚିକିସିତ ହେଉଥ କୋଭିଡ୍ ରୋଗୀମାନଙ୍କ ସ୍ଥିତାବସ୍ଥା ସଂପର୍କରେ ପ୍ରତ୍ୟେକ ଦିନ ସେହି ହସପିଟାଲ ତରଫରୁ ବୁଲେଟିନ ଜରିଆରେ ରୋଗୀଙ୍କ ସଂପର୍କୀୟ ଓ ପରିବାର ସଦସ୍ୟଙ୍କୁ ଅବଗତ କରିବାକୁ ବିଜେପି ଦାବୀ କରିଛି ।  

ଟୀକାଦାନର ପ୍ରକ୍ରିୟା ଏପର୍ଯ୍ୟନ୍ତ ସୁପରିଚାଳିତ ହୋଇପାରିନାହିଁ । ବିଭିନ୍ନ ସ୍ଥାନରେ ସେଥପାଇଁ ହେଉଥିବା ଗହଳି ସଂକ୍ରମଣ ବଢାଉଛି । କେନ୍ଦ୍ର ସରକାର ରାଜ୍ୟସରକାରଙ୍କୁ ଯୋଗାଇ ଦେଇଥିବା ୫୯ ଲକ୍ଷରୁ ଉଦ୍ଧି ମାତ୍ରାର କୋଭିଡ୍ ଟୀକା ବର୍ତମାନ ସୁଦ୍ଧା ରାଜ୍ୟବାସୀଙ୍କ ପାଖରେ ସଠିକ ଭାବରେ ପହଂଚାଇବାରେ ବିଫଳ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟ ସରକାର ଯୋଜନା କରିଥିବା କୋଭିଡ଼ ଟୀକାଦାନର ସୁପରିଚାଳନା ଏବଂ ଟୀକା ସଂଖ୍ୟାର ବୃଦ୍ଧି ପାଇଁ ତୁରନ୍ତ ଯୋଜନା ପ୍ରସ୍ତୁତ କରନ୍ତୁ । 

ଏହି ଟୀକାକରଣ ସମୟରେ ଗରୀବଲୋକଙ୍କୁ ପ୍ରାଥମିକତା ଦିଆଯାଉ । କୋଭି ଟୀକାକରଣର ସୁପରିଚାଳନା ଏବଂ ଟୀକାଦାନ ସଂଖ୍ୟାରେ ବୃଦ୍ଧି ପାଇଁ ତୁରତ ଯୋଜନା ପ୍ରସ୍ତୁତ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି । ବଜାର ଓ ଭିଡ ହେଉଥିବା ସ୍ଥାନମାନଙ୍କରେ, କୋଭିଡ ନିୟମ ମାନୁନଥିବା ଲୋକମାନଙ୍କ ବିରୁଦ୍ଧରେ ଶକ୍ତ ପଦକ୍ଷେପ ନିଆଯାଉ । ଏହା ହେଲେ ଆମ ରାଜ୍ୟ ଭୟଙ୍କର ସଂକ୍ରମଣ ସ୍ଥିତିରୁ ବଂଚିପାରିବ ବୋଲି ଆମେ ହୃଦବୋଧ କରୁଛୁ ଏବଂ ରାଜ୍ୟ ସରକାର ଏହି ଦିଗରେ ତ୍ବରିତ୍‌ ପଦକ୍ଷେପ ନେବେ ବୋଲି ଏହି ଅବସରରେ ବିଜେପି ଆଶାପ୍ରକାଶ କରିଛି ।




Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget