ଭୁବନେଶ୍ବର, ସିଆଇଆଇ ପକ୍ଷରୁ ବିଶ୍ୱ ମହାମାରୀ ପରବର୍ତ୍ତୀ ସମୟରେ ପୁନର୍ଗଠନ ଏବଂ ପୁନରୁଦ୍ଧାନ ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କୋଭିଡ ମହାମାରୀ ଯୋଗୁଁ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ବାଣିଜ୍ୟ, ଅର୍ଥନୀତି, ଗମନାଗମନ ଆଦି ଯଥେଷ୍ଟ ପରିମାଣରେ ପ୍ରଭାବିତ ହୋଇଥିବାରୁ ଏଥିରୁ କିପରି ବାହାରି ସମସ୍ତ ବ୍ୟବସ୍ଥାକୁ ସ୍ଵାଭାବିକ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କହିଲେ ଯେ ଏହି ମହାମାରୀ ଯୋଗୁଁ ସମଗ୍ର ବିଶ୍ବ ବିଶେଷ ଭାବେ ପ୍ରଭାବିତ ହୋଇଛି । ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଏବଂ ଅର୍ଥନୀତି କ୍ଷେତ୍ରରେ ଅନେକ ପ୍ରତିକୂଳ ପ୍ରଭାବ ପଡ଼ିଛି ।
ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ଓଡ଼ିଶା କୋଭିଡ୍ ମହାମାରୀକୁ ପ୍ରତିହତ କରି ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବା ଲାଗି ବହୁ ପଦକ୍ଷେପ ଗ୍ରହଣ କରିପାରିଛି । ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ନୂତନ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ସହ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି । କୋଭିତ୍ ମହାମାରୀ ସମୟରେ ରାଜ୍ୟ ସରକାର କୋଭିଡ୍ ଡାବୋର୍ଡକୁ କାର୍ଯ୍ୟକ୍ଷମ କରି ସ୍ବାସ୍ଥ୍ୟ ଭିତ୍ତିଭୂମି, କୋଭିଡ୍ ପଜିଟିଭ ଓ ନେଗେଟିଭ୍ ରିପୋର୍ଟ ତ୍ଵରିତ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି । ଏଣୁ ସହିତ ହ୍ଵାଟସ୍ ଆପ୍ ଜରିଆରେ ଅନେକ ସୂଚନା ଓ ସଚେତନତାର ବାର୍ତ୍ତା ଯୋଗାଇ ଜନସାଧାରଣଙ୍କୁ କୋଭିଡ୍ ସଂକ୍ରମଣ ପ୍ରତି ସାବଧାନ କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ ।
ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ସୁସ୍ଥ ସମାଜ ଗଠନରେ ଶିକ୍ଷା ମୂଳଦୁଆ ସଦୃଶ୍ୟ ହୋଇଥୁବାବେଳେ କୋଭିତ୍ ମହାମାରୀ ସମୟରେ ଅନ୍ଲାଇନ୍ ଜରିଆରେ ଆମେ ଅନେକ ସ୍କୁଲ ଓ କଲେଜ ପିଲାମାନଙ୍କୁ ଶିକ୍ଷା ଯୋଗାଇ ପାରିଛୁ । ଏଥୁ ସହିତ ଟିଭି, ୟୁଟ୍ୟୁବ୍, ହ୍ବାଟସ୍ ଆପ୍, କୁମ୍ ଆପ୍ ଜରିଆରେ ଆମେ ଅନ୍ଲାଇନ୍ ଶିକ୍ଷାକୁ ଅଧୁକ ବ୍ୟାପକ କରିବାରେ ସକ୍ଷମ ହୋଇପାରିଛୁ । ତେବେ ମହାମାରୀ ପରବର୍ତ୍ତୀ ସମୟରେ ଆମକୁ ଅନେକ ଆହ୍ବାନର ସାମ୍ନା କରିବାକୁ ପଡ଼ିବ । ଏହାକୁ ସଫଳ ମୁକାବିଲା କରିବା ପାଇଁ ଆମକୁ ଯୋଜନାବଦ୍ଧ ଭାବେ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଆଇଟି ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଏପିଆଇ ଡିଜି ଡ. ଓମ୍କାର ରାୟ, ସିଆଇଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶାଶ୍ବତ କୁମାର ପଣ୍ଡା ଏବଂ ଗୌରବ ଦାଶ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରିୟଦର୍ଶିନୀ ନାନୁ ପାଣ୍ଡେ ସ୍ବାଗତ ଭାପଣ ପ୍ରଦାନ କରିଥୁବା ବେଳେ ଅଶ୍ବିନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment