loading...

ତିର୍ତୋଲର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଦେବୀ ମଲ୍ଲିକଙ୍କ କରୋନରେ ବିୟୋଗ

ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଥିବା ଦେବୀ ପ୍ରସାଦ ମଲ୍ଲିକ ଆଜି ଅପରାହ୍ନ ୨.୨୬ ମିନିଟ୍ ସମୟରେ ଭୁବନେଶ୍ୱରର

ତିର୍ତୋଲର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଦେବୀ ମଲ୍ଲିକଙ୍କ କରୋନରେ ବିୟୋଗ

ଭୁବନେଶ୍ୱର,ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଏକମାତ୍ର ପୁତ୍ର ତଥା ୨୦୧୯ରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଥିବା ଦେବୀ ପ୍ରସାଦ ମଲ୍ଲିକ ଆଜି ଅପରାହ୍ନ ୨.୨୬ ମିନିଟ୍ ସମୟରେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ୫୭ ବର୍ଷ ବୟସରେ କୋଭିଡ଼ରେ ବିୟୋଗ ଘଟିଛି । ଓଡ଼ିଶା ଜଳ ବିଦ୍ୟୁତ୍ ନିଗମରେ ଲୋକ ସମ୍ପର୍କ ନିର୍ଦ୍ଦେଶକ ଥିବା ସ୍ୱର୍ଗତ ମଲ୍ଲିକ ୨୦୧୮ ମସିହାରେ କାର୍ଯ୍ୟରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଅତ୍ୟନ୍ତ ଭଦ୍ର, ନମ୍ର ଓ ବନ୍ଧୁବତ୍ସଳ ଭାବରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସେ ଆଦୃତ ହୋଇପାରିଥିଲେ । ସ୍ୱର୍ଗତ ମଲ୍ଲିକଙ୍କର ଦୁଇପୁତ୍ର, ସ୍ତ୍ରୀ ଓ ମାଆ ଅଛନ୍ତି । ଏଭଳି ଶୋକାକୁଳ ପରିସ୍ଥିତିରେ ସେମାନେ ଭାଙ୍ଗି ପଡ଼ିଛନ୍ତି । ସମସ୍ତ ପରିବାର କୋଭିଡ଼ ଦ୍ଵାରା ଆକ୍ରାନ୍ତ । ସତ୍ୟନଗର ଶ୍ମଶାନରେ ଆଜି ଅତ୍ୟେଷ୍ଟି ସଂସ୍କାର କୋଭିଡ଼ ନିୟମ ମତେ ହେବ । 

ସ୍ୱର୍ଗତ ମଲ୍ଲିକଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ସାଂସଦ ଡଃ ଅଚ୍ୟୁତ ସାମନ୍ତ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଲକ୍ଷ୍ମଣ ମଲ୍ଲିକ ସ୍ମାରକୀ ଟ୍ରଷ୍ଟର ସଭାପତି ତଥା କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସ୍ଵର୍ଗତ ମଲିକଙ୍କ ଭଉଣୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପ୍ରତିମା ମଲ୍ଲିକ, ଭିଣୋଇ ଅରବିନ୍ଦ ଅଗ୍ରୱାଲ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଯୁବ କଂଗ୍ରେସ ନେତା ପ୍ରିୟବ୍ରତ ମିଶ୍ର, କଂଗ୍ରେସ ନେତା ନଟବର ବାରିକ, ବିଷ୍ଣୁ ଚରଣ ମହାନ୍ତି, ବିଜେଡ଼ି ନେତା ବିଧାନ ଚନ୍ଦ୍ର ଜେନା, ଡଃ ବିଭୂତି ଭୂଷଣ ଜେନା, ଦିବ୍ୟଜୀବନ ସଂଘର ସନୁ ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ, ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ବୁଦ୍ଧ ମନ୍ଦିର ସମ୍ପାଦକ ଡଃ ସୌରେନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ଜଜ ରତିକାନ୍ତ ମହାପାତ୍ର, ପ୍ରଫେସର ବୁଦ୍ଧଦେବ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରଲୋକଗତ ଆମାର ଶାନ୍ତି କାମନା କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget