ଭୁବନେଶ୍ବର, ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା । କଳାକାର କଲ୍ୟାଣ ପାଣ୍ଠିରୁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ୧୯ ଜଣ କଳାକାରଙ୍କୁ ତାଙ୍କର ଚିକିତ୍ସା ନିମନ୍ତେ ସର୍ବମୋଟ ୮ ଲକ୍ଷ ୧୫ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଯେଉଁମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି ।
ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ଶ୍ରୀ ବିଜୟ କୁମାର ପଟ୍ଟନାୟକ, ବିଚିତ୍ର କୁମାର ମଲିଆ, ଗୋଲକ ବାରିକ, ମୀରା ମହାନ୍ତି ଓ ପ୍ରଭାତ କୁମାର ସାହୁ କଟକ ଜିଲ୍ଲାର ରମେଶ ଚନ୍ଦ୍ର ବେହେରା ଓ ଶୀର୍ଷାନନ୍ଦ ଦାସ କାନୁନଗୋ, ମୟୂରଭଞ୍ଜ ଜିଲ୍ଲାର ଭରତ ଚନ୍ଦ୍ର ନାସିକ, ବାଲେଶ୍ଵର ଜିଲ୍ଲାର କୁଞ୍ଜଲତା ଦାସ, ଲକ୍ଷ୍ମୀଧର ମହାରଣା, ଆଶୋକ କୁମାର ଷେଣ୍ଠ, ଭାଗବତ ପାତ୍ର, ପୁରୀ ଜିଲ୍ଲାର ଶାନ୍ତିଲତା ସାହୁ, ବଳଭଦ୍ର ପଣ୍ଡା, ରାଜ କିଶୋର ପ୍ରଧାନ, ଯାଜପୁର ଜିଲ୍ଲାର ବୈକୁଣ୍ଠ ନନ୍ଦ, କେନ୍ଦୁଝର ଜିଲ୍ଲାର ରଘୁ ପିଲାଇ ଓ ରନାକର ବାରିକ ଏବଂ ନୂଆ ଦିଲ୍ଲୀ ଦୁର୍ଗା ପ୍ରସାଦ ପଟ୍ଟନାୟକ ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।
ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟର ସ୍ୱୀକୃତିପ୍ରାପ୍ତ କଳାକାର ଶିଳ୍ପୀମାନଙ୍କୁ ଚିକିତ୍ସା ନିମନ୍ତେ ଏହି ପାଣ୍ଠିରୁ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।
Post a Comment