loading...

ଓଡିଶା ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ କୋଟି ଟଙ୍କା ଦାନ

ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ଭାବେ ଓଡ଼ିଶା ପାନୀୟ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ କୋଟି ଟଙ୍କା ଦାନ କରିଛନ୍ତି

ଓଡିଶା ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ କୋଟି ଟଙ୍କା ଦାନ

ଭୁବନେଶ୍ୱର,ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ଭାବେ ଓଡ଼ିଶା ପାନୀୟ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ କୋଟି ଟଙ୍କା ଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ନିଗମର ଅଧ୍ୟକ୍ଷ ତଥା ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶିଲ୍‌ କୁମାର ଲୋହାନୀଙ୍କ ଠାରୁ ରାଜ୍ୟ ଲୋକସେବା ଭବନଠାରେ ଏହି ରାଶିର ଚେକ୍‌ ଗ୍ରହଣ କରିଛନ୍ତି । ଚେକ୍‌ ପ୍ରଦାନ ସମୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସେଠୀ ଉପସ୍ଥିତ ଥିଲେ । କୋଭିଡ୍‌ ଲଢ଼େଇରେ ନିଗମର ଅବଦାନ ବିଷୟ ସୂଚୀତ କରି ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନୀ କହିଥଇଲେ ଯେ ଗତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । 

ଚଳିତ ବର୍ଷ ଜାନୁଆରୀ ମାସରେ ମଧ୍ୟ ନିଗମ ରାଜ୍ୟସରକାରଙ୍କୁ ପ୍ରାୟ ୭.୫୮ କୋଟି ଟଙ୍କା ଲାଭାଂଶ ଦେଇଥିଲେ । ଏହାଛଡ଼ା ପାନୀୟ ନିଗମ ମଧ୍ୟ ଅଧୁନିକ ଜୀବନ ସହାୟକକାରୀ ଆମ୍ବୁଲାନ୍‌ସ୍‌ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ୧.୪୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । କୋଭିଡ୍‌ ମହାମାରୀ ମୁକାବିଲା ନିମନ୍ତେ ନିଗମ ଦିବ୍ୟାଙ୍ଗ ଓ କିନ୍ନର ମାନଙ୍କ ମଧ୍ୟରେ ବହୁପରିମାଣରେ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି । ଏତାଦୃଶ କାର୍ଯ୍ୟ ପାଇଁ ନିଗମକୁ ସାଧୁବାଦ ଜଣାଇବା ସହ ଉଭୟ କାର୍ଯ୍ୟାଳୟ ଓ ବ୍ୟକ୍ତିଗତ ସ୍ତରରେ କୋଭିଡ୍‌ ନିୟମର କଡାକଡି ଅନୁପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଜନସାଧାରଣଙ୍କ ମଧ୍ୟରେ କୋଭିଡ୍‌ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget