ଭୁବନେଶ୍ୱର, ବର୍ତ୍ତମାନ ସାରା ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାର ନିକଟରେ ରଥଯାତ୍ରା ଉପରେ ରୋକ ଲଗାଇଛନ୍ତି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖ୍ କେବଳ ପୁରୀରେ ରଥଯାତ୍ରା ବ୍ୟତୀତ ଓଡ଼ିଶାର ଅନ୍ୟ କୌଣସି ଜାଗାରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ପୀଠରେ ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ଓଡ଼ିଶା ଲୋକଦଳ ତରଫରୁ ସଭାପତି ଦୀପଙ୍କର ମହାନ୍ତି ଏବଂ ସମ୍ପାଦକ ରଶ୍ମୀରଞ୍ଜନ ପତିଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରାଯାଇଛି ଯାହାର କେସ୍ ନଂ- ୧୮୪୩୧/୨୦ ୨୧ ତା ୨୧.୦୬.୨୦ ୨୧।
ଏଠାରେ ସୂଚନାଯୋଗ୍ୟ ଯେ ୧୨୨୦ ଖ୍ରୀଷ୍ଟାବ୍ଦରେ କେନ୍ଦ୍ରାପଡ଼ାର ଆରାଧ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ମନ୍ଦିର ରଙ୍ଗ ମହାରାଜା ଅନଙ୍ଗ ଭୀମଦେବ ନିର୍ମାଣ କରିଥିଲେ । ଏହି ସମୟ ବେଳକୁ ସମଗ୍ର ଓଡ଼ିଶାରେ କେବଳ ଦୁଇଟି ବୈଷ୍ଣବ କ୍ଷେତ୍ର ଥିଲା ଶ୍ରୀକ୍ଷେତ୍ର ପୁରୀ ଏବଂ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା । ୧୫ ୨୨ ଖ୍ରୀଷ୍ଟାବ୍ଦ ଠାରୁ ୧୫୩୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶ୍ରୀଚୈତନ୍ୟ ମହାପ୍ରଭୁ ତୁଳସୀ କ୍ଷେତ୍ରକୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ବାରମ୍ବାର ଆଗମନ କରିଥିଲେ । ଶ୍ରୀଚୈତନ୍ୟଙ୍କ ଆଗମନ ବେଳକୁ ଏହି ଦୁଇ କ୍ଷେତ୍ରରେ ରଙ୍ଗନରେଶ ରଥଯାତ୍ରା କରାଉଥିଲେ ଏବଂ ଶ୍ରୀ ଜଗନ୍ନାଥଙ୍କୁ ରସଗୋଲା ଏବଂ ଶ୍ରୀ ଶ୍ରୀ ସିଦ୍ଧବଳଦେବଙ୍କୁ ରସାବଳୀ ମଣୋତି କରାଯାଇଥିଲା ।
ଶ୍ରୀକ୍ଷେତ୍ର ପୁରୀ ସହିତ ତୁଳସୀକ୍ଷେତ୍ରର ଆବାହନ କାଳରୁ ନିବିଡ଼ ସମ୍ପର୍କ ରହିଛି । ତେଣୁ ଶ୍ରୀକ୍ଷେତ୍ର ପୁରୀ ସମେତ କେନ୍ଦ୍ରାପଡ଼ାରେ ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ଓଡ଼ିଶା ଲୋକ ଦଳ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରାଯାଇଛି । ମାନ୍ୟବର ଉଚ୍ଚନ୍ୟାୟାଳୟ ତୁରନ୍ତ ଏହି ମାମଲାର ଶୁଣାଣୀ କରି କେନ୍ଦ୍ରାପଡ଼ାରେ ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ରାୟ ପ୍ରକାଶ କରିବାକୁ ଦୀପଙ୍କର ମହାନ୍ତି ଏବଂ ରଶ୍ମୀରଞ୍ଜନ ପତି ଅନୁରୋଧ କରିଛନ୍ତି ।
Post a Comment