loading...

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଦୁପୁର ଓ ଡୁମୁଡୁମାର ବିଭିନ୍ନ ରାସ୍ତାର ଅବସ୍ଥା ଶୋଚନୀୟ

ବିଜେଡ଼ି ସରକାରର ୨୧ ବର୍ଷ ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କର ୧୨ ବର୍ଷ ବିଧାୟକ ରହିବା ଅମଳରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଦୁପୁର

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଦୁପୁର ଓ ଡୁମୁଡୁମାର ବିଭିନ୍ନ ରାସ୍ତାର ଅବସ୍ଥା ଶୋଚନୀୟ

ଭୁବନେଶ୍ୱର,ବିଜେଡ଼ି ସରକାରର ୨୧ ବର୍ଷ ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କର ୧୨ ବର୍ଷ ବିଧାୟକ ରହିବା ଅମଳରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଦୁପୁର ଓ ଡୁମୁଡୁମାର ବିଭିନ୍ନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି । ସେ ଏହି ଦୁଇ ଅଂଚଳର ବିଭିନ୍ନ ରାସ୍ତା ବୁଲି ଦେଖୁଥିଲେ ଏବଂ ସାଧାରଣ ଜନତାଙ୍କର ଅଭିଯୋଗ ଶୁଣିଥିଲେ । ନିର୍ବାଚନ ଆସିଲେ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ପ୍ରତିଶ୍ରୁତି ଦିଅନ୍ତି ଏବଂ ପରେ ଭୁଲିଯାଆନ୍ତି ବୋଲି ସେମାନେ କହିଥିଲେ । 

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଯଦୁପୁର ଗ୍ରାମର ଅଧିବାସୀ । ଭୁବନେଶ୍ବରରେ ବିକାଶ ଓ ଆଧୁନିକୀକରଣର ଡିଣ୍ଡିମ ପିଟୁଥିବା ବିଜେଡ଼ି ସରକାର ଏବଂ ବିଶେଷକରି ମନ୍ତ୍ରୀ ଶ୍ରୀ ପଣ୍ଡା ଯିଏକି ନିଜ ନିର୍ବାଚନ ମଣ୍ଡଳୀର ବିକାଶର ରଥକୁ ଆଗେଇ ନେଇଛନ୍ତି ବୋଲି ଗର୍ଜନ କରନ୍ତି, ସେମାନେ ବାସ୍ତବ କ୍ଷେତ୍ରରେ ଏଠାରେ ଲୋକ କିପରି ରୁହନ୍ତି ଏବଂ ରାସ୍ତାଘାଟର ଅବସ୍ଥା କ’ଣ ତାହା ଜାଣନ୍ତି ନାହିଁ । ଏହି ଅଂଚଳ ରାସ୍ତାରେ ଉଭୟ ଖରା ଓ ବର୍ଷାଦିନେ ପାଣି ଜମିରହେ । ବେଙ୍ଗ ମୁତିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ରାସ୍ତାଯାକ ଟ୍ରେନ ପାଣିରେ ଭାସୁଛି । ଜଳ ନିଷ୍କାସନର ବ୍ୟବସ୍ଥା ନହିଁ । ସେଥିପାଇଁ ଲୋକେ ବାରମ୍ବାର ଦୁର୍ଘଟଣାରେ ଶୀକାର ହେଉଛନ୍ତି । 

ଯେଉଁ କେତୋଟି ସ୍ଥାନରେ ରାସ୍ତା କାମ ହୋଇଛି, ନିମ୍ନମାନର କାମ ଯୋଗୁଁ ସେଠିକାର ରାସ୍ତାର ଅବସ୍ତା କହିଲେ ନସରେ । ଏଣୁ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଏଠାରେ କ୍ରମାଗତ ୧୨ ବର୍ଷ ବିଧାୟକ ରହିବା ପରେ ଡୁମୁଡୁମା ଓ ଯଦୁପୁର ଅଂଚଳରେ ବିକାଶ ପ୍ରତି ଆଦୌ ଧ୍ୟାନ ଦେଇନାହାଁନ୍ତି । ମାତ୍ର ମିଥ୍ୟ ପ୍ରତିଶ୍ରୁତି ଦେଇ ଭୋଟ ହାସଲ କରିବାରେ ସଫଳ ହୋଇଛନ୍ତି । ତୁରନ୍ତ ଏଠିକାର ରାସ୍ତା,ତ୍ରେନର ପୁନଃରୁଦ୍ଧାର ଏବଂ ନୂତନ ନିର୍ମାଣ ନକଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଶ୍ରୀ ନୱାଜ କହିଛନ୍ତି । ଏହା ଛାତ୍ର କଂଗ୍ରେସର ସ୍ବର ନୁହେଁ ଏହା ଏଠିକାର ସାଧାରଣ ଜନତାର ସ୍ଵର ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget