ଭୁବନେଶ୍ବର,ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଅଧୁକ ବ୍ୟାପକ ଏବଂ ଗବେଷଣା ସଂସ୍କୃତିକୁ ଆଗେଇ ନେବା ଦିଗରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଏକ ସମୟୋପଯୋଗୀ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦୂରଦୃଷ୍ଟିସଂପନ ପଦକ୍ଷେପ ଯୁବକଯୁବତୀଙ୍କୁ ଅଧୁକ ଦକ୍ଷ କରି ତୋଳିବା ସହିତ ସେମାନଙ୍କର ଗବେଷଣା ଲବ୍ଧ ଜ୍ଞାନ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଆଜି ଆୟୋଜିତ ଏକ ଭବ୍ଲିଆଲ ବୈଠକରେ ମନୋନୀତ ରିସର୍ଚ୍ଚ ସ୍କଲାରମାନଙ୍କ ସହିତ ଆଲୋଚନା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଥିଲେ ଯେ ମାନବ ସମାଜ ଦିନକୁ ଦିନ ନୂଆ ନୂଆ ଆହ୍ବାନର ସମ୍ମୁଖୀନ ହେଉଛି । କେଭିଡ୍ – ୧୯ ପରି ମହାମାରୀ ଯୋଗୁ ସାର। ବିଶ୍ବ ଏକ ଅସ୍ବଭାବିକ ପରିସ୍ଥିତି ଦେଇ ଗତି କରୁଛି । ଏଣୁ ସହିତ ଆମ ରାଜ୍ୟକୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି । ଏପରି କ୍ଷେତ୍ରରେ ଗବେଷଣା ଲବ୍ଧ ଜ୍ଞାନ ଯେପରି ମାନବ ସମାଜର କଲ୍ୟାଣ ସାତ ହୋଇପାରିବ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିବ ସେଠୁ ନିମନ୍ତେ ଯୁବ ଗବେଷକମାନେ ବିଶେଷ ଧ୍ୟାନ ଦେବା ଉଚିତ ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୯ ରାଜ୍ୟ ମସିହାରୁ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଗବେଷଣା ନିମନ୍ତେ ଦୁଇ ବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କ। ସିଡ୍ ଫଣ୍ଡ ପ୍ରଦାନ ଓ ଏଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଡି କାର୍ଯ୍ୟକ୍ରମ ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଫେଲୋସିପ୍ ୪ ବର୍ଷ ନିମନ୍ତେ ପ୍ରଦାନ ଏବଂ ସନ୍ଦର୍ଭ ପ୍ରକାଶନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
୨୦୨୦ ବର୍ଷ ନିମନ୍ତେ ଏହି ଯୋଜନାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପାଇଥିବା ୧୬୬ଟି ଗବେଷଣା ପ୍ରସ୍ତାବ ଏଥ୍ ମଧ୍ୟରୁ ୧୫୩ଟି ପ୍ରସ୍ତାବକୁ ଅଭି ବିଶେଷଜ୍ଞ ମଣ୍ଡଳୀ ଦ୍ବାରା ସମୀକ୍ଷା କରାଯାଇ ୧୦୬ଟି ପ୍ରସ୍ତାବକୁ ଚୟନ କମିଟି ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ସେଥ୍ ମଧ୍ୟରୁ ୪୦ଟି ପ୍ରସ୍ତାବକୁ ସିଡ୍ ରିସର୍ଚ୍ଚ ଫଣ୍ଡ ପ୍ରଦାନ ନିମନ୍ତେ ଅନୁମୋଦନ କରାଯାଇଥିଲା । ଏଥିରେ ୧୫ଟି ପ୍ରକଳ୍ପ ବିଜ୍ଞାନ ସନ୍ଧୀୟ ଗବେଷଣା ହୋଇଥିବାବେଳେ ୬ଟି ଇଂଜିନିୟରିଂ, ୧୨ ଟି ସାମାଜିକ ବିଜ୍ଞାନ, ୨ଟି ବାଣିଜ୍ୟ ଓ ବ୍ୟବସାୟ ଏବଂ ୫ଟି ଭାଷା ସମ୍ବନ୍ଧୀୟ ଗବେଷଣାକୁ ଅନୁମୋଦନ କରାଯାଇଥୁଲା ।
ସେହିପରି ୨୦୨୦ରେ ପିଏଡି ରିସର୍ଚ୍ଚ ଫେଲୋସିପ୍ ନିମନ୍ତେ ୫୭ଟି ଆବେଦନପତ୍ର ମିଳିଥିବାବେଳେ ଫେଲୋସିପ୍ ନିମନ୍ତେ ୩୭ଟି ଆବେଦନକୁ ଅନୁମୋଦନ କରାଯାଇଥିଲା । ଏହି ପୂର୍ଣ୍ଣକାଳୀନ ରିସର୍ଚ୍ଚ ଫେଲୋସିପ୍ ନିମନ୍ତେ ପ୍ରତ୍ୟେକଙ୍କୁ ମାସିକ ୧୫ ହଜାର ଟଙ୍କା ଫେଲୋସିପ୍ ଏବଂ କଣ୍ଟିଜେନ୍ସି ବାବଦକୁ ବାର୍ଷିକ ୧୫ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ୩୭ ଜଣ ରିସର୍ଚ୍ଚ ଫେଲୋସିପ୍ ମଧ୍ୟରୁ ୧୫ ଜଣ ବିଜ୍ଞ।ନରେ, ୧୩ ଜଣ ସାମାଜିକ ବିଜ୍ଞାନ, ୨ ଜଣ ବାଣିଜ୍ୟ ଏବଂ ୭ ଜଣ ଭାଷା ଓ ସାହିତ୍ୟ ବିଭାଗରେ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଏହି ବୈଠକର ମୂଳ ଆଭିମୁଖ୍ୟ ଥିଲା ମନୋନୀତ ରିସର୍ଚ୍ଚ ସ୍କଲାରମାନଙ୍କୁ ସେମାନଙ୍କ ଗବେଷଣା ନିମନ୍ତେ ପ୍ରୋତ୍ସାହିତ କରିବା। ବୈଠକ ପ୍ରାରମ୍ଭରେ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ କୋ ଭିତ୍ ମହାମାରୀ ସଭ୍ ଓଡ଼ିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଓ ପ୍ରୋତ୍ସାହନ ଯୋଜନାର ଅଗ୍ରଗତି ଆଶାନୁରୂପ ହୋଇପାରିଛି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ପ୍ରଫେସର ସୁସ୍ମତ ପ୍ରସାଦ ପାଣି, ପ୍ରଫେସର ଅତନୁ କୁମାର ପତିଙ୍କ ସମେତ ରିସର୍ଚ୍ଚ ସ୍କଲାରମାନେ ସେମାନଙ୍କ ମତ ବିନିମୟ କରିଥିଲେ ।
Post a Comment