loading...

ଓଡ଼ିଶା ଜଳଯୋଗାଣ ଓ ପରିମଳ ପରିଷଦ କର୍ମଚାରୀ ସଂଘର ଜରୁରୀ ବୈଠକରେ କର୍ମକର୍ତ୍ତାଙ୍କ ଉଦ୍‌ବେଗ

ଓଡ଼ିଶା ଜଳଯୋଗାଣ ଓ ପରିମଳ ପରିଷଦ କର୍ମଚାରୀ ସଂଘର ଏକ ଜରୁରୀ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସତ୍ୟନଗର ସ୍ଥିତ ଯାନ୍ଧିକ ଭବନଠାରେ

ଓଡ଼ିଶା ଜଳଯୋଗାଣ ଓ ପରିମଳ ପରିଷଦ କର୍ମଚାରୀ ସଂଘର ଜରୁରୀ ବୈଠକରେ କର୍ମକର୍ତ୍ତାଙ୍କ ଉଦ୍‌ବେଗ

ଭୁବନେଶ୍ୱର, ଓଡ଼ିଶା ଜଳଯୋଗାଣ ଓ ପରିମଳ ପରିଷଦ କର୍ମଚାରୀ ସଂଘର ଏକ ଜରୁରୀ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସତ୍ୟନଗର ସ୍ଥିତ ଯାନ୍ଧିକ ଭବନଠାରେ କୋଭିଡ ନିୟମ ପାଳନ କରି ବୁଧବାର ସଂଘର ସଭାପତି ତପନ ବିହାରୀ ଭଞ୍ଜଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘର ବରିଷ୍ଠ ସଭ୍ୟ ଅଜିତ ପ୍ରଧାନଙ୍କ କରୋନାଜନିତ ବିୟୋଗ ଓ ଜି.ଭି.ରାମକ୍ରିଷ୍ଣଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଦୀର୍ଘ ୨୬ବର୍ଷରୁ ଊର୍ଣ୍ଣ କାର୍ଯ୍ୟକରି ଆସୁଥିବା ଡିଏଆର କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି ସଂପର୍କରେ ଆଲୋଚନା କରାଯାଇଥିଲା । 

ମୁଖ୍ୟତଃ ସେରେଜ ବୋର୍ଡର ପ୍ରଶାସନିକ ଅଧୁକାରୀମାନଙ୍କ ବୈମାତୃକ ନୀତି ଉପରେ ସଂଘ ପକ୍ଷରୁ ଖୁବ ଅସନ୍ତୋଷ ଜାହିର କରାଯାଇଥିଲା । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ କିଛି କନିଷ୍ଠ ଡିଏଆରମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ଡିଏଲଆର କର୍ମଚାରୀମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହେବାରୁ ନ୍ୟାୟାଳୟ ତୁରନ୍ତ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ ଅଧିକାରୀମାନେ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ଭୃକ୍ଷେପ କରିନଥୁବା ବେଳେ କର୍ମଚାରୀମାନଙ୍କ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦୁଇ ଦୁଇ ଥର ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇଥିଲେ । କିନ୍ତୁ କେତେଜଣ ସ୍ଵେରେଜ ବୋର୍ଡର ଅଧୁକାରୀମାନଙ୍କ ଜିଦ୍‌ଖୋର ମନୋବୃତି ଯୋଗୁ ସେମାନେ ମାନ୍ୟବର ଉଚ୍ଚନ୍ୟାୟାଳୟରେ ସେରେଜ ବୋର୍ଡ ପକ୍ଷରୁ ଏକ ରିଟ୍ ଅପିଲ୍ କରାଯାଇଥିଲା । 

ଏହି ଅପିଲକୁ ମାନ୍ୟବର ଉଚ୍ଚନ୍ୟାୟାଳୟ ବିଚାର କରି ବିଚାରଧାରାକୁ ବିଳମ୍ବିତ ପାଇଁ ପ୍ରତି କର୍ମଚାରୀମାନଙ୍କୁ ଏକ ହଜାର ଟଙ୍କା ଦେବା ପାଇଁ ସ୍ୱରେଜ ବୋର୍ଡକୁ ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୋର୍ଡ ଦୁଇବର୍ଷ ତଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ବାରସୁ ହୋଇଥିଲେ ମଧ୍ୟ ନିଯୁକ୍ତି ନିର୍ଦ୍ଦେଶାନାମା କର୍ମଚାରୀମାନଙ୍କ ସପକ୍ଷରେ ଯାଇଥିଲା । ବାରମ୍ବାର କର୍ମଚାରୀମାନଙ୍କୁ କୋର୍ଟର ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିବାରୁ ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି ବୋର୍ଡର ସମସ୍ତ ଡିଏଲଆର କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ସଂଘର ସଭାପତି ତଥା ବିଶିଷ୍ଟ କର୍ମଚାରୀ ନେତା ତପନ ବିହାରୀ ଭଞ୍ଜ ଦାବି କରିଛନ୍ତି । 

ମୃତ୍ୟୁବରଣ କରିଥିବା ଦୁଇଜଣ ଡିଏଲଆର କର୍ମଚାରୀମାନଙ୍କ ପରିବାର ମଧ୍ୟରୁ ଜଣଙ୍କୁ ଚାକିରୀରେ ଅବସ୍ଥାପିତ କରିବା ପାଇଁ ସେରେଜ ବୋର୍ଡ କର୍ତ୍ତୃପକ୍ଷଙ୍କ ଠାରେ ସଂଘ ପକ୍ଷରୁ ଦାବି କରାଯାଇଅଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ସୁରେନ୍ଦ୍ର ଦାସ, ଉପସଭାପତି ସଂଗ୍ରାମ କେଶରୀ ଭୂୟାଁ, ବିଭୂତି ଦାସ, ବିଧୁଭୂଷଣ ଦିକ୍ଷିତ, ଦମୟନ୍ତୀ ପଣ୍ଡା, ସତୀଶ ନନ୍ଦ, ପ୍ରମୋଦ ପାତ୍ର, ସନ୍ଧ୍ୟାରାଣୀ ପାଣି, ମମତା ବିଶ୍ୱାଳ, ତନ୍ମୟୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget