loading...

ମୁଖ ଗହ୍ମର କର୍କଟ ରୋଗ ସଚେତନତା ପାଇଁ ସୋଆ ଏଏଏସ୍ ପକ୍ଷରୁ ବୁଧବାର ଏକ ୱେବିନାର ଆୟୋଜନ

ମୁଖ ଗହ୍ମର କର୍କଟ ରୋଗ ସଚେତନତା ପାଇଁ ସୋଆ ଏଏଏସ୍ ପକ୍ଷରୁ ବୁଧବାର ଏକ ୱେବିନାର ଆୟୋଜନ କରାଯାଇଥିଲା

ମୁଖ ଗହ୍ମର କର୍କଟ ରୋଗ ସଚେତନତା ପାଇଁ ସୋଆ ଏଏଏସ୍ ପକ୍ଷରୁ ବୁଧବାର ଏକ ୱେବିନାର ଆୟୋଜନ

ଭୁବନେଶ୍ୱର, ମୁଖ ଗହ୍ମର କର୍କଟ ରୋଗ ସଚେତନତା ପାଇଁ ସୋଆ ଏଏଏସ୍ ପକ୍ଷରୁ ବୁଧବାର ଏକ ବିନାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟାଲ ସାଇନ୍ସେସ୍ ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର "ତମାଖୁ, ପାଟିର ଖଳନାୟକ " ଶୀର୍ଷକ ଆଲୋଚନା କରିଥିଲେ । ମୁଖ କର୍କଟ ରୋଗର କାରଣ ଓ ନିଦାନ ସମ୍ପର୍କରେ ବାସ୍ତବ ରୋଗୀ ସେବାର ଚିତ୍ର ଜରିଆରେ ସେ ବୁଝାଇବା ସହିତ କର୍କଟ ରୋଗର କେଉଁ ଲକ୍ଷଣ ପ୍ରତି ଯତ୍ନବାନ ହେଲେ ଆଗରୁ ଚିହ୍ନଟ କରିହେବ ସେ ବିଷୟରେ କହିଥିଲେ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ସୁସୁତା ହାର ବଢ଼ାଇ ଥାଏ ବୋଲି ସେ କହିଥିଲେ ।

ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କର୍କଟ ରୋଗରୁ ପ୍ରତିବର୍ଷ କେମିତି ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି ସେ ବିଷୟରେ କହିଥିଲେ । ସ୍ତନ କର୍କଟକୁ ପ୍ରଥମରୁ ଚିହ୍ନଟ କରିବାର ଉପାୟ ମଧ୍ୟ ବତାଇଥିଲେ । ରାଜ୍ୟ ଏଏସ୍‌ ଅଧିକାରୀ ଡ. ରମେଶ କୁମାର ବେହେରା ସମୟୋପଯୋଗୀ ବିଷୟ ଉପରେ ସୋଆ ଏନ୍ଏସ୍ ଦ୍ଵାରା ଶୃଙ୍ଖଳା ସହିତ ଆୟୋଜିତ ବିନାରର ପ୍ରଶଂସା କରିଥିଲେ ଏବଂ କିପରି ଆଗାମୀ ଦିନରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ପ୍ରାଥମିକତା ଦେବେ ସେ ବିଷୟରେ କହିଥିଲେ । ଭୁବନେଶ୍ୱର ଆଂଚଳିକ ଏନ୍‌ଏସ୍‌ଏସ୍‌ର ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ କିଭଳି ନିର୍ଭୁଲ ତଥ୍ୟ ଏନ୍ଏଏସ୍ ସେଚ୍ଛାସେବୀଙ୍କ ପାଖରେ ପହଂଚି ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । 

ଅନ୍ୟତମ ବକ୍ତା ଓଡ଼ିଶା କ୍ୟାନ୍ସର କେୟାର ଫାଉଣ୍ଡେସର ଡ. ପ୍ରଣତି ହିରଲକର ମୁଖ କର୍କଟ ସଚେତନତା । ସହିତ ତମାଖୁ ବଦଭ୍ୟାସ ଛାଡିବାର ବିଭିନ୍ନ ପଦକ୍ଷେପ ଉପରେ କହିଥିଲେ । ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ଦେଇଥିଲେ । ଜୁନ୍ ମାସରେ ହୋଇଥିବା ଏଏଏସ୍ ଓ ବିଶ୍ଵବିଦ୍ୟାଳୟ କାର୍ଯ୍ୟକ୍ରମର ଏକ ରିପୋର୍ଟ ଉପସ୍ଥାପନା କରିଥିଲେ ୟୁନିଭର୍ସିଟି ଆଉଟ୍ ପ୍ରୋଗ୍ରାମ ତଥା ଏଏଏସ୍ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ. କମଳ ଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଗୁଗୁଲମିଟ ଓ ୟୁଟ୍ୟୁବ୍ ରେ ପ୍ରସାରିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ବେଶି ଏଏଏସ୍ ପ୍ରୋଗ୍ରାମ ଅଫିସର, ସେଚ୍ଛାସେବୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget