loading...

ରାଜ୍ୟରେ ପ୍ରାଣୀସଂପଦ ଚିକିତ୍ସା ପାଇଁ ପ୍ରଥମ କରି ଆରମ୍ଭ ହେଲା ଟେଲିମେଡିସିନ୍ ବ୍ୟବସ୍ଥା

ରାଜ୍ୟରେ ପ୍ରାଣୀସଂପଦ ଚିକିତ୍ସା ପାଇଁ ପ୍ରଥମ କରି ଆରମ୍ଭ ହେଲା ଟେଲିମେଡିସିନ୍ ବ୍ୟବସ୍ଥା ! ଆଇଟି ମାଧ୍ୟମରେ ଯୋଡ଼ିହେଲେ ୧୫ ହଜାର ଦୁଗ୍ଧ ଚାଷୀ

ରାଜ୍ୟରେ ପ୍ରାଣୀସଂପଦ ଚିକିତ୍ସା ପାଇଁ ପ୍ରଥମ କରି ଆରମ୍ଭ ହେଲା ଟେଲିମେଡିସିନ୍ ବ୍ୟବସ୍ଥା

ଭୁବନେଶ୍ବର, ବି.କେ. ଏନ୍ ଦୁଗୁ ସଂଘର ଭ୍ରାମ୍ୟମାଣ ଗୋ-ଚିକିତ୍ସା ସେବା ଓ ଗୋଯନ୍ତି ସମ୍ବନ୍ଧୀୟ ଦୂରଭାପ ପରାମର୍ଶ ସେବା କେନ୍ଦ୍ରର ଶୁଭ ଉଦ୍ଘାଟନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଦ୍ଵାରା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ତଥା ବି.କେ.ଏନ୍ ଦୁଗ୍ଧ ସଂଘର ପ୍ରଶାସକ ଶ୍ରୀ ଚଞ୍ଚଳ ରାଣା, ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧୁକାରୀ ଡା. ଦିଗମ୍ବର ନାୟକ ଉପସ୍ଥିତ ଥିଲେ । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଏହି ତିନୋଟି ଜିଲ୍ଲାକୁ ନେଇ ଏହି ଦୁଗୁ ସଂଘ ବି.କେ.ଏନ୍ ଗଠନ କରାଯାଇଛି ଏବଂ ଏହାର ମୁଖ୍ୟାଳୟ ବଲାଙ୍ଗୀରରେ ରହିଛି । ଉଦ୍ଘାଟନ କାର୍ଯ୍ୟକ୍ରମ ସହିତ ବି.କେ.ଏନ୍ ଦୁଗୁ ସଂଘର ‘ଗୋପାଳନ ମାଧ୍ୟମରେ ଗ୍ରାମାଞ୍ଚଳର ଦୁଗ୍ଧଚାଷୀଙ୍କ ସାମାଜିକ ଉତ୍ଥାନ ସମ୍ବନ୍ଧୀୟ କର୍ମଶାଳା’ ଆଲୋଚନା ଚକ୍ରର ଆୟୋଜନ କରାଯାଇଥୁଲା । 

ଏହି ଅବସରରେ ୩ ଜଣ ପ୍ରାଣୀଚିକିତ୍ସକ ଡା, ଭବାନୀ ଶଙ୍କର ବେହେରା, ଡା. ସୁବ୍ରତ କୁମାର ରଥ ଓ ଡା. ପଲ୍ଲବୀ ପ୍ରିୟଦର୍ଶିନୀଙ୍କୁ ଗୋପାଳନ ବିକାଶ ଦିଗରେ ଅତୁଳନୀୟ ଅବଦାନ ପାଇଁ ଏବଂ ଜଣେ ଦୁଗୁଚାପୀ ଶ୍ରୀ ସତ୍ୟନାରାୟଣ ବେହେରାଙ୍କୁ ଲଗାତାର ୩ ବର୍ଷ ଧରି ସର୍ବାଧୂକ ଦୁଗ୍ଧ ଯୋଗାଣ କରିବା ଯୋଗୁଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବି.କେ. ଏନ୍ ଦୁଗୁ ସଂଘର ସମୟ ସମିତିର ସଂପାଦକ ଓ ହେଲୋଡରମାନଙ୍କୁ ଜୀବନ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା । ତା’ଛଡ଼ା ଦୁଗୁ ସଂଘର ଦ୍ବିତୀୟ ସଂସ୍କରଣର ସମାଚାର ଅତିଥିବୃନ୍ଦଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥୁଲା । ଦୁଗୁ ସଂଘରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ଦୁଗ୍ଧଚାଷୀଙ୍କଠାରୁ ଦୈନିକ ୫୦ ହଜାର ଲିଟର ଦୁଗୁ ସଂଗ୍ରହ କରାଯାଉଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଆଗକୁ ଯେପରି ଦୁଗୁ ସଂଘରେ ୩୦ ହଜାର ଦୁଗୁଚାପୀ ଜଡ଼ିତ ହେବେ ସେ ଦିଗରେ ପ୍ରଚେଷ୍ଟା କରିବା ପାଇଁ ପ୍ରବର୍ତ୍ତାଇଥିଲେ । 

ଏହି ଦୂରଭାପ ପରାମର୍ଶ ସେବାର ବୈଷୟିକ ସହାୟତା ଓଡ଼ିଶା ଇଫୋଟେକ୍ ସଂସ୍ଥା ସହାୟତାରେ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଘର ସାଧାରଣ ପରିଚାଳକ ଡ. ସରୋଜ କୁମାର ସାହୁ ସଂଯୋଜନା କରିଥୁବାବେଳେ ପ୍ରାଣୀ ଚିକିତ୍ସା ବିଭାଗ, କେତେକ ସମିତି ସଂପାଦକ, ସାମ୍ବାଦିକ ଓ ଦୁଗ୍ଧ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ପୂର୍ବରୁ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କ ସହ ବଲାଙ୍ଗୀର ସହରସ୍ଥିତ ମହାରାଣୀ ସାଗର, କରଙ୍ଗାକଟା, ଇନ୍‌ଡୋର ଷ୍ଟାଡିୟମ୍, ଏଲ୍ ଏଣ୍ଡ ଏସ୍ କ୍ଲବ୍, ଗଟେ ସରୋବର ଏବଂ ମହାଲକ୍ଷ୍ମୀ ନଗରଠାରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ | ଆଦି ବୁଲି ଦେଖୁ ସହ ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget