loading...

ସାଗରିକା ମିଶ୍ରଙ୍କ ଦ୍ୱାରା ରଚିତ ଭ୍ରମଣ କାହାଣୀ ପୁସ୍ତକ ‘ମୋ ଅନୁଭୂତିରେ ଲଦାଖ’ ଉନ୍ମୋଚନ

ଭ୍ରମଣକାରୀର ଅଭିଜ୍ଞତା ଓ ଅନୁଭୂତି ପାଠକମାନଙ୍କୁ ଆକର୍ଷିତ କରିଥାଏ । ତଥ୍ୟଭିତ୍ତିକ ଭ୍ରମଣ କାହାଣୀ ଆମକୁ ଯେତେ ରୋମାଞ୍ଚିତ କରେ

ସାଗରିକା ମିଶ୍ରଙ୍କ ଦ୍ୱାରା ରଚିତ ଭ୍ରମଣ କାହାଣୀ ପୁସ୍ତକ ‘ମୋ ଅନୁଭୂତିରେ ଲଦାଖ’ ଉନ୍ମୋଚନ

ଭୂବନେଶ୍ୱର, ଭ୍ରମଣକାରୀର ଅଭିଜ୍ଞତା ଓ ଅନୁଭୂତି ପାଠକମାନଙ୍କୁ ଆକର୍ଷିତ କରିଥାଏ । ତଥ୍ୟଭିତ୍ତିକ ଭ୍ରମଣ କାହାଣୀ ଆମକୁ ଯେତେ ରୋମାଞ୍ଚିତ କରେ ତା’ଠାରୁ ଅଧୁକ ଜ୍ଞାନବୃଦ୍ଧିରେ ପ୍ରଭାବିତ କରିଥାଏ । ବିଶେଷ ଭାବରେ ବାହାର ସ୍ଥାନର କଳା, ସଂସ୍କୃତି, ପରମ୍ପରା, ଲୋକଙ୍କ ଜୀବନଶୈଳୀ, ଭୌଗୋଳିକ ପରିବେଶ, ଐତିହାସିକ ପୃଷ୍ଠଭୂମି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଭୂତି ମଧ୍ୟରୁ ପାଠକ ସାଉଁଟିବାର ପ୍ରୟାସ କରେ ବୋଲି ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ପ୍ରକାଶ କରିଛନ୍ତି ।

ଆଜି ସାଗରିକା ମିଶ୍ରଙ୍କ ଦ୍ୱାରା ରଚିତ ଭ୍ରମଣ କାହାଣୀ ପୁସ୍ତକ ‘ମୋ ଅନୁଭୂତିରେ ଲଦାଖ’ ଉନ୍ମୋଚନ କରି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଡ. ମିଶ୍ର ଜଣେ ପ୍ରାଣୀ ଚିକିତ୍ସକ ହେଲେ ମଧ୍ୟ ତାଙ୍କ । ଭ୍ରମଣ କାହାଣୀର ବର୍ଣ୍ଣନା ଅତିବ ସରଳ, ସାବଲୀଳ ତଥା ଅଧ୍ବକ ଆକର୍ଷଣୀୟ ହୋଇଛି । ଭାରତର ମଥାନ ଉପରେ ଅବସ୍ଥିତ ବରଫାବୃତ୍ତ ଲଦାଖ ଅଞ୍ଚଳ ଏକ ଭିନ୍ନ ଜୀବନଶୈଳୀ ପାଇଁ ଜଣାଶୁଣା । ବିଶ୍ୱର ଉଚ୍ଚତମ ଗିରିଶୃଙ୍ଗ ଏବଂ ଶିଖରରେ ଅବସ୍ଥିତ ସର୍ପିଳ ରାସ୍ତାରେ ଭ୍ରମଣ କରି ଡ. ମିଶ୍ର ଯେଉଁ ଅନୁଭୂତି ସାଉଁଟିଛନ୍ତି ତାକୁ ନିଆରା ଢଙ୍ଗରେ ପରିବେଷଣ କରିଛନ୍ତି । 

ଏହି ଭ୍ରମଣ କାହାଣୀ ପୁସ୍ତକଟି ପାଠକମାନଙ୍କ ମନଛୁଆଁ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ଡକ୍ଟର ପ୍ରଦୀପ କୁମାର ରାଉତ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଲେଖୁକା ସାଗରିକା ମିଶ୍ରଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget