loading...

ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ସ୍ମତି ଉଦ୍ଦେଶ୍ୟରେ ‘ଗାନ୍ଧୀ ସୌରଭ ସ୍ମରଣିକା ଲୋକାର୍ପଣ ଉତ୍ସବ

୨ ଅକ୍ଟୋବର ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ସ୍ମତି ଉଦ୍ଦେଶ୍ୟରେ ‘ଗାନ୍ଧୀ ସୌରଭ ସ୍ମରଣିକା ଲୋକାର୍ପଣ ଉତ୍ସବ

ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ସ୍ମତି ଉଦ୍ଦେଶ୍ୟରେ ‘ଗାନ୍ଧୀ ସୌରଭ ସ୍ମରଣିକା ଲୋକାର୍ପଣ ଉତ୍ସବ

ବ୍ରହ୍ମପୁର, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ କମିଟି ପକ୍ଷରୁ ଗତ ମାର୍ଚ୍ଚ ୩୦ ତାରିଖରେ ବର୍ଣ୍ଣାଢ଼ୀ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଯାଇଛି। କମିଟି ନିଷଭି ପ୍ରକାରେ ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ଏକ ସ୍ମରଣିକା ‘ଗାନ୍ଧୀ ସୌରଭ ଲୋକାର୍ପଣ ଉତ୍ସବ ଆସନ୍ତା ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ବ୍ରହ୍ମପୁରସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। 

ଏହି ଆକର୍ଷଣୀୟ ସୁରଣିକା ୫୦୦ରୁ ଉର୍ଣ୍ଣ ପୃଷ୍ଠା ସମ୍ବଳିତ ହୋଇଥିବା ବେଳେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଗାନ୍ଧୀଜୀଙ୍କ ସମ୍ପକିତ ୫୮ ଜଣ ଲେଖକଙ୍କ ଲେଖା ସ୍ଥାନିତ ହୋଇଛି। ଶତବାର୍ଷିକୀ କମିଟିର ସଭାପତି ତଥା ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ କମିଟିର ଏକ ଜରୁରୀ ବୈଠକ ଶ୍ରୀ ସାହୁଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡ଼. ସୂର୍ଯ୍ୟ ନାରାୟଣ ପାତ୍ର, ସମ୍ମାନିତ ଅତିଥ ଭାବେ ପୂର୍ବତନ ବିଧାୟକ ତଥା ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ‘ଗାନ୍ଧୀ ସୌରଭ’ ସ୍ମରଣିକାର ମୁଖ୍ୟ ସମ୍ପାଦକ ପ୍ରଫେସର ମେଜର ରମାରମଣ ପାଢ଼ୀ ପୁସ୍ତିକା ସମ୍ପର୍କରେ ବିବରଣୀ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ କମିଟି ସଂଯୋଜକ ରବି ରଥ ଅନୁରୋଧ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget