ଭୁବନେଶ୍ୱର, ଓଡ଼ିଶା ଲଲିତ କଳା ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ, ମାଲକାନଗିରିର ମିଳିତ ଆନୁକୂଲ୍ୟରେ ଆୟୋଜିତ “ମେର ଉସୁବ’ ଅବସରରେ । ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ‘ମେଘ ମହ୍ନାଇଁ ଆୟୋଜିତ ହୋଇଯାଇଛି । ଏହି ଦୁଇଦିନିଆ ଶିବିରକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଶୁଭ ଉଦଘାଟନ କରି ଅଂଶଗ୍ରହଣକାରୀ ଯୁବ ଶିଳ୍ପୀମାନଙ୍କୁ କଳା ର ଶୀର୍ଷ ସୋପାନରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ, ଏଣୁ ସହିତ ଚିତ୍ର ଓ ସାହିତ୍ୟରେ । ବ ର୍ଷାର ଚିତ୍ରଣ କଳା ଓ ସାହିତ୍ୟକୁ ଋଦ୍ଧିମନ୍ତ କରେ ବୋଲି ମତପ୍ରକାଶ କରିଥୁଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ, ଶ୍ରୀ ପ୍ରବୋଧ କୁମାର ରଥ, ଲୋକକଳାର ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀ ବସ୍ତ୍ର ଦେବ ପାଲବିଶୋଇ, ରାଜ୍ୟ ଲୋକକଳା ସଂଘର ସଭାପତି, ଶ୍ରୀ ଅବନି କୁମାର ମିଶ୍ର, ଓଡ଼ିଶା ଲଲିତ କଳା ଏକାଡେମୀର ସଚିବ, ଶ୍ରୀ ପଞ୍ଚାନନ ସାମଲ ଓ ଜୟପୁର ଆର୍ଟ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଯୁଧୁଷ୍ଠିର ମଲ୍ଲିକ ଅତିଥୁ ଭାବେ ଯୋଗଦେଇଥିଲେ । ଅତିଥୁମାନେ ପ୍ରାରମ୍ଭରେ ଶିଳ୍ପୀ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ଏହି ଶିବିରକୁ ସ୍ବାଗତ କରିଥୁଲେ ।
ଦିପାରାଣୀ ନାୟକ, ବି ବେ କା ନନ୍ଦ ମହାପାତ୍ର, ଗୁରୁଶିଷ୍ୟ, ଜଗଜ୍ଞାଥ ସ୍ବାଇଁ, ଜ୍ୟୋର୍ତ୍ତିଦେବ ସିଂ, ସୋଫିୟା ସମିନ୍, ଜ୍ୟୋତିର ଜନ ପଣ୍ଡା, ଜୀବନ ଜ୍ୟୋତି ଥଟା ଇ, ଶଶିକାନ୍ତ ପୃଷ୍ଟି, ନରେନ୍ଦ୍ର କୁମାର ମାଝି, ଜ୍ୟୋତିରଞ୍ଜନ ସାହୁ, ସୌମ୍ୟ ରଞ୍ଜନ ସାହୁ, ଫକୀର ମେହେର, ଖର ତ ତାଣ୍ଡି, ତ୍ରିଲୋଚନ ସାହୁ, କୁଲଦିପ ରାୟ, ଅରଜିତ ଦାସ, ଅଜୟ କୁମାର ପରିଡ଼ା, ଦିବ୍ୟ ଲୋଚନ ମହନ୍ତ, ଦ୍ଵିତିକୃଷ୍ଣ ବରାଦ, ଲକ୍ଷ୍ମୀ ନାରାୟଣ ଦୁଆଁ, ରୋହିତ କୁମାର ସରଫ ପ୍ରମୁଖ କ୍ୟାନଭାସରେ ଆ କ୍ରିଲିକ ରଙ୍ଗର ଚିତ୍ର ଅଙ୍କନ କରିବା ବେଳେ ଚିନ୍ମୟ ଇଟ, ଦିପେଶ ଭୋଇ, ନିରଞ୍ଜନ ସାହୁ, ଅଜୟ କୁମାର ପାତ୍ର, ବିଦଗଣ୍ଡ, ନିବେ ଦିତା ମହାରଣା, ସଲ୍ଲା କିଶାନ, ଦେବ ମାରି, ଅନ୍ତରା ମ ସାନ୍ତା, ପ୍ରତ୍ୟୁଷ କୁମାର ସାହୁ ଆଦି ସୁନ୍ଦର ଜଳରଙ୍ଗ ଛବି ଅଙ୍କନ କରିଥୁଲେ ।
ଏହି ଚିତ୍ର ଶିବିରରେ ଭୁବନେଶ୍ୱର ବିଭୁତି କାନୁନଗୋ ଚାରୁ କଳା ମହାବିଦ୍ୟାଳୟ, ଧଉଳି ଚାରୁକଳା ମହାବିଦ୍ୟାଳୟ, ଖଲିକୋଟ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ, ବାଲେଶ୍ଵର ଚାରୁ ଓ କାରୁକା ଳା ମହାବିଦ୍ୟାଳୟ, ଭଦ୍ରକ ଚାରୁକଳା ମହାବିଦ୍ୟାଳୟ, ସୁନ୍ଦର ଗତ କଳା ୟତନ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଓ କୋରାପୁଟ ଶ୍ରୀ ବିକ୍ରମଦେଓ ଚାରୁ ଓ କାରୁକଳା ବିଦ୍ୟାଳୟର ମୋଟ ୩୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥୁଲେ । ଶିଳ୍ପୀମାନଙ୍କ ଚିତ୍ରରେ ମାଲକାନଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବ ର୍ଷାର ତୁ ସମ୍ବନ୍ଧୀୟ ଚିତ୍ର ବେଶ ଆକର୍ଷଣୀୟ ଓ ପ୍ରଶଂସନୀୟ ହୋଇଥୁଲା ।
Post a Comment