ଭୁବନେଶ୍ବର, ବିଧାନସଭାରେ ପାରିତ ହୋଇଛି ଶିଶୁ ଶ୍ରମ ନିରୋଧ ଆଇନ୍ – ୨୦ ୨୧ । ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ଆଗତ କରିଥିବା ବିଟି ବହୁ ମତରେ ପାରିତ ହୋଇଛି । ବିଲ୍ ପାରିତ ସମୟରେ ଶାସକଦଳ ଟେବୁଲ ବାଡେଇ ସ୍ବାଗତ କରିଛନ୍ତି । ଏଥି ସହିତ ପ୍ରଶ୍ଳୋଭର, ଶୂନ୍ୟକାଳ, ମୁଲତବି ପ୍ରସ୍ତାବ ଉପରେ ବି ଆଲୋଚନା ପରିସରକୁ ଆସିଛି । ରାଜ୍ୟପାଳ ଗୃହରେ ତାଙ୍କର ଅଭିଭାଷଣ ରଖିଥିବାବେଳେ ୨୦ ୨୧-୨୨ ବଜେଟ ବି ଗୃହରେ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀମାନେ ଗୃହରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖୁବାବେଳେ ବାଚସ୍ପତି ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇଛନ୍ତି ।
ତେବେ ଏସବୁ ହୋଇଛି ଆଜି ଦେଖିକୁ ମିଳିଛି ଛାୟା ବିଧାନସଭାରେ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ୟୁନିସେଫର ମିଳିତ ପ୍ରୟାସରେ ଆୟୋଜିତ ଏହି ଛାୟା ଅଧିବେଶନ ଅସଲ ବିଧାନସଭାର ଭ୍ରମ ସୃଷ୍ଟି କରିଥିଲା । ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାର ପୁରାତନ ସୌଧରେ ଆୟୋଜିତ ଏହି ଛାୟା ବିଧାନସଭାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର, ବିରୋଧଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧାବତୀ ପ୍ରଧାନ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲାତା ଦେଓ, ସେଚ୍ଛାସେବୀ ସଂସ୍ଥା ପିପୁଲ୍ଲ କଲଚରାଲ ସେଣ୍ଟର (ପିକକ) ସମ୍ପାଦକ ରଞ୍ଜନ ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ୟୁନିସେର ଶିଶୁ ସୁରକ୍ଷା ଅଧିକାରୀ ନେହା ନାଇଡୁ, ଆକ୍ସନ । ଘାଷିରାମ ପଣ୍ଡା, ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ ଦିବ୍ୟ ଶାଶ୍ବତୀ, ସର୍ଣ୍ଣପଦକପ୍ରାପ୍ତ ଭାରଭୋଳନକାରୀ କେ.ରବିକୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିଶୁମାନେ ଉପସ୍ଥିତ ଥିଲେ ।
ବାଚସ୍ପତି ପ୍ରଦୀପ ପ୍ରଜ୍ବଳନ କରି ଛାୟା ବିଧାନସଭାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିବାପରେ ଅସଲି ବିଧାନସଭା ଭଳି ପ୍ରଥମେ ରାଜ୍ୟପାଳ ଗୃହକୁ ପ୍ରବେଶ କରିଥିଲେ । ରାଜ୍ୟପାଳଙ୍କୁ ବାଚସ୍ପତି ଓ ମାର୍ଶାଲ ପାଛୋଟି ଆଣିବାପରେ ଜନଗଣ ମନ ସଙ୍ଗୀତ ଗୃହରେ ଗାନ କରାଯାଇଥିଲା । ଏହାପରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା । ପରେ ପରେ ପ୍ରଶ୍ଳୋଭର, ଶୂନ୍ୟକାଳ ଆୟୋଜିତ ହୋଇଥିବାବେଳେ ୨୦ ୨୧-୨୨ ବର୍ଷ ପାଇଁ ବଜେଟ୍ ଆଗତ ହୋଇ ଗୃହର ଅନୁମୋଦନ ଲାଭ କରିଥିଲା । ଏଥି ସହିତ ଗୃହରେ ବିଭାଗୀୟ ମନ୍ତ୍ରୀ ଶିଶୁ ଅଧିକାର ସୁରକ୍ଷା ବିଲ୍ ଆଗତ କରିଥିଲେ । ଏହା ଉପରେ ବିସ୍ତୃତ ଆଲୋଚନା ପରେ ବହୁମତରେ ତାହା ପାରିତ ହୋଇଥିଲା । ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବାପାଇଁ ମୁଖ୍ୟମନ୍ତ୍ରୀ, ବିରୋଧିଦଳ ନେତା ଓ ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଆଜିର ଏହି ଛାୟା ବିଧାନସଭାରେ ରାଜ୍ୟପାଳ ଭାବେ ଚିନ୍ମୟୀ ବେହେରା, ମୁଖ୍ୟମନ୍ତ୍ରୀ ଭାବେ ପ୍ରୀତିଶ କୁମାର ସୁବୁଦ୍ଧି, ବାଚସ୍ପତିଭାବେ ଶ୍ରଦ୍ଧାଞ୍ଜଳି ଖଟାଇ, ବିରୋଧୂଦଳ ନେତା ଭାବେ ନିକି ପାଟ୍ଟଶାଣୀ, ଶ୍ରମ ଓ ଇଏଆଇ ମନ୍ତ୍ରୀ ସୌମ୍ୟ । ରଞ୍ଜନ ପାତ୍ର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଶତଭିସାଦାସ, ଶିକ୍ଷାମନ୍ତ୍ରୀ ଭାବେ ସାଗରିକା ପାଟ୍ଟଶାଣୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ପଦ୍ମାବତୀ ଭଟ୍ଟ, ଅର୍ଥମନ୍ତ୍ରୀ ଭାବେ ବବିତା ମିଙ୍ଗ୍, ବିଧାନସଭାର ସଚିବଭାବେ ଶୁଭସ୍ମିତା ବେହେରା, ମୁଖ୍ୟ ସଚେତକ ଭାବେ ଶୁଭଶ୍ରୀ ପ୍ରଧାନ, ଉପମୁଖ୍ୟ ସଚେତକ ଭାବେ ମହେଶ୍ବର ବେହେରା, ବିଧାୟକ ଭାବେ ସସ୍ମିତା ଭୋଇ, ସୁପ୍ରଭା ବେହେରା, ଲିଜା ବେହେରା, ଲିଜାରାଣୀ ପ୍ରଧାନ, ତିଷ୍ଠା କିରଣ, ସ୍ଥିତିପ୍ରଜ୍ଞା, ଅର୍ପିତାବାରିକ, ଏଡିସି । ଭାବେ ତ୍ରିନାଥ ବେହେରା, ମାର୍ଶାଲ ଭାବେ ସୌମ୍ୟ ରଞ୍ଜନ ସିଂହ ନିଖୁଣ ପ୍ରଦର୍ଶନ କରିଥିଲେ ।
ଛାୟା ବିଧାନସଭା ଆୟୋଜନ ଦ୍ବାରା ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ବ୍ୟବସ୍ଥା ସଂକ୍ରାନ୍ତରେ ଅଗଦ ହେବା ସହିତ ଆଗାମୀ ଦିନରେ ଜଣେ ଜଣେ ଦକ୍ଷ ରାଜନେତା ହୋଇ ବାହାରିବେ ବୋଲି ବାଚସ୍ପତି ତାଙ୍କ ଅଭିଭାଷଣରେ କହିଥିଲେ । ପିଲାଙ୍କ ଏଭଳି ଚମତ୍କାର ବିଧାନସଭା ପରିଚାଳନା ଦେଝ ବାଚସ୍ପତିଙ୍କ ସମେତ ଉପସ୍ଥିତ ଲୋକପ୍ରତିନିଧି ମାନେ । ସେମାନଙ୍କର ଭୂୟଶୀ ପ୍ରଶଂସା କରିଥିଲେ ।
Post a Comment