ଭୁବନେଶ୍ୱର, ଭୁବନେଶ୍ୱରଠାରେ ଭାରତ ସରକାରଙ୍କର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଗୋପାଳନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମତ୍ସ୍ୟ ଦିବସ -୨୦୨୧ ପାଳନ ଅବସରରେ ବାଲେଶ୍ବର ଜିଲ୍ଲାକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲ୍ଲା ଭାବେ ସମ୍ମାନ ପ୍ରଦାନ କରାଯାଇଛି। ଏହା ଫଳରେ ଓଡ଼ିଶା ମତ୍ସ୍ୟକ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରି ଅନ୍ୟ ଏକ ସମ୍ମାନଜନକ ଜାତୀୟସ୍ତରର ମତ୍ସ୍ୟ ସମ୍ପଦ ପୁରସ୍କାର ହାସଲ କରିଛି। । ନିୟୁତ ନିୟୁତ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଓ ବିଶ୍ୱବ୍ୟାପୀ ମସ୍ଥ୍ୟ ବ୍ୟବସାୟ ସହ ଜଡ଼ିତ ଜନସାଧାରଣଙ୍କ ଅବଦାନକୁ ସ୍ବୀକୃତି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯାଏ ।
ବିଶ୍ୱରେ ଏକ ସହନଶୀଳ ମତ୍ସ୍ୟ ସମ୍ପଦର ଅବସ୍ଥିତିକୁ ସୁନିଶ୍ଚିତ କରିବା ସହ ସୁସ୍ଥ ସାମୁଦ୍ରିକ ଓ । ଅନ୍ତର୍ଦ୍ଦେଶୀୟ ଜଳୀୟ ଜୈବ-ପରିବେଶକୁ ଏହି ଦିବସ ଗୁରୁତ୍ୱ ପ୍ରଦାନ କରେ । ମସ୍ୟଚାଷୀଙ୍କ ରୋଜଗାରକୁ ବହୁଗୁଣିତ, ଜୀବିକାର ଉନ୍ନତିକରଣ, ଲାଭଦାୟକ ନିଯୁକ୍ତି ସୃଷ୍ଟି, ପୁଷ୍ଟି ସୁରକ୍ଷା ଏବଂ ଓଡ଼ିଶାର ରପ୍ତାନୀ ରୋଜଗାର ବୃଦ୍ଧିରେ ମସ୍ୟ ଓ ଜଳକୃଷିର ଏକ ପ୍ରମୁଖ ଭୂମିକା ରହିଛି। । ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେଉଥିବା ମତ୍ସ୍ୟକ୍ଷେତ୍ର ପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି ଓ ୧୫.୮୯ ଲକ୍ଷରୁ ଅଧୁକ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଉଦ୍ୟୋଗୀ ଓ ଯୁବଗୋଷ୍ଠୀ ସମ୍ପୃକ୍ତ ଥିବା ମତ୍ସ୍ୟକ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାର ଅଗ୍ରାଧୁକାର ଦେଉଛନ୍ତି।
ଓଡ଼ିଶାର ୪୮୦ କିମି ସୁଦୀର୍ଘ ଉପକୂଳ, ୪.୧୮ ଲକ୍ଷ ହେକ୍ଟର ଖାରି ଜଳକ୍ଷେତ୍ର, ୬.୮୬ ଲକ୍ଷ ହେକ୍ଟର ମଧୁର ଜଳକ୍ଷେତ୍ର (ନଦୀ, ଜଳଭଣ୍ଡାର ଓ ପୋଖରୀ ଇତ୍ୟାଦି) ଆଦି ଭାରତର ମସ୍ୟ ସମ୍ପଦକୁ ସମୃଦ୍ଧ କରୁଛି। ୨୦୨୦-୨୧ ବର୍ଷରେ ୮.୭୩ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ସହ ଓଡ଼ିଶା ସର୍ବଭାରତୀୟ ସ୍ତରରେ । ସର୍ବାଧୂକ ମାଛ ଉତ୍ପାଦନରେ ୪ର୍ଥ ସ୍ଥାନରେ ପହଞ୍ଚିଛି ଯାହାକି ରାଜ୍ୟ ସମ୍ବଳର ୨.୩୩% ଅଟେ। ବିଗତ ୫ ବର୍ଷରେ ମସ୍ୟ କ୍ଷେତ୍ରର ବାର୍ଷିକ ଅଭିବୃଦ୍ଧି ୧୩%। ବିଶେଷ କରି ଅନ୍ତ ର୍ଦେଶୀୟ (Inland | Fisheries)ମସ୍ୟକ୍ଷେତ୍ରରେ ଏହି ଅଭିବୃଦ୍ଧି ଖୁବ ଅଧୁକ ଯାହାକି ଖାଦ୍ୟ ଓ କୃଷିକ୍ଷେତ୍ରରେ ସର୍ବୋତ୍ତମ ।
ଓଡ଼ିଶାରେ ମାଛର ଚାହିଦା ଅଧିକ । ଶତକଡା ୯୪ ଭାଗ ଲୋକ ମାଛ ଖାଇବାକୁ ଭଲ ପାଇଥାନ୍ତି। ଓଡ଼ିଶାର ମସ୍ୟ ଉତ୍ପାଦ ଅନ୍ତର୍ଜାତୀୟ ବଜାର ଯଥା ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ, ଜାପାନ, ଚୀନ, ତଥା ଏସୀୟ ଓ ମଧ୍ୟପ୍ରାଚ୍ୟ ଦେଶଗୁଡିକରେ ପ୍ରବଳ ଚାହିଦା ରହିଛି । ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ପାଇ ୨୦୨୦-୨୧ ରେ ୬୧୦୦୦ ମେଟ୍ରିକ ଟନରେ ପହଞ୍ଚିଛି, ଯାହାର ମୂଲ୍ୟ ୩୧୦୮ କୋଟି ଟଙ୍କା ଅଟେ। ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଉଥିବା ଅନେକଗୁଡିଏ ସବସିଡ଼ି ଭିତ୍ତିକ ଯୋଜନା ଯୋଗୁଁ ବହୁସଂଖ୍ୟାରେ ଚାଷୀ ଓ ଉଦ୍ୟୋଗୀମାନେ ମଧୁର ଜଳ ଓ ଖାରି ଜଳ ମାଛ ଚାଷ କ୍ଷେତ୍ରକୁ ଆକର୍ଷିତ ହେଉଛନ୍ତି ।
ନୂତନ ପୋଖରୀ ଖନନ ମାଧ୍ୟମରେ ମଧୁରଜଳ ଓ ଖାରିଜଳ ମତ୍ସ୍ୟଚାଷ କ୍ଷେତ୍ରର ବିକାଶ ନିମନ୍ତେ ରାଜ୍ୟ ସରକାର ଚାଷୀମାନଙ୍କୁ ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କାର ସବସିଡ଼ି ପ୍ରଦାନ କରୁଛନ୍ତି। ଗ୍ରାମ ପଂଚାୟତ ପୋଖରୀଗୁଡିକୁ ଦୀର୍ଘମିଆଦି ସୂତ୍ରରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀମାନଙ୍କୁ ମାଛ ଚାଷ ନିମନ୍ତେ ଲିଜ ପ୍ରଦାନ କରାଯାଉଛି। ସମ୍ପ୍ରତି ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ୮,୩୦୦ ମହିଳା ସ୍ଵୟଂ ସହାୟିକା । ଗୋଷ୍ଠୀ ମଧୁରଜଳ ମାଛଚାଷରେ ନିୟୋଜିତ ଅଛନ୍ତି। ଜଳଭଣ୍ଡାରଗୁଡିକରେ ପଥୁରୀ ଭିତରେ ମାଛ ଚାଷ (Cage Culture) ନିମନ୍ତେ ଏହାର ଜଳଭାଗକୁ ଲିଜ ଦେବା ପାଇଁ ଗତବର୍ଷ ରାଜ୍ୟ ସରକାରଙ୍କ ଦ୍ଵାରା ନୀତି ନିର୍ଦ୍ଧାରଣ କରାଯାଇଛି । ଅନେକ ଉଦ୍ୟୋଗୀ ଓ ଯୁବଗୋଷ୍ଠୀ ଅତି ଆଗ୍ରହପୂର୍ବକ ଏଥିରେ ଆକର୍ଷିତ ହୋଇ ହୀରାକୁଦ ଜଳଭଣ୍ଡାରରେ ପଞ୍ଚୁରୀ ସ୍ଥାପନ କରି ମାଛଚାଷ କରୁଛନ୍ତି ।
Post a Comment