ଭୁବନେଶ୍ବର, ଶିଶୁମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାର ହିଂସା ଓ ଯୌନ ଶୋଷଣକୁ ରୋକିବାପାଇଁ ସବୁ ସ୍ତରରେ ସମୟ ଓ ସହଯୋଗ ଆବଶ୍ୟକ । ସରକାରୀ ଓ ବେସରକାରୀ ସଂସ୍ଥା ସହିତ ସାମାଜିକ ସଂଗଠନଗୁଡିକ ଏ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡାକ୍ତର ମିନତି ବେହେରା । ଶିଶୁ ଯୌନ ଶୋଷଣ ମହାମାରୀ ଭଳି ବ୍ୟାପୁଥିବାବେଳେ ଏହାର ନିରାକରଣ ଲାଗି ଉଭୟ ବାପ ମା' ଓ ଶିଶୁମାନଙ୍କୁ ସଚେତନ କରିବାଲାଗି ସେ ପରାମର୍ଶ ଦେଇଛନ୍ତି ।
ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ହିଂସା ଓ ଯୌନ ଶୋଷଣକୁ ରୋକିବାପାଇଁ ଏଠାରେ ନେସନାଲ ଆକ୍ସନ ଆଣ୍ଡ କୋଢିନେସନ ଗୃପ୍ ଫର ଏନଟିଂ ଭାଇଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ଏନଏସିଜି ଇଭିଏସି) ଇଣ୍ଡିଆ, ସେଛାସେବୀ ସଂଗଠନ ପିପୁଲ୍ସ କଲଚରାଲ ସେଣ୍ଟର (ପିକକ), ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଓପନ ଇରିଂ ସିଷ୍ଟମ ଏବଂ ଡବ୍ଲ୍ୟୁଭିଆଇ ଓ ବିଏଜେର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦିନିକିଆ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତର ବେହେରା ଏହା କହିଛନ୍ତି ।
ସେ କହିଛନ୍ତି ଯେ ମହିଳା କମିଶନ ମହିଳାମାନଙ୍କ ସମସ୍ୟାର ସମାଧାନ ସହିତ ଶିଶୁଙ୍କ ସମସ୍ୟାରେ ମଧ୍ୟ ହସ୍ତକ୍ଷେପ କରିପାରିବେ । ହେଲେ ବର୍ଭମାନ ଶୋଷଣର ଶିକାର ହେଉଥିବା ମହିଳା କିମ୍ବା ଶିଶୁମାନେ ଆଇନ୍ ଅଦାଲତ ଝାମେଲାରେ ପଶିବାକୁ ଚାହୁଁନଥିବାରୁ କମିଶନ ସେମାନଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ସଂଧାବତୀ ପ୍ରଧାନ କହିଥିଲେ ଯେ । ଶିଶୁମାନଙ୍କୁ ସୁରକ୍ଷା ଦେବାପାଇଁ ଆମ ଭିତରେ ମାନସିକତା ସୃଷ୍ଟିହେବା ଦରକାର । ସମାଜରେ ଧର୍ଷଣ ସହିତ ପ୍ରମାଣ ନଷ୍ଟପାଇଁ ଧର୍ଷିତାଙ୍କୁ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟୁଛି ।
ଏହାର ନିରାକରଣ ପାଇଁ ପିଲାଙ୍କ ଠାରୁ ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନ କରିବାକୁ ପଡିବ । ଶିଶୁଙ୍କ ସୁରକ୍ଷାପାଇଁ ଗ୍ରାମ ଓ ପଞ୍ଚାୟତ ସ୍ତରରୁ କମିଟି ଗଠନ ପାଇଁ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ମତ ଦେଇଥିଲେ । ରାଜ୍ୟ ଶିଶୁ ସୁରକ୍ଷା । ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର କହିଥିଲେ ଯେ ପିଲାଙ୍କ ପ୍ରତିଭାକୁ ଶକ୍ତିରେ ପରିଣତ କରିବା ସମସ୍ତଙ୍କର ଦାୟିତ୍ । ସହଯୋଗ-ସହଭାଗିତା-ସମୟ ନରହିଲେ ଏତେବଡ ଆହ୍ବାନକୁ ମୁକାବିଲା କରିବା କଷ୍ଟକର ହେବ । ତେଣୁ ତଳ ସ୍ତରରୁ ସମନ୍ବୟ ରକ୍ଷା । ଉପରେ ସେ ଗୁରୁତ୍ବ ଦେଇଥିଲେ ।
ଏନ୍ ଏସିଜି--ଇଭିଏସି ଇଣ୍ଡିଆର ରାଜ୍ୟ ସଂଯୋଜକ ପ୍ରକାଶ ରଥ ସ୍ୱାଗତ ଭାଷଣ ଦେଇଥିବାବେଳେ ଏନ୍ ଏସିଜି-ଇଭିଏସିର ଜାତୀୟ ଅଧ୍ୟକ୍ଷ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଅଇନ୍ ଶିଶୁ ଶୋଷଣ ମାମଲା ଗତ ୨ ବର୍ଷରେ ୪ଶହ ପ୍ରତିଶତ ବୃଦ୍ଧି ପାଇଛି । ଏହାକୁ ପ୍ରତିହତ ପାଇଁ ସବୁ ସ୍ତରରେ ସରକାରୀ-ବେସରକାରୀ ସିଭିଲ ସୋସାଇଟି ମଧ୍ୟରେ ସମନ୍ବୟ ରକ୍ଷା ଆବଶ୍ୟକ । ନିକଟରେ ଅନୁଷ୍ଠିତ ଶିଶୁ ସମ୍ମିଳନୀରେ ପାରିତ ପ୍ରସ୍ତାବ ସଂକ୍ରାନ୍ତରେ ଶିଶୁ ପ୍ରତିନିଧ ଶ୍ରଦ୍ଧାଞ୍ଜଳି ଖଟାଇ ସୂଚନା
ଦେଇଥିଲେ ।
ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟ, ଓଡିଶାର ଶ୍ରୀ ପ୍ରମୋଦ ଆଚାର୍ଯ୍ୟ, ଓଏସ୍ସିପିସିଆର ସଦସ୍ୟ ସୁଶ୍ରୀ ଦିବ୍ୟ ଶାଶ୍ବତୀ, ପୂର୍ବତନ ସଦସ୍ୟ ଶ୍ରୀ ହରିହର ନାୟକ, ଆଇଜୀବୀ ଶ୍ରୀମତୀ ବିଶେଶ୍ବରୀ ମହାନ୍ତି, ଓଏସ୍ସିପିଏସ୍ର ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ପ୍ରୀତିକାନ୍ତ ପଣ୍ଡା, ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି, ରାଜ୍ୟ ମହିଳା କମିଶନର ସଦସ୍ୟ ଶ୍ରୀମତୀ ସ୍ନେହାଞ୍ଜଳି ମହାନ୍ତି, ମହିଳା ଓ ଶିଶୁ ବିକାଶ ବିକାଗର ବରିଷ୍ଠ କନସଲଟାଣ୍ଟ ଶ୍ରୀମତୀ ମଧୁସ୍ମିତା ଦାସ ପ୍ରମୁଖ ପସୋ ଆଇନ ଏବଂ କିଶୋର ସୁରକ୍ଷା ଓ ଯତ୍ନ ଆଇନ, ଅନଲାଇନ୍ ନିରାପତ୍ତା ଏବଂ ଶିଶୁ ଅନୁକୂଳ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ସରକାରୀ ଅଧିକାରୀ, ସେଛାସେବୀ ସଂସ୍ଥାର ପ୍ରତିନିଧ୍ୟ, ଲୋକପ୍ରତିନିଧୁମାନେ ଉପସ୍ଥିତ ଥିଲେ । ଡବ୍ଲ୍ୟୁଭିଆଇର ବୀରେନ କୁମାର ଦିଗଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିକର ଧର୍ମାନନ୍ଦ ସୁନ୍ଦରରାୟ, ସତ୍ୟଜିତ ମହାପାତ୍ର ଓ ସତ୍ୟସୁନ୍ଦର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।
Post a Comment