loading...

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକ ଜୟନ୍ତୀ ପାଳିତ । ଶହୀଦ ଲକ୍ଷ୍ମଣ ନାଏକ ଜନଜାତିଙ୍କ ସ୍ଵାଭିମାନର ପ୍ରତୀକ

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକ ଜୟନ୍ତୀ ପାଳିତ । ଶହୀଦ ଲକ୍ଷ୍ମଣ ନାଏକ ଜନଜାତିଙ୍କ ଅସ୍ମିତା ଓ ସ୍ଵାଭିମାନର ପ୍ରତୀକ

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକ ଜୟନ୍ତୀ ପାଳିତ । ଶହୀଦ ଲକ୍ଷ୍ମଣ ନାଏକ ଜନଜାତିଙ୍କ ସ୍ଵାଭିମାନର ପ୍ରତୀକ

ଭୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ, ମାତୃଭୂମିର ପରମପୂଜକ ଶହୀଦ ଲକ୍ଷ୍ମଣ ନାଏକଙ୍କର ଦେଶପ୍ରେମ, ବୀରତ୍ଵ ଓ ନେତୃତ୍ବ ଥିଲା ଅତି ବଳିଷ୍ଠ ସରଳ, ନିରୀହ, ନିଷ୍କପଟ ଆଦିବାସୀମାନେ ଅତ୍ୟାଚଚାରରେ । ଶୋଷିତ ହେବା ଲକ୍ଷ୍ମଣ ନାଏକଙ୍କୁ ବିବ୍ରତ କରିଥିଲା । ଶହୀଦ ଲକ୍ଷ୍ମଣ ନାଏକ ଥିଲେ ଆଦିବାସୀ ବା ଜନଜାତି ସମୁଦାୟଙ୍କ ଯଥାର୍ଥ ପ୍ରତିନିଧୁ ଏବଂ ତାଙ୍କରି ନେତୃତ୍ୱରେ ଜନଜାତିଙ୍କ ମଧ୍ୟରେ ନୂତନ ଚେତନା ଜାଗ୍ରତ ହୋଇଥିଲା ବୋଲି ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉଭୟ ପ୍ରତ୍ୟକ୍ଷ ଓ ଭଚୁଆଲ୍ ମାଧ୍ୟମରେ ଆୟୋଜିତ ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଉତ୍ସବରେ ଅତିଥୀ ଓ ବକ୍ତାମାନେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ମାଧ୍ୟମରେ ଶହୀଦ । ଲକ୍ଷ୍ମଣ ନାଏକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଶହୀଦ ଲକ୍ଷ୍ମଣ ନାଏକଙ୍କ ବୀରତ୍ଵ ଓ ବଳିଦାନ ଦେଶପ୍ରେମର ଅନନ୍ୟ ଉଦାହରଣ । ଆଦିବାସୀ ଭାଇଭଉଣୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ତାଙ୍କର ସଂଗ୍ରାମ ସର୍ବଦା ସ୍ମରଣୀୟ ହୋଇରହିବ । ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଅତିଥିମାନେ ଉପସ୍ଥିତ ରହି ପ୍ରଥମେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଜୟଦେବର ବିଧାୟକ ଶ୍ରୀ ଅରବିନ୍ଦ ଢାଲି ଯୋଗଦେଇ ଶହୀଦ ଲକ୍ଷ୍ମଣ ନାଏକଙ୍କୁ କୋରାପୁଟ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ମହାନାୟକ ବୋଲି ବର୍ଣ୍ଣନା କରିବା ସହ ଆଦିବାସୀମାନଙ୍କୁ ସଂଗଠିତ କରି ବ୍ରିଟିଶ ସରକାରଙ୍କ ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ବୋଲି କହିଥିଲେ ।

ସମ୍ମାନିତ ଅତିଥି ଭାବେ ଜୟପୁରର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଉତ୍ସବରେ ଯୋଗଦାନ କରି ଶହୀଦ ଲକ୍ଷ୍ମଣ ନାଏକଙ୍କୁ ଜଣେ ନିଃସ୍ୱାର୍ଥପୁର ଓ ନିର୍ଭିକ ଜନସେବକ ଏବଂ ଜନସେବା ଯୋଗୁଁ ସେ ଲୋକଙ୍କର ପ୍ରିୟପାତ୍ର ଥିଲେ ବୋଲି ପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥ ଭାବେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର ଡ. ଅଶୂଳ ବିହାରୀ ଓତା କହିଥିଲେ ଯେ ଆଦିବାସୀ ସମୁଦାୟର ଅଧୁକାର ସାବ୍ୟସ୍ତ କରିବା ପାଇଁ ଶହୀଦ ଲକ୍ଷ୍ମଣ ନାଏକଙ୍କ ସଂଗ୍ରାମକୁ ଇତିହାସ ସର୍ବଦା ସ୍ମରଣ କରୁଥବ । ଲକ୍ଷ୍ମଣ ନାଏକ ଥିଲେ ଜନଜାତିଙ୍କ ଯଥାର୍ଥ । ପ୍ରତିନିଧ ବୋଲି ସେ ଉଲ୍ଲେଖ କରିଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉତ୍ସବରେ ଉପସ୍ଥିତ ରହି କହିଲେ ଯେ ଶହୀଦ ଲକ୍ଷ୍ମଣ । ନାଏକଙ୍କର ଅନନ୍ୟ ସାହସିକତା, ସାଂଗଠନିକ ଦକ୍ଷତା ଓ ନେତୃତ୍ଵ ଜନଜାତି ସଂପ୍ରଦାୟକୁ ବ୍ରିଟିଶ ବିରୋଧରେ ସଂଘର୍ଷ କରିବା ପାଇଁ ପ୍ରେରଣା ଯୋଗାଇଥିଲା । 

ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍ ଡ. ହୃଦୟ ରଞ୍ଜନ ଶତପଥୀ କହିଲେ ଯେ ଓଡ଼ିଶାର ଯେଉଁ କେତେକ ସ୍ୱାଧୀନଚେତା ଦେଶପ୍ରେମୀ ବୀର ନାୟକ ସ୍ଵାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ନେତୃତ୍ବ ନେଇଥିଲେ ସେମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ପଟ୍ଟଶିଷ୍ୟ ଲକ୍ଷ୍ମଣ ନାଏକ ଅନ୍ୟତମ । ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇଥିବା ଲକ୍ଷ୍ମଣ ନାଏକ ଆତ୍ମସମ୍ମାନକୁ ଗୁରୁତ୍ୱ ଦେବା ସହ ଅତ୍ୟନ୍ତ ସ୍ଵାଭିମାନୀ ଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣରେ ଶହୀଦ ଲକ୍ଷ୍ମଣ ନାଏକଙ୍କୁ ଜନଜାତିଙ୍କ ଅସ୍ମିତା ଓ ସ୍ଵାଭିମାନର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ । 

ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା । ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧୁକାରୀ ପ୍ରମିଳା ମାଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୋଭିଜ୍ ନିୟମ । ଅନୁପାଳନପୂର୍ବକ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧକାରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ । ସକାଳ ୮ଟା ବେଳେ ଭୁବନେଶ୍ଵର ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଏବଂ ୮.୩୦ ସମୟରେ କଳିଙ୍ଗ ହସ୍‌ପିଟାଲ୍ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ପରିଷଦ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget