ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏପିଏସି ଏଜୁକେସନ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ
ଭୁବନେଶ୍ୱର,ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏପିଏସି ଏଜୁକେସନ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ୨୦୨୧ ନିମନ୍ତେ ପୂର୍ବ ଭାରତରେ ଉତ୍କର୍ଷ ଲାଭ କରିଥିବା ଘରୋଇ ବିଶ୍ବବିଦ୍ୟାଳୟ ତାଲିକାରେ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।ନୂଆ ଦିଲ୍ଲୀ ସ୍ଥିତ ନରୱେ ଦୂତାବାସର ବିଜ୍ଞାନ ଓ ପ୍ରଯୁକ୍ତି କାଉନ୍ସେଲର ଶ୍ରୀ ମାନ ସିଂ ସିନ୍ଧୁ, ଏପିଏସି ନ୍ୟୁଜ ନେଟୱାର୍କର ଗୁପ୍ ଏଡିଟର୍ ଓ କୋ-ଫାଉଣ୍ଡର ଶ୍ରୀ ସୌଭିକ୍ ଗୋସାମୀ ଏବଂ କୋ-ଫାଉଣ୍ଡର ତଥା ନିର୍ଦ୍ଦେଶକ ଶ୍ରୀମତି ସଂଘମିତ୍ରା ମହାନ୍ତି ଶୁକ୍ରବାର ଏହି ସମ୍ମାନ ପ୍ରଦାନ କରିଛନ୍ତି ।ଦିଲ୍ଲୀରେ ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଶ୍ରୀ ପ୍ରୀତମ୍ ନାୟକ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।
Post a Comment