loading...

୨୭ଭାଗ ଓବିସି ସଂରକ୍ଷଣ ଓ ଧର୍ମ ନିରପେକ୍ଷତା ପାଇଁ ସଂଗ୍ରାମ କରିବାକୁ ସଂକଳ୍ପ : ସମାଜବାଦୀ ପାର୍ଟି

ସମ୍ବିଧାନ ପ୍ରଣେତା, ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ ନ୍ୟାୟର କର୍ଣ୍ଣଧାର, ଭାରତର ପୂର୍ବତନ ଆଇମନ୍ତ୍ରୀ, ଭାରତରନ୍ ବାବାସାହେବ

୨୭ଭାଗ ଓବିସି ସଂରକ୍ଷଣ ଓ ଧର୍ମ ନିରପେକ୍ଷତା ପାଇଁ ସଂଗ୍ରାମ କରିବାକୁ ସଂକଳ୍ପ : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ସମ୍ବିଧାନ ପ୍ରଣେତା, ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ ନ୍ୟାୟର କର୍ଣ୍ଣଧାର, ଭାରତର ପୂର୍ବତନ ଆଇମନ୍ତ୍ରୀ, ଭାରତରନ୍ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମହାପରନିର୍ବାଣ ଦିବସରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଦଳୀୟ କର୍ମୀମାନେ ଏ.ଜି.ଛକସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପସ୍ଥିତ ସାମାଜିକ ନ୍ୟାୟପ୍ରେମୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ସଭାପତି ଶ୍ରୀ ବେହେରା କହିଥିଲେ ଯେ, କେବଳ ବାବାସାହେବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଦେଲେ ସାମାଜିକ ନ୍ୟାୟ ସମ୍ଭବ ହେବନାହିଁ । 

ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ହକ୍ ପାଇଁ, ସାମ୍ବିଧାନିକ ଅଧିକାର ପାଇଁ ଲଢେଇକୁ ଜୋରଦାର କଲେ ବାବାସାହେବଙ୍କ ସ୍ୱପ୍ନ ପୂରଣ ହୋଇପାରିବ । ଜାତିଗତ ଜନଗଣନା, ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ନାମଲେଖା ଓ ନିଯୁକ୍ତି କ୍ଷେତ୍ରରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦାବିକୁ ନେଇ ସଂଗ୍ରାମ ହିଁ ହେବ ବାବାସାହେବଙ୍କ ପ୍ରତି ଆଜିର ଦିନରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଆଜି ଆମ ଗଣତନ୍ତ୍ର ପାଇଁ ସବୁଠାରୁ ବଡ଼ ଆହ୍ବାନ ସୃଷ୍ଟି କରିଛି ସାମ୍ପ୍ରଦାୟିକତାବାଦ । ୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ ଧର୍ମାନ୍ଧମାନେ ବାବ୍ରି ମସଜିଦକୁ ଭାଙ୍ଗି ଏ ଦେଶର ସମ୍ବିଧାନ ପ୍ରତି ସବୁଠାରୁ ବଡ଼ ଧକ୍କା ଦେଇଥିଲେ । 

ତେଣୁ ଆଜିର ଦିବସରେ ଧର୍ମନିରପେକ୍ଷତା ଓ ସାମ୍ପ୍ରଦାୟିକ ସଦ୍‌ଭାବନା ପାଇଁ ସଂଗ୍ରାମ କରିବା ବାବସାହେବଙ୍କ ଶିକ୍ଷାର ଅନ୍ୟ ଏକ ସଂକଳ୍ପ ହେବା ଉଚିତ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଭିଟାମାଟି ସୁରକ୍ଷା ମଞ୍ଚର ଆବାହକ ଅରୁଣ ଜେନା, ବରିଷ୍ଠ କୃଷକନେତା ବିଜୟ ବେହେରା, ଯୁବନେତା ଦେବାଶିଷ ମହାପାତ୍ର ଓ ଲିଟୁ ସ୍ୱାଇଁ ପ୍ରମୁଖ ବାବାସାହେବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ପାର୍ଟି ପକ୍ଷରୁ ଏହି ପ୍ରତିନିଧିମାନେ ଓଡ଼ିଶାର ପ୍ରଥମ ସହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget