loading...

ଭାରତ ନିର୍ବାଚନ ଆୟୋଗ ଦ୍ଵାରା ରାଜ୍ୟସ୍ତରୀୟ ଦ୍ଵାଦଶ ଜାତୀୟ ମତଦାତା ଦିବସ ପାଳିତ

ଯୁବବର୍ଗର ଭୋଟରଙ୍କୁ ଉତ୍ସର୍ଗ କରିବା ସହ ୨୦୧୧ ମସିହାଠାରୁ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ସାରା ଦେଶରେ ଏହାକୁ ପାଳନ କରାଯାଉଛି

ଭାରତ ନିର୍ବାଚନ ଆୟୋଗ ଦ୍ଵାରା ରାଜ୍ୟସ୍ତରୀୟ ଦ୍ଵାଦଶ ଜାତୀୟ ମତଦାତା ଦିବସ ପାଳିତ

ଭୁବନେଶ୍ୱର, ନୂତନ ଓ ଯୁବ ଭୋଟରମାନଙ୍କର ନିର୍ବାଚନରେ ଅଧୁକରୁ ଅଧିକ ସଂଖ୍ୟାରେ ଅଂଶଗ୍ରହଣ ସହ ଭାରତୀୟ ଗଣତନ୍ତ୍ରକୁ ମଜବୁତ୍ କରିବାର ଲକ୍ଷ୍ୟ ନେଇ ଭାରତ ନିର୍ବାଚନ ଆୟୋଗ ଏହାର ପ୍ରତିଷ୍ଠା ଦିବସକୁ ଯୁବବର୍ଗର ଭୋଟରଙ୍କୁ ଉତ୍ସର୍ଗ କରିବା ସହ ୨୦୧୧ ମସିହାଠାରୁ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖକୁ । ଜାତୀୟ ମତଦାତା ଦିବସ ଭାବେ ସାରା ଦେଶରେ ଏହାକୁ ପାଳନ କରାଯାଉଛି । ଦେଶର ପ୍ରତ୍ୟେକ ନାଗରିକଙ୍କ ନାମ ଯେପରି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ ଓ ନିର୍ବାଚନବେଳେ ଯେପରି ସମସ୍ତ ଭୋଟର ନିର୍ବାଚନରେ ବହୁସଂଖ୍ୟାରେ ଅଂଶଗ୍ରହଣ କରିବେ ଏହା ହିଁ ହେଉଛି ଜାତୀୟ ମତଦାତା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭାରତ ନିର୍ବାଚନ ଆୟୋଗ ଏ ବର୍ଷର ବିଷୟବସ୍ତୁ ରଖୁଛନ୍ତି ନିର୍ବାଚନକୁ କରିବା ସମାବେଶୀ, ସୁଗମ ଏବଂ ସହଭାଗୀ ।”

ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କ କାର୍ଯ୍ୟାଳୟ ପରିସରରେ ‘ରାଜ୍ୟସ୍ତରୀୟ ଦ୍ଵାଦଶ ଜାତୀୟ ମତଦାତା ଦିବସ -୨୦୨୨ ଭଟୁଆଲ୍ ମାଧ୍ୟମରେ ମହାସମାରୋହରେ ପାଳିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧୁକାରୀମାନେ ଭଟୁଆଲ୍ ମାଧ୍ୟମରେ ଉପସ୍ଥିତ ରହି ସମାରୋହକୁ ସାଫଲ୍ୟମଣ୍ଡିତ କରିଥିଲେ । ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ଲୋହାନୀ ଜାତୀୟ ମତଦାତା ଦିବସ ଅବସରରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ବାର୍ତ୍ତା ପାଠ କରିଥିଲେ ଓ ପରେ ପରେ ଜାତୀୟ ମତଦାତା ଦିବସ ଉପଲକ୍ଷେ ସଚେତନ ନାଗରିକମାନଙ୍କ ଉପଲକ୍ଷେ ଭୋଟର ଶପଥପାଠ କରାଇଥିଲେ । ବିଭିନ୍ନ ବର୍ଗର ୫ ଜଣ ନୂତନ ଯୁବ ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ଲୋହାନୀ ଭୋଟର ଫଟୋ ପରିଚୟ ପତ୍ର ପ୍ରଦାନ କରିଥିଲେ । ସଦ୍ୟ ସମାପ୍ତ ହୋଇଥିବା ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ଜିଲ୍ଲା ନିର୍ବାଚନ ଅଧୁକାରୀ, ନିର୍ବାଚନ ରିଟେଁ ଅଧୁକାରୀ, ବୁଥସ୍ତରୀୟ ଅଧୁକାରୀ ଏବଂ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ଜାତୀୟ ମତଦାତା ଦିବସ ପାଳନ ଅବସରେ  ମୁଖ୍ୟ ନିର୍ବାଚନ ଅଧୁକାରୀ ପୁରସ୍କାର ପ୍ରଦାନ ସହ ସମ୍ମାନିତ କରିଛନ୍ତି ।

ବିଶେଷ କରି ଅନ୍‌ଲାଇନ୍‌ ମାଧ୍ୟମରେ ଶତପ୍ରତିଶତ ଫର୍ମ ଗ୍ରହଣ କରିଥିବା ଖରିଆର ବିଧାନସଭା । ନିର୍ବାଚନ ମଣ୍ଡଳୀର ନୂଆପଡ଼ା ଉପଜିଲ୍ଲାପାଳ ତଥା ଭୋଟ ସଂଜୀକରଣ ଅଧୁକାରୀ, ଡାବୁଗାଁ ଓ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ସଂଜୀକରଣ ଅଧୁକାରୀ ତଥା ଉପଜିଲ୍ଲାପାଳ, ନବରଙ୍ଗପୁର, ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଫଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ, ଯାଜପୁର, । ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଫଜୀକରଣ ଅଧୁକାରୀ ତଥା ଉପଜିଲ୍ଲାପାଳ, ଖୋଦ୍ଧା, ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ସଂଜୀକରଣ ଅକାରୀ ତଥା ଉପଜିଲ୍ଲାପାଳ, ଚମ୍ପୁଆ ଓ । ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ସଂଜୀକରଣ ଅଧୁକାରୀ ତଥା ଉପଜିଲ୍ଲାପାଳ, ଧର୍ମଗଡ଼ଙ୍କୁ ମୁଖ୍ୟ ନିର୍ବାଚନ ଅଧୁକାରୀ ପ୍ରଶଂସା କରିଥିଲେ ଏବଂ ପୁରସ୍କାର ସହ ସମ୍ମାନିତ କରିଥିଲେ ।

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧୁକାରୀ ୭ ଜଣ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧୁକାରୀ, । ୧୨ ଜଣ ଉପଜିଲ୍ଲାପାଳ ତଥା ଭୋଟ ସଂଜୀକରଣ ଅଧୁକାରୀ ଜଣେ ଭୋଟ ସଂଜୀକରଣ ଅଧୁକାରୀ, । ଜଣେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ୩ ଜଣ ବୁଥ୍ୟସ୍ତରୀୟ ଅଧୁକାରୀ ଓ ୩ ଜଣ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ସହ ସମ୍ମାନିତ କରିଛନ୍ତି । ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀମତୀ ସଂଘମିତ୍ର ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚ । ପରିଚାଳନା କରିଥିଲେ ଓ ଯୁଗ୍ନ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ପୁରସ୍କୃତ ହେବାକୁ ଥିବା ଅଧିକାରୀମାନଙ୍କର ତାଲିକା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମାରୋହରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧୁକାରୀ ଭବାନୀ ପ୍ରସାଦ ରାୟ ଓ ଶତ୍ରୁଘ୍ନ କରି ଏହି ସମାରୋହକୁ ପରିଚାଳନା କରିଥିଲେ ଓ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget