loading...

ଓଡ଼ିଶା ଟେଲିକମ୍ ମାଇକ୍ରୋୱେଭ ମଜଦୁର ସଂଘ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ

ବି.ଏସ୍.ଏନ୍.ଏଲ୍ କର୍ମଚାରୀ କାଜୁଆଲ ମଜଦୁର ସଂଘ ସେମାନଙ୍କର ୯ ଦଫା ଦାବି ନେଇ ଆଜି ବି.ଏସ୍.ଏନ୍.ଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ

ଓଡ଼ିଶା ଟେଲିକମ୍ ମାଇକ୍ରୋୱେଭ ମଜଦୁର ସଂଘ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ

ଭୁବନେଶ୍ୱର, ବି.ଏସ୍.ଏନ୍.ଏଲ୍ କର୍ମଚାରୀ କାଜୁଆଲ ମଜଦୁର ସଂଘ ସେମାନଙ୍କର ୯ ଦଫା ଦାବି ନେଇ ଆଜି ବି.ଏସ୍.ଏନ୍.ଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଏହି ବିକ୍ଷୋଭ ଦାବି ପୂରଣ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସେମାନେ ଘୋଷଣା କରିଥିଲେ । ବି.ଏସ୍.ଏନ୍.ଏଲ୍‌ର ଉଚ୍ଚ କର୍ତ୍ତୃପକ୍ଷ ସେମାନଙ୍କ ଦାବି ଏବଂ ସମସ୍ୟା ନେଇ ବର୍ଷ ବର୍ଷ ଧରି କର୍ଣ୍ଣପାତ କରୁନଥିବାରୁ ଏବଂ କୋର୍ଟରେ କେସ୍ ଥିବାର ବାହାନା ଦେଖାଇ ସେମାନଙ୍କ ଦାବି ପ୍ରତି ଅଣଦେଖା କରୁଥିବାରୁ କର୍ମଋରୀମାନେ ନିଜର ଘୋର ଅସନ୍ତୋଷ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଭବିଷ୍ୟତକୁ ବି.ଏସ୍.ଏନ୍.ଏଲ୍ କର୍ତ୍ତୁପକ୍ଷ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । 

ଟି.ଏସ୍.ଏମ୍ ମାନଙ୍କୁ ନିର୍ଦ୍ଦିଷ୍ଟ ସ୍କିମରେ ଅନ୍ତର୍ଭୁକ୍ତ କରିବା ସହ ଚାକିରୀ ନିୟମିତ କରିବା, ଟି.ଏସ୍.ଏମ୍ ମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ କରିବା, ଟି.ଏସ୍.ଏମ୍ ମାନଙ୍କୁ ଅବସରକାଳୀନ ଭତ୍ତା, ମେଡ଼ିକାଲ ସୁବିଧା ଏବଂ ଗ୍ରାଚୁଇଟି ପ୍ରଦାନ କରିବା, ୨୦ ୨୧ ଜୁଲାଇ ଠାରୁ ଟି.ଏସ୍.ଏମ୍ ପ୍ରଦାନ କରିବା, କୋଭିଡ଼ରେ ମୃତ୍ୟୁବରଣ କରିଥିବା କର୍ମଗରୀମାନଙ୍କୁ ବିଭାଗ ତରଫରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା, ମହାସଂଘର ସାଧାରଣ ସମ୍ପାଦକଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରି ଆଣିବା, ଫୋନ୍ ମେକାନିକାଲ ପରୀକ୍ଷାର ଫଳ ତୁରନ୍ତ ପ୍ରକାଶ କରିବା, ଆଉଟଡୋରେ କାମ କରୁଥିବା ଟି.ଏସ୍.ଏମ୍ ମାନଙ୍କୁ ବିଭାଗ ତରଫରୁ ସେଲ୍ ଫୋନ୍ ଓ ନେପ୍ୟାକ ପ୍ରଦାନ କରିବା ଭଳି ପ୍ରମୁଖ ଦାବିଗୁଡ଼ିକୁ କର୍ତ୍ତୃପକ୍ଷ ମାନି ନେବା ପାଇଁ ଆନ୍ଦୋଳନ କରିଛନ୍ତି । 

ଏପରିକି ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୨୦୦୯ରେ କର୍ମଶ୍ଚରୀମାନଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ ଅନ୍ୟାନ୍ୟ କୋର୍ଟରେ କେସ୍ ଗଲିଛି ବୋଲି କହି ଅଣଦେଖା କରି ଆସୁଛନ୍ତି । ଏଠାରେ ଉଲ୍ଲେଖଥାଉକି, ଇଷ୍ଟର୍ଣ୍ଣ ଟେଲିକମ୍ ରିଜନରେ କାର୍ଯ୍ୟ କରୁଥିବା ଟେମୋରାରୀ ଷ୍ଟାଟସ ମଜଦୁର (ଟି.ଏସ୍.ଏମ୍) ସଂଘ ଓ ଇଷ୍ଟର୍ଣ ଟେଲିକମ୍ ପ୍ରୋଜେକ୍ଟରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ମୋଟ ୪୪୧ ଜଣ କର୍ମଋରୀ ସେମାନଙ୍କ ଉକ୍ତ ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଗଲୁ ରହିବ ବୋଲି ସଂଘର ସଭାପତି ଜନାର୍ଦ୍ଧନ ରଣସିଂ ଏବଂ ସାଧାରଣ ସମ୍ପାଦକ ଲଡୁକିଶୋର ଗୌଡ଼ ଜଣାଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget