loading...

ବିଜେଡିର ପିଆଦା ହେମଗିରି ପୋଲିସ୍ ? ନିର୍ବାଚନ କମିଶନଙ୍କୁ ସିପିଆଇର ସ୍ମାରକପତ୍ର

ଭୁବନେଶ୍ୱର, ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ପୋଲିସ ଶାସକ ବିଜୁ ଜନତା ଦଳର ପିଆଦା ସାଜି ୨୭ ନମ୍ବର ଜୋନ୍‌ର ସିପିଆଇ ପ୍ରାର୍ଥୀ ନରେଶ ମେହେରଙ୍କୁ ନିର୍ବାଚନ ପ୍ରଚାର

ବିଜେଡିର ପିଆଦା ହେମଗିରି ପୋଲିସ୍ ? ନିର୍ବାଚନ କମିଶନଙ୍କୁ ସିପିଆଇର ସ୍ମାରକପତ୍ର

ଭୁବନେଶ୍ୱର, ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ପୋଲିସ ଶାସକ ବିଜୁ ଜନତା ଦଳର ପିଆଦା ସାଜି ୨୭ ନମ୍ବର ଜୋନ୍‌ର ସିପିଆଇ ପ୍ରାର୍ଥୀ ନରେଶ ମେହେରଙ୍କୁ ନିର୍ବାଚନ ପ୍ରଚାର କରିବାକୁ ଦେଉ ନାହିଁ । ଶ୍ରୀ ମେହେରଙ୍କ ସମେତ ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟା ତଥା ଗୋପାଳପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥନୀ ପୂରବୀ ନାଏକ ଓ ମୁଡ଼େର ଖେତ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ବିରେନ୍ଦ୍ର ପ୍ରଧାନଙ୍କ ସହିତ ବହୁ ସିପିଆଇ କର୍ମୀଙ୍କ ଉପରେ ୧୦୭ ଦଫାରେ କେଶ୍ ଦାଏର କରି ସେମାନଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ୍ ଲଗାଇଛି । 

ଏହାର ପ୍ରତିକାର ଦାବି କରି ସିପିଆଇ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ରମେଶ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ପ୍ରକାଶ ଥାଉ କି, ଏହି ଜୋନ୍‌ରୁ ଗତଥର ସିପିଆଇର ପୂରବୀ ନାଏକ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ଏବଂ ଗତ ଏକ ବର୍ଷ ଧରି ସେଠାରେ ଗ୍ରାମ୍ୟ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର କୋଇଲା ବୋଝେଇ ଟ୍ରକ୍ ଚାଲି ଜନଜୀବନକୁ ଅସ୍ତବ୍ୟସ୍ତ ଓ ବିପଦସଙ୍କୁଳ କରିଦେଉଥିବାରୁ ଏହା ବିରୋଧରେ ସପିଆଇ ନେତୃତ୍ବରେ ଜନ ଆନ୍ଦୋଳନ ଚାଲିଛି। ଏଣୁ କୋଇଲା ମାଫିଆ, ବିଜୁ ଜନତା ଦଳ ଓ ପୋଲିସ ଏକାଠି ହୋଇ ସିପିଆଇ ପ୍ରାର୍ଥୀଙ୍କୁ ହରାଇବା ପାଇଁ ପ୍ରଚାର ଉପରେ ପୋଲିସ ଦ୍ବାରା ଏହି ବେଆଇନ ରୋକ୍ ଲଗାଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget