ଭୁବନେଶ୍ବର,ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ବାଚିତ ପ୍ରତିନିଧ ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି ଟ୍ରିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ଘଟଣାରେ ଆହତ ଓ ସଙ୍କଟାପନ୍ନ ଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ଝିଟ୍ କରିଛନ୍ତି ଯେ ଜଣେ ବିଧାୟକ ଅମାନୁଷିକ ଭାବରେ ସର୍ବସାଧାରଣରେ ଜନତା ଓ ପୋଲିସ କର୍ମଚାରୀଙ୍କ ଉପରେ ନିଜେ ଗାଡ଼ି ଚଲାଇ ଗାଡ଼ି ଚଢ଼ାଇବା ସମ୍ଭବତଃ ଓଡ଼ିଶାରେ ପ୍ରଥମ । ଏହି ଘଟଣାକୁ ଯେତେ କଡ଼ା ଶବ୍ଦରେ କହିଲେ ବି କମ୍ ହେବ । ରାଜ୍ୟ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ଫଚାୟତ ନିର୍ବାଚନ ସମୟରେ ଶାସକ ଦଳର ହିଂସାତ୍ମକ କାର୍ଯ୍ୟ ଉପରେ ମୁଁ ଉଦବେଗ ପ୍ରକାଶ କରିଥିଲି । ରାଜ୍ୟ ପ୍ରଶାସନ ଏ ଘଟଣା ଗୁଡ଼ିକରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଭଳି ଅନୁଭବ ହେଉନାହିଁ । ପୌର । ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ବର ସମେତ ଅନେକ ସ୍ଥାନରେ ପ୍ରାକୁ ନିର୍ବାଚନୀ ହିଂସା । ଘଟିବା ଚିନ୍ତା ଓ ପରିତାପର ବିଷୟ । ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନେଶ୍ବର ଲକ୍ଷ୍ମୀସାଗର ଅଂଚଳରେ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ମୁଁ ନିନ୍ଦା କରୁଛି । ଆହତ ହୋଇଥିବା କାର୍ଯ୍ୟକର୍ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଶାସନ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ - ଏହା ସ୍ଲୋଗାନ ବଦଳରେ ପ୍ରତିବଦ୍ଧତା ହେବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରିଛନ୍ତି ।
Post a Comment