loading...

ରାଜ୍ୟ ସଭାପତିଙ୍କୁ ଭେଟିଲେ କଟକର ନବନିର୍ବାଚିତ ବିଜେପି କର୍ପୋରେଟର

କଟକ ମହାନଗର ନିଗମ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ବିଜେପି କର୍ପୋରେଟର ଆଜି ରାଜ୍ୟ କାର୍ଯ୍ୟାଳୟକୁ ଆସି ରାଜ୍ୟ ସଭାପତି

ରାଜ୍ୟ ସଭାପତିଙ୍କୁ ଭେଟିଲେ କଟକର ନବନିର୍ବାଚିତ ବିଜେପି କର୍ପୋରେଟର

ଭୁବନେଶ୍ୱର, କଟକ ମହାନଗର ନିଗମ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ବିଜେପି କର୍ପୋରେଟର ଆଜି ରାଜ୍ୟ କାର୍ଯ୍ୟାଳୟକୁ ଆସି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଭେଟିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ନବନିର୍ବାଚିତ କର୍ପୋରେଟର ମମତା ମହାନ୍ତି, ଲିସା ନାୟକ, ଲକ୍ଷ୍ମୀଧର ବେହେରା, ଗଗନ ଓଝା, ଗୋପାଳ ବେହେରା, ଦୀପକ ଦାସ ଏବଂ ରାକେଶ ସ୍ବାଇଁଙ୍କୁ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟର ସର୍ବପୁରାତନ ସହର କଟକ ଆଜି ବିଭିନ୍ନ ସମସ୍ୟା ଘେରରେ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଇ କଟକବାସୀଙ୍କ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ଆହ୍ବାନ ଦେଇଛନ୍ତି ।

ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝା, ବିଧାୟକ ନାଉରୀ ନାୟକ, ପୂର୍ବତନ ସାଧାରଣ ସଂପାଦକ (ସଂଗଠନ) ଶାରଦା ଶତପଥୀ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡ଼ୁ, ପୂର୍ବତନ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget