loading...

ଭୁବନେଶ୍ବରରେ ବିଶିଷ୍ଟ ଆର୍ଯ୍ୟ ସନ୍ୟାସୀ ତଥା ବିଶ୍ୱ ଆର୍ଯ୍ୟ ସମାଜର ସଭାପତି ସ୍ବାମୀ ଆର୍ଯ୍ୟବେଶ

ଭୁବନେଶ୍ବରରେ ଭାରତବର୍ଷର ବିଶିଷ୍ଟ ଆର୍ଯ୍ୟ ସନ୍ୟାସୀ ତଥା ବିଶ୍ୱ ଆର୍ଯ୍ୟ ସମାଜର ସଭାପତି ସ୍ବାମୀ ଆର୍ଯ୍ୟବେଶ

ଭୁବନେଶ୍ବରରେ ବିଶିଷ୍ଟ ଆର୍ଯ୍ୟ ସନ୍ୟାସୀ ତଥା ବିଶ୍ୱ ଆର୍ଯ୍ୟ ସମାଜର ସଭାପତି ସ୍ବାମୀ ଆର୍ଯ୍ୟବେଶ

ଭୁବନେଶ୍ୱର, ଭାରତବର୍ଷର ବିଶିଷ୍ଟ ଆର୍ଯ୍ୟ ସନ୍ୟାସୀ ତଥା ବିଶ୍ୱ ଆର୍ଯ୍ୟ ସମାଜର ସଭାପତି ସ୍ବାମୀ ଆର୍ଯ୍ୟବେଶ ଆଜି ସନ୍ଧ୍ୟାରେ ବିମାନ ଯୋଗେ ଭୁବନେଶ୍ବରଠାରେ ପହଞ୍ଚିଛନ୍ତି । ଆସନ୍ତା କାଲି ଆର୍ଯ୍ୟ ସମାଜର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ବୋଲି ଆର୍ଯ୍ୟ ସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି । ଡା ଜ୍ଞାନେନ୍ଦ୍ର, ଆର୍ଯ୍ୟସମାଜ ସହିଦ ନଗର ପକ୍ଷରୁ ପ୍ରଫେସର ବିକାଶ ପଣ୍ଡା, ପଣ୍ଡିତ ଯୋଗେନ୍ଦ୍ର ଉପାଧ୍ୟାୟ, ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ସମାଜସେବୀ ଦିଲ୍ଲୀପ ପାତ୍ର ପ୍ରମୁଖ ବିମାନ ବନ୍ଦର ଠାରେ ସ୍ୱାମିଜୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆସନ୍ତା କାଲି ଆର୍ଯ୍ୟସମାଜ ସହିଦ ନଗରର ବାର୍ଷିକ ଉତ୍ସବରେ ସ୍ୱାମିଜୀ ଯୋଗ ଦେବା ସଙ୍ଗେ ସଙ୍ଗେ ବୁଦ୍ଧମନ୍ଦିରଠାରେ ଅପରାହ୍ନ ୩.୩୦ ମିନିଟ୍ ସମୟରେ ଆର୍ଯ୍ୟସମାଜ ଓ ବେଦ ଉପରେ ଏକ ଘଣ୍ଟାର ବ୍ୟାଖ୍ୟାନ ଦେବେ ବୋଲି ଆର୍ଯ୍ୟସମାଜ ଓଡ଼ିଶା ସୂତ୍ରରୁ ପ୍ରକାଶ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget