ଭୁବନେଶ୍ୱର, ହିଂସା ପରାୟଣ ବିଜୁ ଜନତା ଦଳର ନଗ୍ନ ଚିତ୍ର ଏବେ ପରଦାକୁ ଆସିଛି । କଳ, ବଳକୁ ଅପବ୍ୟବହାର କରି ଶାସନ କ୍ଷମତାକୁ ଜାବୁଡି ଧରି ରହିଥିବା ଶାସକ ବିଜେଡି ବର୍ତମାନ ବିରୋଧୀଙ୍କ ପ୍ରତି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ସୁସ୍ଥ ଗଣତନ୍ତ୍ର ପ୍ରତି ସଂପୂର୍ଣ୍ଣ ବିପଦ । ଗଣତନ୍ତ୍ର ଏବେ ଆତଙ୍କତନ୍ତ୍ରରେ ପରିଣତ ହୋଇଛି ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି । ଶାସକ ବିଜେଡିର ହିଂସାତ୍ମକ ଆଚରଣ ପ୍ରତିବାଦରେ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ବରେ ଆଜି ବିଜେପି କାର୍ଯ୍ୟକର୍ତାମାନେ ଭୁବନେଶ୍ବରସ୍ଥିତ ଏଡିଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ ଅନ୍ଦୋଳନ କରିଥିଲେ ।
ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ଯେ, ଗତ ୧୨ ତାରିଖ ଦିନ ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ମଦ ପିଇ ଗାଡି ଚଳାଇ ବାଣପୁରଠାରେ ବିଜେପି କାର୍ଯ୍ୟକର୍ତାଙ୍କୁ ମାରିବାର ହୀନ ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ । ରାଜନୀତିରେ ହିଂସାର ସ୍ଥାନ ନାହିଁ ଏବଂ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ମଧ୍ୟ ଗ୍ରହଣୀୟ ନୁହେଁ । ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ଅପରାଧୀକ ଭିତିଭୂମି ଓ କାର୍ଯ୍ୟକଳାପର ଇତିହାସ ଥିବା ସତ୍ତ୍ୱେ ବିଜେଡି ତାଙ୍କୁ ଏଭଳି କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରି ଆସୁଥିଲା । ମିଛ ନିଲମ୍ବନର ନାଟକ କରି । ଶାସକ ବିଜେଡି ରାଜ୍ୟବାସୀଙ୍କୁ ଭ୍ରମିତ କରିଛି । ଅନ୍ୟ ପଟେ ବ୍ଲକ ନିର୍ବାଚନରେ ନିଜର ପରାଜୟକୁ ସହ୍ୟ କରିନପାରି ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଭୟଭୀତ କରିବାର ପ୍ରୟାସ କରାଯାଇଛି ।
ଏହା ସଂପୂର୍ଣ୍ଣ ଭାବେ ‘ମିଛ ନିଲମ୍ବନ, ସତ ଅକ୍ରମଣ’ ଥିଲା ବୋଲି ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ଅମାନବୀୟ ଆଚରଣରୁ ସ୍ପଷ୍ଟ ହୋଇଛି । ସେହିପରି ଭୁବନେଶ୍ୱର ଝାରପଡାରେ ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ପରିବାର ସଦସ୍ୟଙ୍କୁ ବିଜେଡି ନେତା ଓ ଗୁଣ୍ଡାଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣ କରାଯିବା ଅତ୍ୟନ୍ତ । ଘୃଣ୍ୟ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନିଜର ଛତ୍ରଛାୟା ତଳେ ବିଜେଡି ନେତାଙ୍କୁ ରଖ୍ ହିଂସାକୁ ଅଧ୍ବକ ପ୍ରବର୍ତ୍ତାଉଛନ୍ତି । ବିଧାୟକ ଜଗଦେବଙ୍କ ହିଂସା ଗଣତନ୍ତ୍ର ପ୍ରତି କୁଠାରଘାତ ଏବଂ ଏଭଳି ହିଂସାକୁ ଆଦୌ ସମର୍ଥନ କରିବା ଅନୁଚିତ୍ । ତାଙ୍କୁ ତୁରନ୍ତ ବହିଷ୍କାର କରାଯାଇ ଫାଷ୍ଟଟ୍ରାକ କୋର୍ଟ ଜରିଆରେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ କଠୋର ଦଣ୍ଡ ପ୍ରଦାନ କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ଶ୍ରୀ ସିଂ କହିଛନ୍ତି ।
ଆଜିର ଏହି ପ୍ରତିବାଦ ସଭାରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧା, ଜୟନ୍ତ ଜେନା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ଦିଲୀପ । ବେହେରା, ଉପେନ୍ଦ୍ର ଭଞ୍ଜଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
Post a Comment