ଭୁବନେଶ୍ବର, କିଟ୍ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍ ପୁରସ୍କାର ୨୦୨ ୨ ପ୍ରଦାନ କରାଯାଇଛି । ଶୁକ୍ରବାର ବାଙ୍ଗାଲୋରଠାରେ ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଟ୍କୁ ପୁରସ୍କାର ପ୍ରଦାନ କରାଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁପସ୍ଥିତିରେ କିଟ୍ର ପ୍ରତିନିଧୂ ସସ୍ମିତା ରାଉତ କର୍ଣ୍ଣାଟକ ରାଜ୍ୟପାଳ ଥାର ଚାନ୍ଦ ଗେହଲଟଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ବେଷ୍ଟ ୟୁନିଭରସିଟି ଉଇଥ ଏସେଲେଣ୍ଟ ପ୍ଲେସ୍ମେଣ୍ଟ ଆଣ୍ଡ କ୍ୟାମ୍ପସ୍ ଇନ୍ ଇଣ୍ଡିଆ’ ବର୍ଗରେ କିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ୱବିଦ୍ୟାଳୟର ଦେଶବ୍ୟାପୀ ସୁନାମ ରହିଛି ।
ଆରମ୍ଭରୁ କିଟ୍ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେଇ ଆସିଛି ଏହା ସହ କିଟ୍ର ଛାତ୍ରଛାତ୍ରୀମାନେ ଯେଭଳି ଉପଯୁକ୍ତ ଶୈକ୍ଷିକ ପରିବେଶରେ ପଢ଼ିବେ ଏବଂ ଭଲ ପ୍ରେମେଣ୍ଟ ପାଇବେ ସେ ଦିଗରେ କିଟ୍ ସର୍ବଦା ଯବାନ ରହିଆସିଛି । ଏହାକୁ ଭିତ୍ତିକରି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସୁନ୍ଦର କ୍ୟାମ୍ପସ୍ ଓ ଶ୍ରେଷ୍ଠ ପ୍ରେମେଣ୍ଟ ପାଇଁ କିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପ୍ରତିବର୍ଷ ବିଭିନ୍ନ ଗବେଷଣା ଓ ଆନାଲିସିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରିଥାନ୍ତି । ଏହି ପୁରସ୍କାର ପାଇଁ କିକୁ ମନୋନୀତ କରିଥିବାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏସିଆ ଟୁଡେକୁ ଧନ୍ୟବାଦ ଜଣାଇବା ସହ କିଟ୍ର ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ବିଧାନସଭା ଅଧ୍ୟକ୍ଷ ବାସବରାଜ ହୋରାଟି ଓ କର୍ଣ୍ଣାଟକ ବୃହତ ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ଡ. ମୃଗେଶ ରୁଦ୍ରପପା ନିରାନି ପ୍ରମୁଖ ଉପସ୍ଥିତ ଥିଲେ।
Post a Comment