ଭୁବନେଶ୍ୱର,କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟ୍ସଷ୍ଟାର ଏସେସ୍ ପୁରସ୍କାର ୨୦୨ ୨ ପ୍ରଦାନ କରାଯାଇଛି । କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶନିବାର ମୁମ୍ବାଇଠାରେ ସୋର୍ଟିଷ୍ଟାର ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଭାରତୀୟ ପ୍ରାକ୍ତନ କ୍ରିକେଟ ତାରକା ସୁନିଲ ଗାଭାସ୍କରଙ୍କ ସମେତ ବହୁ କ୍ରୀଡ଼ାବିତ୍, କୋଟ୍ ଓ ପ୍ରାକ୍ତନ କ୍ରୀଡ଼ାବିତ୍ ପ୍ରମୁଖ ଉପସ୍ଥିତ ଥିଲେ। ୨୦୦୪ ମସିହାରୁ କିଟ୍ ଓ କିସ୍ କ୍ରୀଡ଼ାର ବିକାଶ, କ୍ରୀଡ଼ାବିତ୍ଙ୍କୁ ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି ।
କିଟ୍ ଓ କିସ୍ରେ ଉନ୍ନତ ଓ ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ଜରିଆରେ ଉଭୟ ଅନୁଷ୍ଠାନରୁ ୫ ହଜାରରୁ ଊଦ୍ଧ ଆଞ୍ଚଳିକ, ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ସୃଷ୍ଟି ହୋଇ ପାରିଛନ୍ତି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ବରେ କିଟ୍ ଓ କିସ୍ ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ କରିବା ସହ ଅଲିମ୍ପିକ୍ ପାଇଁ ମଧ୍ୟ କ୍ରୀଡ଼ାବିତଙ୍କୁ ସାମିଲ କରିପାରିଛି । କ୍ରୀଡ଼ା କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସୋଷ୍ଟାର ଏସେସ୍ ପୁରସ୍କାର ବିଚାରକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କିଟ୍ ପକ୍ଷରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଅନୁପସ୍ଥିତିରେ କିଟ୍ର କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଓ ଅନ୍ତର୍ଜାତୀୟ ବ୍ୟାପାର ବିଭାଗ ନିର୍ଦ୍ଦେଶକ ଡ. ବରୁଣ ସୁତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ଏଥିରେ ଖୁସି ବ୍ୟକ୍ତ କରିବା ସହ ଶ୍ରୀ ସାମନ୍ତ ସୋର୍ଟସଷ୍ଟାରକୁ ନିଜର କୃତଜ୍ଞତା ଜଣାଇଛନ୍ତି ।
Post a Comment