କଟକ,ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଏହାର ସଭାପତି ଏବଂ ସାଧାରଣ ସଂପାଦକ ଯଥାକ୍ରମେ ଅଧିବକ୍ତା ଶ୍ରୀ ବସନ୍ତ କୁମାର ତ୍ରିପାଠୀ ଏବଂ ଡା, ରାଧାନାଥ ପ୍ରହରାଜ ଜଣାଇ ଅଛନ୍ତି ଯେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଆସନ୍ତା ତା ୨୮.୦୪.୨୦ ୨୨ ରିଖ ଠାରୁ +୨ ପରୀକ୍ଷା ଆରମ ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ କାରଣ ସଂପୃକ୍ତ କର୍ତ୍ତୁପକ୍ଷଙ୍କୁ ଜଣାଥିବ ଯେ ଏହି ଦିନଟି ହେଉଛି ଓଡ଼ିଆ ଜାତିର ଗର୍ବ ଗୌରବ ତଥା ବିଶିଷ୍ଟ ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜୟନ୍ତୀ ଦିବସ । ଏପରି ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥାଆନ୍ତି । ସୁତରାଂ ଏହି ଦିନ + ୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଗଲେ ଏହା ମଧୁବାବୁଙ୍କ ସ୍ମୃତିଚାରଣ ଠାରୁ ପିଲାମାନଙ୍କୁ ଦୂରେଇ ରଖିବା ପରି ମନେହେବ ।
ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ସମ୍ମିଳନୀ ସମେତ ବହୁ ଅନୁଷ୍ଠାନ ଉତ୍କଳ ଗୌରବଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ଭାରତ ସରକାରଙ୍କ ଠାରେ ଦାବୀ କରୁଥିବା ସମୟରେ ଏହି ଦିବସକୁ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ପାଳନୀୟ ଦିବସ ଭାବରେ ଗ୍ରହଣ ପରିବର୍ତ୍ତେ ପରୀକ୍ଷା ଦିବସ ଭାବରେ ଗ୍ରହଣ କରିବା ଗ୍ରହଣୀୟ ବା ସ୍ପୃହଣୀୟ ନୁହେଁ । ଏହି ଦିନଟି ପରୀକ୍ଷା ବନ୍ଦ କରି ଦେଲେ ବୋଧହୁଏ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଆକାଶ ଛିଣ୍ଡିପଡିବ ନାହିଁ ବୋଲି ଆମର ଧାରଣା । ତେଣୁ କତୃପକ୍ଷ ଚାରିକୋଟିରୁ ଉର୍ଣ୍ଣ ଓଡ଼ିଆଙ୍କର ମଧୁବାବୁଙ୍କ ପ୍ରତି ଥିବା ଭାବାବେଗକୁ ବିଚାରକୁ ନେଇ ଏହି ଦିନଟି ପରୀକ୍ଷା ବନ୍ଦ କରିବାକୁ ଆମେମାନେ ଭତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଦାବି କରୁଅଛୁ ।
Post a Comment