loading...

ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚନ ହାତେଇବାର ହୀନ ପ୍ରୟାସ କରୁଛି ଶାସକ ବିଜେଡି : ଭୃଗୁ ବକ୍ସିପାତ୍ର

ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବିଜେପି ପ୍ରାର୍ଥୀଙ୍କୁ ଧମକ ଦେଉଛି ବିଜେଡି

ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚନ ହାତେଇବାର ହୀନ ପ୍ରୟାସ କରୁଛି ଶାସକ ବିଜେଡି : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର , ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ସମସ୍ତଙ୍କ ମୌଳିକ ଅଧୁକାର ରହିଛି । ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପରିଚାଳନା ଦାୟିତ୍ବ ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରାଥମିକତା । ଶାନ୍ତି ଏବଂ ଆଇନଶୃଙ୍ଖଳା ରକ୍ଷା କରିବା ଦାୟୀତ୍ବ ହେଉଛି ପୋଲିସ ପ୍ରଶାସନର । ଏହା ନହେଲେ ସାଧାରଣରେ ଅରାଜକତା ବୃଦ୍ଧି ପାଇବା ସହିତ ନିର୍ବାଚନ ପରିଚାଳନାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ସଂଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମେତ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ବିଭିନ୍ନ ନଗର ଓ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନରେ ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଗୁଣ୍ଡା ଏବଂ ଅସାମାଜିକ ବ୍ୟକ୍ତିମାନେ ବିଜେପି ପ୍ରାର୍ଥୀ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଭୟଭୀତ କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବାଧ୍ୟ କରୁଛନ୍ତି । 

ପ୍ରଥମେ ବିଜେପି ପ୍ରାର୍ଥୀଙ୍କୁ ଧମକ ଦେଇ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ବାଧ୍ୟ କରିବା ପରେ ବର୍ତମାନ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀଙ୍କୁ ଧମକଚମକ ଦେଇ ପ୍ରତ୍ୟାହାର ପାଇଁ ବାଧ୍ୟ କରୁଛନ୍ତି । ଏପରିକି ଧମକ ଚମକକୁ ନେଇ ପୋଲିସ ନିକଟରେ ଅଭିଯୋଗ କଲେ ସେମାନଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଛନ୍ତି । ଛତ୍ରପୁର ଏନଏସି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦୁଇ ଜଣ ବିଜେପି ମହିଳା ପ୍ରାର୍ଥୀଙ୍କୁ ପୋଲିସ ଅଧୁକାରୀଙ୍କ ଜରିଆରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଧମକ ଦିଆଯାଇଛି । ନଚେତ୍ ତାଙ୍କ ସ୍ବାମୀଙ୍କୁ ସସପେଣ୍ଡ କରିଦେବାର ଧମକ ମଧ୍ୟ ଦିଆଯାଉଛି । ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ବହୁ ଦିନ ଅବଧ ଥିବା କାରଣରୁ ଶାସକ ବିଜେଡି ଗୁଣ୍ଡାଙ୍କ ଜରିଆରେ ଏଭଳି ହୀନ ଓ ଅଗଣତାନ୍ତ୍ରୀକ କାର୍ଯ୍ୟ କରିବାକୁ ସୁଯୋଗରେ ପରିଣତ କରିଛନ୍ତି । ଯାହା ଦ୍ଵାରା ବିରୋଧୀ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ରହିବେ ନାହିଁ ଏବଂ ଶାସକ ବିଜେଡି ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚନ ହାତେଇବାର ପ୍ରୟାସ କରୁଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।

ଜଣେ ସାଧାରଣ ନାଗରିକ ନିଜ ଇଚ୍ଛାରେ ନିର୍ବାଚନରେ ଅଂଶଗ୍ରହଣ କରିବେ ନା ନାହିଁ ସେ ନିଷ୍ପତି ନେବେ । ଆବଶ୍ୟକ ପଡିଲେ ସେ ନିଜ ଇଚ୍ଛାନୁଯାୟୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ । ତାଙ୍କୁ କୌଣସି ପ୍ରକାରରେ ବାଧ୍ୟ କରାଯାଇ ପାରିବ ନାହିଁ । ମାତ୍ର ତାଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଧମକଚମକ ବା ପ୍ରଲୋଭିତ କରାଯାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାକୁ ବାଧ୍ୟ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅଗଣତାନ୍ତ୍ରୀକ ଏବଂ ଏହା ଗଣତନ୍ତ୍ର ପ୍ରତି ଶକ୍ତ ଚାପୁଡା । ଏପରି ସ୍ଥଳେ ଅବାଧ, ମୁକ୍ତ ଓ ନିରପେକ୍ଷ ପୌର ନିର୍ବାଚନକୁ ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି । ପ୍ରାର୍ଥୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସଂପୂର୍ଣ୍ଣ ସୁରକ୍ଷା । ଯୋଗାଇ ଦେବା ସହିତ ଗୁଣ୍ଡାମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି ଜଣାଇଛି । ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବକ୍ସିପାତ୍ର ଦାବି ଜଣାଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget