ଭୁବନେଶ୍ୱର, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ ଭୁବନେଶ୍ବରର ଇଡ୍କଲ ଅଡିଟୋରିୟମ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଏ କେ ଦାସ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ତ୍ତନ କରିଥିଲେ । ଶ୍ରୀ ଦାସ ଗ୍ରାହକମାନଙ୍କୁ ବ୍ୟାଙ୍କ ସହିତ ଥିବା ସେମାନଙ୍କର ଦୃଢ ସମ୍ପର୍କ ପାଇଁ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ ଆର୍ଥିକ ପୁନରୁଦ୍ଧାର ପ୍ରକ୍ରିୟାରେ ବ୍ୟାଙ୍କ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧ ଏବଂ ଏହା ବ୍ୟାପକ ଓ ଦୀର୍ଘସ୍ଥାୟୀ ଅଟେ । ୧୦୦ରୁ ଉର୍ଦ୍ଧ ଗ୍ରାହକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ ଅବସରରେ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ଵର ଜୋନ୍ର ବିଭିନ୍ନ ବିଭାଗର ୩୦ ଜଣ ହିତାଧୁକାରୀଙ୍କୁ ୧୦୦କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ଆତ୍ମନିର୍ଭର ଭାରତ ପାଇଁ ପ୍ରଦାନ କରାଯାଇଥିଲା ।
ନ୍ୟାଶନାଲ ବ୍ୟାଙ୍କିଙ୍ଗ ଗୁପ୍ତ (ପୂର୍ବ) ଦ୍ଵାରା ଏହାର ୧୦ଟି ଜୋନ୍ ମାଧ୍ୟମରେ ୩୦୦ କୋଟି ଟଙ୍କାରୁ ଉର୍ଦ୍ଧ ଋଣ ମଞ୍ଜୁର କରାଯାଇଥିଲା । ଏହା ମୁଖ୍ୟତଃ ଖୁଚୁରା, କୃଷି ଏବଂ ଏମ୍ଏସ୍ଏମ୍ଇ ବିଭାଗ ସହିତ ସରକାରଙ୍କ ଗସିପ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଷ୍ଟାଣ୍ଡ ଅଫ୍ ଇଣ୍ଡିଆ, ପ୍ରଧାନ ମନ୍ତ୍ରୀ ମୁଦ୍ରା ଯୋଜନା, ସ୍ବୟଂ ସହାୟକ ଗୋଷି ଋଣ ପ୍ରଦାନ ଏବଂ ପିଏମ୍ ସ୍ଵନିକୁ ଯୋଜନା ଅନ୍ତର୍ଭୁକ୍ତ କରୁଅଛି । ଡିଜିଟାଲ ବ୍ୟାଙ୍କିଙ୍ଗ୍କୁ ପ୍ରୋତ୍ସାହିତ କରିବା ପାଇଁ ୫୦ରୁ ଉର୍ଦ୍ଧ ପିଓଏସ୍ ମେସିନ୍ ଏବଂ ଭିମ୍ ୟୁପିଆଇ କ୍ୟୁଆର୍ ଗ୍ରାହକମାନଙ୍କୁ ପ୍ରଦାନ କରାଯାଇଥିଲା । ୩୦ ଜଣ ବ୍ୟବସାୟିକ ପ୍ରତିନିଧୁ ଏହି ଅବସରରେ ନିଯୁକ୍ତ ହୋଇଥିଲେ । ଦାୟିତ୍ଵବୋଧ କର୍ପୋରେଟ୍ ନାଗରିକ ହିସାବରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଇବାରେ ସବୁବେଳେ ଆଗୁଆ ରହିଛି ।
ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ ଅବସରରେ ନ୍ୟାଶନାଲ ବ୍ୟାଙ୍କିଙ୍ଗ୍ ଗୁରେ ୫୦୦୦ହିତାଧୁକାରୀ ଏପିଇ ଅଧୁନରେ, ୫୦୦୦ ପିଏମ୍ଏସ୍ବିୱାଇ ଅଧୁନରେ ଏବଂ ୩୦୦୦ ପିଏମ୍ଜେଜେବିୱାଇ ଅଧୁନରେ ଅନ୍ତର୍ଭୁକ୍ତ । ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଓଡିଶାର ବିଶିଷ୍ଟ ବ୍ୟକ୍ତିତ୍ବ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ , ପଦ୍ମଭୂଷଣ ପ୍ରତିଭା ରାୟ, ନ୍ୟାଶନାଲ ଷ୍ଟାଟ୍ ଅପ୍ ଆୱା ର୍ଡ ୨୦୨୧ ଏବଂ ନ୍ୟାଶନାଲ ଏଣ୍ଡପ୍ରେନୁୟରସିପ୍ ଆୱାର୍ଡ ୨୦୧୯ ଜ୍ଞାନ ରଞ୍ଜନ ଦାସଙ୍କୁ ସମ୍ମାନୀତ କରିଥିଲେ । ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏହାର ସାମାଜିକ ଦାୟିତ୍ବବୋଧତା ଅଂଶବିଶେଷ ଓଡିଶା ବ୍ଲାଇଣ୍ଡ ଆସୋସିଏସନ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ପଦକ୍ଷେପ ପାଇଁ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମରେ ଉପସ୍ଥିତ ଗ୍ରାହକ ଓ ପରିଦର୍ଶକମାନେ ସନ୍ତୋଷ ଅଭିବ୍ୟକ୍ତ କରିଥିଲେ ।
Post a Comment