loading...

କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନଙ୍କୁ ଅପ୍ରେଲ ୧୬ ରୁ ୨୬ ତାରିଖ ମଧ୍ୟରେ ନଦୀବନ୍ଧ ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ

ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖ୍ ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ ବନ୍ୟା ପ୍ରସ୍ତୁତି ପ୍ରାରମ୍ଭିକ ପର୍ଯ୍ୟାୟ ବୈଠକ

କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନଙ୍କୁ ଅପ୍ରେଲ ୧୬ ରୁ ୨୬ ତାରିଖ ମଧ୍ୟରେ ନଦୀବନ୍ଧ ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ


ଭୁବନେଶ୍ୱର, ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖ୍ ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ ବନ୍ୟା ପ୍ରସ୍ତୁତି ପ୍ରାରମ୍ଭିକ ପର୍ଯ୍ୟାୟ ବୈଠକ । ଆଜି ଅପରାହ୍ନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟ ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜଳ ସଂପଦ ବିଭାଗରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ବର୍ଷା ଋତୁରେ ଲଗାଣ ମୌସୁମୀ ବର୍ଷା, ସମ୍ଭାବ୍ୟ ଲଘୁଚାପ ଏବଂ ବାତ୍ୟା ଜନିତ ବର୍ଷା ଆଦିକୁ ଦୃଷ୍ଟିରେ ରଖ୍ ଏଥୁପାଇଁ ଏବେଠାରୁ ପ୍ରସ୍ତୁତି ନେଇ ବୈଠକରେ ଗୁରୁତ୍ବାରୋପ କରାଯିବା ସହିତ ବିଭିନ୍ନ ନଦୀ ବନ୍ଧ ଓ ଜଳ ଭଣ୍ଡାରଗୁଡିକର ସ୍ଥିତି, ନଦୀବନ୍ଧର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । 

ଚଳିତ ଅପ୍ରେଲ ୧୬ ରୁ ୨୬ ତାରିଖ ମଧ୍ୟରେ ବିଭାଗର ସମସ୍ତ କ୍ଷେତ୍ର ସ୍ତରୀୟସ୍ତରୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଅଧ୍ୟକ୍ଷଣ ଯନ୍ତ୍ରୀମାନେ ନଦୀବନ୍ଧ ଯାଚ କରି ଦୁର୍ବଳ ନଦୀବନ୍ଧ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବନ୍ୟା ପରିସ୍ଥିତି ଉପୁଜିଲେ ସେଥପ୍ରତି ସଜାଗ ରହି ଏହାର ପ୍ରତିବିଧାନ ପାଇଁ ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସମ୍ଭାବ୍ୟ ବନ୍ୟା ପାଇଁ ଆଗୁଆ ପ୍ରସ୍ତୁତି ରହିଲେ ବନ୍ୟା ପରିସ୍ଥିତିରେ ଅଧୂକ ଘାଇ ଓ ଘଳିଆ ସୃଷ୍ଟିକୁ ରୋକାଯାଇପାରିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ । ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ବିଭିନ୍ନ ଡିଭିଜନର ମୁଖ୍ୟଯନ୍ତ୍ରୀ ଓ ବରିଷ୍ଠ ଅଧୁକାରୀମାନେ ପ୍ରସ୍ତୁତି ସଂପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ ସମ୍ଭାବ୍ୟ ବନ୍ୟାରେ ନଦୀ ଓ ଜଳଭଣ୍ଡାରଗୁଡିକର ସୁପରିଚାଳନା ନେଇ ମତ ଉପସ୍ଥାପନ କରିଥିଲେ । ବିଗତ ବର୍ଷର ଅନୁଭୂତିକୁ । ଆଧାର କରି ଚଳିତ ବର୍ଷ ପାଇଁ ପ୍ରସ୍ତୁତି କରିବା ପାଇଁ ଶ୍ରୀମତୀ ଗର୍ଗ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ରାଜ୍ୟରେ ଥିବା ୭ ଟି ବୃହତ ଓ ୪୫ ଟି ମଧମ ଜଳଭଣ୍ଡାର ରହିଛି । ବହୁମୁଖୀ ଜଳଭଣ୍ଡାରଗୁଡ଼ିକର ସୁପରିଚାଳନା କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି, ସୁଇସ୍ ଗେଟ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାଗୁଡିକର ସ୍ଥିତି ପାଂଚ କରିବା ସହ ମକ୍ ତ୍ରିଲ କରିବା, ସମସ୍ତ ଡିଭିଜନ ମାନେ ଆଗତୁରା ପ୍ରସ୍ତୁତି ରହି ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ଉପକରଣ ମହଜୁଦ ରଖୁବା, ବନ୍ୟା ସଂପର୍କରେ ପୂର୍ବାନୁମାନ ବ୍ୟବସ୍ଥାକୁ ସୁଦୃଢ କରିବା ଓ ଜନସାଧାରଣଙ୍କୁ ସୂଚନା ପ୍ରଦାନ ପାଇଁ ବନ୍ୟା ନିୟନ୍ତ୍ରଣ କକ୍ଷରେ  ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ସଂପର୍କରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget