loading...

ଝାଡ଼ପଡ଼ା ଗଣେଷ ବଜାର ଘଟଣା । ମାନବାଧିକାର କମିଶନ ଘଟଣାରେ ହସ୍ତକ୍ଷେପ କରନ୍ତୁ : ବିଜେପି

ଆଜି ରାଜଧାନୀର ଛାତି ଉପରେ ପୋଲିସ ଓ ପ୍ରଶାସନର ରାତି ଅଧୁଆ ଦାଦାଗିରି ସମସ୍ତ ସୀମାକୁ ଉଲ୍ଲେଘନ କରିଛି । ପୋଲିସର ଏହି କାର୍ଯ୍ୟକଳାପ ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରୀକ

ଝାଡ଼ପଡ଼ା ଗଣେଷ ବଜାର ଘଟଣା । ମାନବାଧିକାର କମିଶନ ଘଟଣାରେ ହସ୍ତକ୍ଷେପ କରନ୍ତୁ : ବିଜେପି


ଭୂବନେଶ୍ୱର,ଆଜି ରାଜଧାନୀର ଛାତି ଉପରେ ପୋଲିସ ଓ ପ୍ରଶାସନର ରାତି ଅଧୁଆ ଦାଦାଗିରି ସମସ୍ତ ସୀମାକୁ ଉଲ୍ଲେଘନ କରିଛି । ପୋଲିସର ଏହି କାର୍ଯ୍ୟକଳାପ ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରୀକ, ଅନୈତିକ ଏବଂ ଅମାନବୀୟ । କୌଣସି ସୁଚନା ନଦେଇ ବିଏମସି, ବିଡିଏ ଏବଂ ସାଧାରଣ ପ୍ରଶାସନ ଆଜି ପ୍ଲାଟୁନ ପ୍ଲାଟୁନ ପୋଲିସ ଉପସ୍ଥିତିରେ ଯେଉଁ ଭଳି ଭାବେ ଶହ ଶହ ଦୋକାନ ଭାଙ୍ଗି ଦେଇ ଧ୍ବଂସ କରିଦେଲେ ତାହା ଅବର୍ଣ୍ଣନୀୟ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

ସଦ୍ୟ ସମାପ୍ତ ମହାନଗର ନିଗମ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହୋଇଥିବାରୁ ରାଜନୈତିକ ଅସହିଷ୍ଣୁତାର ଚରମ ସୀମା ଉଲ୍ଲଘନ କରି ପ୍ରତିଶୋଧପରାୟଣ ହୋଇପଡିଛି ଶାସକ ବିଜେଡି । ଭୁବନେଶ୍ୱର ଝାରପଡାରେ ଗଣେଷ ବଜାରରେ ଦୋକାନ ବଜାର କରି ନିଜ ପରିବାରର ଗୁଜୁରାଣ ମେଟାଉଥିବା ଗରୀବ ବେପାରୀମାନେ ଆଜି ଶାସକ ବିଜେଡିର ଆକ୍ରୋଶର ଶିକାର ହୋଇଛନ୍ତି । ରାତି ଅଧରେ ଶହ ଶହ ସଂଖ୍ୟାରେ ପୋଲିସ ଉପସ୍ଥିତିରେ ଦୋକାନ ଘର ଭାଙ୍ଗିବା ସହିତ ଦୋକାନ ସାମଗ୍ରୀ ନେଇଯାଇଛନ୍ତି । ଏହା ଦ୍ବାରା ଗରୀବ ଦୋକାନୀମାନଙ୍କ ବହୁ କ୍ଷତି ହୋଇଛି । 

ବିଏମସି, ବିଡିଏ, ସାଧାରଣ ପ୍ରଶାସନ ଏବଂ ପୋଲିସର ଅମାନବିକ କାର୍ଯ୍ୟକଳାପକୁ ନେଇ ଆଜି ରାଜ୍ୟ ମାନବାଧୁକାର କମିଶନଙ୍କୁ ଭେଟି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ତରଫରୁ ନିବେଦନ କରାଯାଇଛି । ଏହି ପ୍ରତିନିଧୁ ଦଳରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜୟନ୍ତ ଜେନା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ମେୟର ପ୍ରାର୍ଥିନୀ ସୁନିତୀ ମୁଣ୍ଡ, କର୍ପୋରେଟର ଧରିତ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget