loading...

ଅଣ ବିଜେପି ଫେଟ ଗଠନ ପାଇଁ ଉପରେ ଗୁରୁତ୍ବ ଦେବ ଫରୱାର୍ଡ଼ ବ୍ଳକ୍ - ଦେବବ୍ରତ ବିଶ୍ଵାସ

ଆଜି ଭୁବନେଶ୍ଵର ଲୋହିଆ ଏକାଡ଼େମୀ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଳକର ଜାତୀୟ ପରିଷଦ ବୈଠକ

ଅଣ ବିଜେପି ଫେଟ ଗଠନ ପାଇଁ ଉପରେ ଗୁରୁତ୍ବ ଦେବ ଫରୱାର୍ଡ଼ ବ୍ଳକ୍ - ଦେବବ୍ରତ ବିଶ୍ଵାସ


ଭୁବନେଶ୍ବର, ଆଜି ଭୁବନେଶ୍ଵର ଲୋହିଆ ଏକାଡ଼େମୀ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଳକର ଜାତୀୟ ପରିଷଦ ବୈଠକ ଆରମ୍ଭ ହୋଇଛି । ଫରୱାର୍ଡ଼ ବ୍ଳକ ଜାତୀୟ ଉପସଭାପତି ତଥା ବିଧାୟକ ପି.ଭି. କାଦିରମଣ ଏହି ଦୁଇଦିନିଆ ଜାତୀୟ ପରିଷଦ ବୈଠକରେ ସଭାପତିତ୍ବ କରୁଛନ୍ତି । ଏହି ଜାତୀୟ ପରିଷଦ ବୈଠକରେ ଉଦ୍‌ଘାଟନୀ ଅଭିଭାଷଣ ରଖୁ ଦେଶରେ ଦେଖାଯାଉଥିବା ସଂକଟମୟ ପରିସ୍ଥିତି ସଂକ୍ରାନ୍ତରେ ଫରୱାର୍ଡ଼ ବ୍ଳକ୍‌ର ସର୍ବଭାରତୀୟ ସାଧାରଣ ସଂପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ବାସ ସୂଚନା ପ୍ରଦାନ କରିଥିଲେ। ଦେଶର ରଷ୍ଟ୍ରାୟତ ସଂପଦକୁ କେନ୍ଦ୍ର ସରକାର ଶାଗ,ମାଛ ଦରରେ ବିକ୍ରି କରୁଛନ୍ତି । ଦେଶର ପ୍ରାକୃତିକ ସଂପଦର ଲୁଟ ଚାଲିଛି । ବେକାରୀ ସମସ୍ୟାର ସମାଧାନ କରିବାରେ ସରକାର ବିଫଳ ହୋଇଛନ୍ତି । 

ପେଟ୍ରୋଲ, ଡିଜେଲ୍ ଓ ଇନ୍ଧନ ଗ୍ୟାସ୍ର ଦର ବଦ୍ଧିକ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମୋଦି ସରକାର ଅମଳରେ ଗଣତନ୍ତ୍ର ବିପିନ୍ ହେବାରେ ଲାଗିଛି । ଦେଶରେ ପାର୍ଲାମେଟରେ ଜନଗଣଙ୍କ ସପକ୍ଷରେ ଆଇନ୍ ପ୍ରଣୟନ ହେବା ପରିବର୍ତ୍ତେ ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଆଇନ୍ ପ୍ରଣୟନ କରାଯାଉଛି । ଫଳରେ ଦେଶ ଓ ଦେଶବାସୀଙ୍କ ଜୀବନଜିବୀକା ବିପନ୍ନ ହେବାରେ ଲାଗିଛି । ଏଭଳି ବିପତିରୁ ରକ୍ଷା ପାଇବା ପାଇଁ ଅଣ ବିଜେପି ରାଜନୈତିକ ଫେଟ ଜନ ଆନ୍ଦୋଳନ ଜରିଆରେ ଗଢ଼ି ତୋଳିବାର ଆବଶ୍ୟକତା ରହିଛି । ଏକ ଦେଶପ୍ରେମୀ ରାଜନୈତିକ ଦଳ ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଳକ୍‌ର ସାଥମାନେ ସେହି ଗୁରୁ ଦାଇତ୍ଵକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ବିଶ୍ବାସ ନିଜ ବକ୍ତବ୍ୟରେ ଆହ୍ବାନ କରିଥିଲେ। ଏହି ଜାତୀୟ ପରିଷଦ ବୈଠକର ପ୍ରାରମ୍ଭରେ ଫରୱାର୍ଡ଼ ବ୍ଳକର ଉପସଭାପତି ପି.ଭି. କାଦିରମଣ ଫରୱାର୍ଡ଼ ବ୍ଳକର ପାର୍ଟି ପତକାକୁ ଉତୋଳନ କରିବା ପରେ ଆରମ୍ଭ ହୋଇଥିବା

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସଂପାଦକ ଜି. ଦେବରାଜନ୍, ଜି.ଆର୍. ଶିବଶଂଙ୍କର, ନରେନ୍ ଚାଟାର୍ଜୀ, ଗୋବିନ୍ଦ ରାୟ, ବଣ୍ଡା ସୁରେନ୍ଦ୍ର ରେଢ଼ୀ ଓ ଜ୍ୟୋତି ରଂଜନ ମହାପାତ୍ର ପ୍ରମୁଖ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ । ଫରୱାର୍ଡ଼ ବ୍ଳକ୍‌ର ଏହି ଜାତୀୟ ପରିଷଦ ବୈଠକରେ ଭାରତବର୍ଷର ୧୮ଟି ରାଜ୍ୟରୁ ନେତୃତ୍ଵକାରୀ ସାଥମାନେ ଯୋଗଦାନ କରିଛନ୍ତି । ଏହି ବୈଠକରେ ଫରୱାର୍ଡ଼ ବ୍ଳକକୁ ଅଧୁକ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ସଂଗଠନିକ ଓ ସାମ୍ବିଧାନୀକ ପରିବର୍ତନ କରାଯିବାର ସମ୍ଭାବନା ରହିଛି ବୋଲି ଫରୱାର୍ଡ଼ ବ୍ଳକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ପ୍ରକାଶ କରିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget