ଭୁବନେଶ୍ୱର, ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏନ୍.ଏସ.ୟୁ. ଆଇ. ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସୀର ନୱାଜଙ୍କ ସଭାପତିତ୍ବରେ ପତାକା ଉତୋଳନ କାର୍ଯ୍ୟକ୍ରମ ହୋଇଥିଲା । ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥ ଭାବରେ ଯୋଗଦେଇ ପତାକା ଉତୋଳନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏନ.ଏସ.ୟୁ.ଆଇ. ୧୯୭୧ ମସିହାରେ ପ୍ରତିଷ୍ଠା କରିଥିଲେ । ଛାତ୍ର କଂଗ୍ରେସର ଲକ୍ଷ୍ୟ ଛାତ୍ର ସମାଜକୁ ସଶକ୍ତ କରିବା । ଦାୟୀତ୍ବବାନ ନାଗରିକ ଓ ନେତା ମଧ୍ୟ ସୃଷ୍ଟି କରିବା ଛାତ୍ର କଂଗ୍ରେସର କାର୍ଯ୍ୟର ଅଂଶ ବିଶେଷ ମାତ୍ର ସେମାନଙ୍କର ଗଣତାନ୍ତ୍ରୀକ, ଧର୍ମ ନିରପେକ୍ଷତା, ସମାନତା ଏବଂ ସୁଗୁଣ ରହିଥିବା ଦରକାର ।
ଶ୍ରୀ ନୱାଜ କହିଲେ ଓଡ଼ିଶାର ଛାତ୍ର କଂଗ୍ରେସ ଉଭୟ ନବୀନ ସରକାର ଓ ମୋଦୀ ସରକାରର ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରୁଛି । ଋକିରୀ ବିକିରୀର ପ୍ରତିବାଦ କରିଛି । ନାରୀ ନିର୍ଯ୍ୟାତନା ଓ ହତ୍ୟା, ଦରଦାମ ବୃଦ୍ଧି ପ୍ରସଙ୍ଗରେ ଉଭୟ ସରକାରକୁ ଜୋରଦାର ଘରିଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ସାହୁ, ମିହିର ଆଚାର୍ଯ୍ୟ, ରଞ୍ଜିତ ପାତ୍ର, ନିହାର ରଂଜନ ବେହେରା, ନଳିନୀକାନ୍ତ ନାୟକ, କାର୍ତ୍ତିକେଶ୍ଵର କାଣ୍ଡି, ଅଳେଷ ଯାଦବ, ବିଶ୍ବଭୂଷଣ ମହାପାତ୍ର, ଏମଡି ସୟୁଇଲ, ଭାଗ୍ୟଶ୍ରୀ ମହାନ୍ତି, ଜଗଦିଶ ଗଜେନ୍ଦ୍ର, ଅହମ୍ମଦ ଖାନ, ଏକେ ସାହାରୁଖ, ନିତେଶ ରଂଜନ ବେହେରା, ନିୟାକୁଲ ଇସ୍ଲାମ, ଉଦିତ ପ୍ରଧାନ, ଜିତେନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ଭୋଳ, କୁମାର ସୌରପ, ତୋଫାନ ସେଠୀ, ଅରସଦ ଅନସାରୀ, ମିର ରିୟାକୁଦିନ, ଆରିୟାନ ଦାସ, ଆଶିଷ ଦାସ, ଶୁଭକାନ୍ତ ବେହେରା, ରୋସନ କୁମାର କିରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Post a Comment