loading...

ସମସ୍ତ ରାଜ୍ୟବାସୀଙ୍କୁ କେବେ ମିଳିବ ବିଶୁଦ୍ଧ ପାନୀୟ ଜଳ ? : ରମାରଞ୍ଜନ ବଳିଆରସିଂହ

ଜଳ ହିଁ ଜୀବନ । ଏହାକୁ ଗୁରୁତ୍ବ ଦେଇ ଯଶସ୍ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜଳ ସଂରକ୍ଷଣ, ଭୁତଳ ଜଳ ସଂରକ୍ଷଣ, ବର୍ଷାଜଳ ସଂରକ୍ଷଣକୁ ପ୍ରାଥମିକତା ଦେଇଛନ୍ତି

ସମସ୍ତ ରାଜ୍ୟବାସୀଙ୍କୁ କେବେ ମିଳିବ ବିଶୁଦ୍ଧ ପାନୀୟ ଜଳ ? : ରମାରଞ୍ଜନ ବଳିଆରସିଂହ


ଭୁବନେଶ୍ୱର, ଜଳ ହିଁ ଜୀବନ । ଏହାକୁ ଗୁରୁତ୍ବ ଦେଇ ଯଶସ୍ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜଳ ସଂରକ୍ଷଣ, ଭୁତଳ ଜଳ ସଂରକ୍ଷଣ, ବର୍ଷାଜଳ ସଂରକ୍ଷଣକୁ ପ୍ରାଥମିକତା ଦେଇଛନ୍ତି । ପାନୀୟ ଜଳ ହେଉଛି ମୌଳିକ ଆବଶ୍ୟକତା ଏବଂ ଆଜି ଦିନରେ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ବୃଦ୍ଧି ପାଇଛି । ଦେଶ ସ୍ଵାଧୀନତା ପ୍ରାପ୍ତର ୭୦ ବର୍ଷ ପରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ପାଇଁ ଦେଶବାସୀ ବହୁ ହଇରାଣର ସାମ୍ନା କରୁଥିଲେ । ଜଳ ଜୀବନ ମିଶନ ଜରିଆରେ ୨୦ ୨୪ ମସିହା ସୁଦ୍ଧା ଦେଶର ସମସ୍ତ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ମୋଦି ସରକାର ଏକ ମହତ ଯୋଜନାର ଶୁଭାରମ୍ଭ କରିଥିଲେ । ସ୍ଵାଧୀନତା ପରଠାରୁ ୨୦୧୯ ପର୍ଯ୍ୟନ୍ତ ଦେଶର ମାତ୍ର ୩, ୨୩ କୋଟି ଘରେ ପାଇପ ଯୋଗେ ଜଳ ପହଂଚି ପାରିଥିଲା । ମାତ୍ର ମୋଦି ସରକାରଙ୍କ ଦୃଢ ସଂକଳ୍ପ କାରଣରୁ ଗତ ୩ ବର୍ଷରେ ୯ କୋଟି ୪୦ ଲକ୍ଷରୁ ଅଧୁକ ଘରକୁ ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ସମ୍ଭବ ହୋଇଛି ବୋଲି ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଶ୍ରୀ ରମାରଞ୍ଜନ ବଳିୟାରସିଂହ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଭାବେ ଉତରଦାୟୀତ୍ୱର ପରିଚୟ ଦେଇ ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ କାର୍ଯ୍ୟର ହିସାବ ସାଧାରଣ ଜନତାଙ୍କ ନିକଟରେ ଉପସ୍ଥାପିତ କରିବା ସହିତ ଏହି ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବାର ପ୍ରୟାସ ଜାରୀ ରଖିଛନ୍ତି । ଗତ ୬ ତାରିଖରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଜେପି କାର୍ଯ୍ୟକର୍ତ୍ତାମାନେ ସାମାଜିକ ନ୍ୟାୟିକ ପକ୍ଷ’ ପାଳନ ଅବସରରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ସାଧାରଣ ଜନତାଙ୍କୁ ଅବଗତ କରାଇ ସଚେତନ ସୃଷ୍ଟି କରୁଛନ୍ତି । ‘ସାମାଜିକ ନ୍ୟାୟିକ ପକ୍ଷ’ର ୪ର୍ଥ ଦିବସ ଅବସରରେ ଆଜି କେନ୍ଦ୍ର ସରକାରଙ୍କ “ହର୍ ଘର୍, ନଲ୍ ପେ ଜଲ” ଯୋଜନା ସଂପର୍କରେ ଲୋକଙ୍କ ଗହଣକୁ ଯାଇ ସଚେତନ ସୃଷ୍ଟି କରାଯାଉଛି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି । ରାଜ୍ୟରେ ଜଳସଂକଟ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ରାଜ୍ୟର ସବୁ ନଦୀ, ନାଳ ଏକ ପ୍ରକାର ଶୁଷ୍କ ହେବାରୁ ଲୋକମାନେ ପିଇବା ପାଣି ଓ ଚାଷ ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । 
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget