ଭୁବନେଶ୍ବର, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ଗଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ଦୁଇଦିନ ଧରି ଭୁବନେଶ୍ଵର ଲୋହିଆ ଏକାଡ଼େମୀ ଠାରେ ଚାଲିଥିବା ଜାତୀୟ ପରିଷଦ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି । ଫରୱାର୍ଡ଼ ବ୍ଳକର ଜାତୀୟ ଉପସଭାପତି ପି.ଭି. କାଦିରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଦୁଇଦିନିଆ ବୈଠକରେ ଦେଶର ଜନଗଣଙ୍କ ସମସ୍ୟା ସଂକ୍ରାନ୍ତରେ ବିସ୍ତାର ଭାବରେ ଆଲୋଚନା କରାଯାଇଥିଲା । ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ସମଗ୍ର ଦେଶ ଆଜି ସଂକଟମୟ ସମୟ ଦେଇ ଗତିକରୁଛି । ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବେକାରୀ ସମସ୍ୟା ଉତ୍କଟତର ରୂପ ନେଲାଣି । ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାର ଅଭାବ ସାରା ଦେଶରେ ପରିଲକ୍ଷିତ ହେଉଛି । କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତି ଫଳରେ କ୍ଷୁଦ୍ର ବ୍ୟବସାୟୀ ଓ ଆତ୍ମନିର୍ଭରଶୀଳ ଯୁବବର୍ଗ ସେମାନଙ୍କ ବ୍ୟବସାୟ ହରାଇବାରେ ଲାଗିଛନ୍ତି । କୃଷକ ଓ ଶ୍ରମିକ ଶ୍ରେଣୀଙ୍କୁ ଯୋଜନା ବଦ୍ଧ ଭାବରେ କ୍ଷତି ପହଂଚାଇବା ପାଇଁ ସରକାରୀ ସୁରରେ ନିଷ୍ପତି ଗ୍ରହଣ କରାଯାଉଛି । ଏପରିକି ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ନିଜର ସ୍ଵାଧୁନତାକୁ ହରାଇଛି ।
ଗଣମାଧ୍ୟମର କଣ୍ଠରୋଦ୍ଧ ପାଇଁ ସୁଚିନ୍ତିତ ଯୋଜନା କରୁଛି ଶାସକ ଶ୍ରେଣୀ । ଆମ ରାଜ୍ୟରେ କୋଭିଡ଼ ଆଳ ଦେଖାଇ ଗଣମାଧ୍ୟମକୁ ଲୋକସଭା ଭବନକୁ ପ୍ରବେଶର ଅନୁମତି ବନ୍ଦ କରାଯାଇଥିବା ବେଳେ ସାରା ଦେଶରେ ଗଣମାଧ୍ୟମର ସ୍ବାଧୁନତା । ବିଶ୍ୱର ୧୪୨ ନମ୍ବର ସ୍ଥାନରେ ପହଂଚିଛି ବୋଲି ପ୍ରତିନିଧୁମାନଙ୍କ ବିଭିନ୍ନ ଆଲୋଚନାରେ । ମତ ପ୍ରକାଶ ପାଇଛି । ଏଭଳିସ୍ଥଳେ ଏକ ଦେଶପ୍ରେମୀ, ଗଣତାନ୍ତ୍ରୀକ ରାଜନୈତିକ ଦଳ ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ଦାୟିତ୍ବ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ନିଜର ଉଦଯାପନୀ ଅଭିଭାଷଣରେ ଫରୱାର୍ଡ଼ ବ୍ଲକର ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ବାସ ପ୍ରକାଶ କରିଛନ୍ତି । ଗଣମାଧ୍ୟମ ସରକାରଙ୍କ ଆଖୁ ଓ କାନ । ଗଣମାଧ୍ୟମର କଣ୍ଠରୋଦ୍ଧ କରାଗଲେ ଦେଶର ଗଣତାନ୍ତ୍ରୀକ ବିଦ୍ଧି ବ୍ୟବସ୍ଥା ବିପର୍ଣ୍ଣ ହେବ ବୋଲି ଚେତାଇ ଦେଇଛନ୍ତି ଶ୍ରୀ ବିଶ୍ୱାସ । ଅନ୍ୟପଟରେ ପାଟି ସଂଗଠନକୁ ମଜବୁତ୍ ଓ ଲୋକାଭିମୁଖୀ କରିବା ପାଇଁ ସୁଭାଷବାଦୀ ବିଚାରଧାରାର ଆଧାରରେ ପାର୍ଟିର ପତକା ଓ ପାର୍ଟିର ସମ୍ବିଧାନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଦୀର୍ଘ ୭୦ ବର୍ଷ ପରେ ପୁଣିଥରେ ନେତାଜୀଙ୍କ ଜନ୍ମମାଟିରେ । ନେତାଜୀଙ୍କ ଦଳ ଫରୱାର୍ଡ଼ ବ୍ଲକ୍ର ପତକାରେ ପରିବର୍ତନ କରାଯାଇ ସେଥିରୁ ଦା’ ହାତୁଡ଼ି ଚିହ୍ନକୁ ବାଦଦେଇ କେବଳ ନାଲି ପତକା ଉପରେ ଲମ୍ଫ ମାରୁଥିବା ବାଘର ଚିହ୍ନକୁ ପାର୍ଟିର ନୂତନ ପତକା ଭାବରେ ବ୍ୟବହାର କରାଯିବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଶା ରାଜ୍ୟ ସାଧାରଣ ସଂପାଦକ ତଥା ଜାତୀୟ କମିଟିର ଅନ୍ୟତମ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି ।
ପାଟି ସଂଗଠନରେ ଯୁବକମାନଙ୍କୁ ସାମିଲ କରିବା ପାଇଁ ଆଜାଦ୍ ହିନ୍ଦ୍ ବାହିନୀର କର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ ଏହି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ପାର୍ଟି ନେତୃତ୍ବମାନଙ୍କ ସର୍ବାଧୂକ ବୟସ ସୀମାକୁ ୭୫ ବର୍ଷ ରଖାଯାଇଥିବା । ବେଳେ ପାର୍ଟିର ସମ୍ବିଧାନର ମୁଖବନ୍ଧରେ ପରିବର୍ତନ କରାଯାଇ ସୁଭାଷବାଦୀ ଆଦର୍ଶକୁ ସ୍ଥାନିତ କରାଯାଇଛି । ଆଜିର ସଂକଟମୟ ସ୍ଥିତିରେ କେବଳ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶ ଏବଂ ବିଚାରଧାରା ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିପାରିବ ବୋଲି ଆଜି ଗଣମାଧ୍ୟମକୁ । ସୂଚନା ଦେବା ବେଳେ ଫରୱାର୍ଡ଼ ବ୍ଲକର ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ଵାସ । ପ୍ରକାଶ କରିଛନ୍ତ । ଆଜି ଉଦ୍ୟାପିତ ହୋଇଥିବା ଏହି ଦୁଇ ଦିନିଆ ଅଧବେଶନରେ ଫରୱାର୍ଡ଼ ବ୍ଲକର ଜାତୀୟ ସଂପାଦକ ଜି. ଦେବରାଜନ୍, ଜି.ଆର, ଶିବଶଙ୍କର, ନରେନ୍ ଚାଟାର୍ଜୀ, । ଗୋବିନ୍ଦ ରାୟ, ବଣ୍ଡା ସୁରେନ୍ଦ୍ର ରେଡ଼୍, ଜ୍ୟୋତି ରଂଜନ ମହାପାତ୍ର, ଓଡ଼ିଶା ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଆନ୍ଧ୍ରପ୍ରଦେଶର ସାଧାରଣ ସଂପାଦକ ସୁନ୍ଦର ରାମା ରାଜୁ, କେରଳ ରାଜ୍ୟର ସାଧାରଣ ସଂପାଦକ ମନୋଜ କୁମାରଙ୍କ ସମେତ ଶତାଧୁକ ଜାତୀୟ ପରିଷଦ ସଭ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଆଜି ଫରୱାର୍ଡ଼ ବ୍ଳକୁ ରାଜ୍ୟ କାର୍ଯ୍ୟାଳୟ ନେତାଜୀ ଭବନ ପରିସରରେ ଅପରାହ୍ନରେ ନେତାଜୀଙ୍କ ଏକ ପ୍ରତିମୂର୍ତ୍ତୀକୁ ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ବାସ ଉନ୍ମୋଚନ କରିଛନ୍ତି ।
Post a Comment