loading...

ଓଡ଼ିଶାରେ ଅଧ୍ୟୟନରତ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଫିସାଓର ଶୁଭାରମ୍ଭ

ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ୧୯ଟି ବିଦେଶୀ ରାଷ୍ଟ୍ରର ପ୍ରାୟ ୧୫୦ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଦେଶୀ ଛାତ୍ରଛାତ୍ରୀ ସଂଘ-ଓଡ଼ିଶା ଫେଡେରେସନ୍

ଓଡ଼ିଶାରେ ଅଧ୍ୟୟନରତ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଫିସାଓର ଶୁଭାରମ୍ଭ


ଭୁବନେଶ୍ବର, ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ୧୯ଟି ବିଦେଶୀ ରାଷ୍ଟ୍ରର ପ୍ରାୟ ୧୫୦ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଦେଶୀ ଛାତ୍ରଛାତ୍ରୀ ସଂଘ-ଓଡ଼ିଶା ଫେଡେରେସନ୍ ଅଫ୍ ଇଂଟରନ୍ୟାସନାଲ୍ ଷ୍ଟୁଡେଟସ ଆସୋସିଏସନ୍-ଓଡ଼ିଶା)ର ଶୁଭାରମ୍ଭ ହୋଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକ୍ତିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଠାରେ ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଥିବା ବେଳେ । ବିଭିନ୍ନ ଦେଶର ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଥିଲେ । ଆଇଆଇଟି ଭୁବନେଶ୍ଵର, ଇଂଟରନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି | (ଆଇଆଇଆଇଟି), ସି.ଭି. ରମଣ ଗ୍ଲୋବାଲ୍ ୟୁନିଭର୍ସିଟି, ସଂଚୁରିଆନ୍ ୟୁନିଭର୍ସିଟି, କିଟ୍ ୟୁନିଭର୍ସିଟି, । ଉତ୍କଳ ୟୁନିଭର୍ସିଟି ଏବଂ ସୋଆ ରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଇଣ୍ଡିଆନ୍‌ କାଉନ୍‌ସିଲ୍ ଫର୍ କଲଚରାଲ୍ ରିଲେସନ୍ (ଆଇସିସିଆର)ର ଆଂଚଳିକ ନିର୍ଦ୍ଦେଶିକା । ମୀନାକ୍ଷି ମିଶ୍ର ଏଥିରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖୁଥିଲେ।

ମୀନାକ୍ଷି ମିଶ୍ର ଆନ୍ତର୍ଜାତୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୃଢ଼ିଭୂତ ସମ୍ପର୍କକୁ ସାଗତ କରିବା ସହ ବିଶ୍ୱସ୍ତରରେ ଭାଇଚାରାକୁ ପ୍ରୋତ୍ସାହନ ଦେବା ନିମନ୍ତେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଅଧ୍ୟକ୍ଷତା । କରିବା ସହ ଛାତ୍ରଛାତ୍ରୀମାନେ କିଭଳି ଆନନ୍ଦ ଓ ସମାଜ ସେବା ଉପରେ ଅଧିକ ଧ୍ୟାନ ଦେବା ସହ ସୁନ୍ଦର । ପୃଥିବୀ ନିର୍ମାଣରେ ନିଜକୁ ନିୟୋଜିତ କରିବାକୁ ଉପଦେଶ ଦେଇଥିଲେ । ଭାରତର ସୁନ୍ଦର ରାଜ୍ୟ ଓଡ଼ିଶାର ଐତିହ୍ୟ, କଳା ଓ ଆତ୍ମା ସହ ଯୋଡି ହେବାକୁ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବିଶ୍ଵବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ବେଳେ ଇଂଟରନ୍ୟାସନାଲ ଆଡମିଶନ୍ ଏବଂ ଆଉରିନ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସୋଆ କିଭଳି ସବୁଠାରୁ ଉକୃଷ୍ଟ ଧରଣର । ଶିକ୍ଷାନୁଷ୍ଠାନ ହେବ ସେ ଦିଗରେ ପ୍ରଚେଷ୍ଟା କରାଯାଉଥିବା କହିଥିଲେ ।

କାର୍ଯ୍ୟକ୍ରମରେ ଆଉଟ୍ରିଟ୍ ପ୍ରୋଗ୍ରାମ ମ୍ୟାନେଜର ସୁଜାତା ପାଢ଼ୀ, ଇଂଟରନ୍ୟାସନାଲ ଆଡମିଶନ୍ ମ୍ୟାନେଜର ଶ୍ରୀ ଶିବାଶିଷ ପତି, ଆଉରିଚ କୋଡ଼ିନେଟର ଶ୍ରୀ ରାଜଶେଖର ବେହେରା, ଉଗାଣ୍ଡାର ଛାତ୍ରଛାତ୍ରୀ ଜନ୍ ବ୍ରାଭୋ ମୁରୁଙ୍ଗି, ରବର୍ଟ ଓ ସାଣ୍ଡା, ଇଥିଓପିଆର ଛାତ୍ର ସେନେଟ୍, ଚାଦର ଛାତ୍ର ଅଦଲା, ଦକ୍ଷିଣ ସୁଦାର ଛାତ୍ର ଆପଲୋ, କେନିଆର ଛାତ୍ରୀ ମ୍ୟାଟ୍ରିସିଆ, ନେପାଳର ଛାତ୍ର ଆରୋହି ଏବଂ ଭୁଟାନ୍ ର ଛାତ୍ର କର୍ଣ୍ଣ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶ୍ୱ ଭାଇଚାରାକୁ ବଜାୟ ରଖୁବା ନିମନ୍ତେ ଛାତ୍ରଛାତ୍ରୀମାନେ ଏକ କେକ୍ ମଧ୍ୟ କାଟିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget