loading...

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ରାମଚଣ୍ଡୀ ନିକଟସ୍ଥ ଓସୱାଲୀ କେନ୍ଦ୍ର ପରିଦର୍ଶନ

ଗତକାଲି ମଧ୍ୟାହ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ବିଶ୍ୱ ଐତିହ୍ୟ କୋଣାର୍କ- ପୁରୀ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ରାଜ୍ୟ ୱାଟରମେନସିପ୍

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ରାମଚଣ୍ଡୀ ନିକଟସ୍ଥ ଓସୱାଲୀ କେନ୍ଦ୍ର ପରିଦର୍ଶନ


ଭୁବନେଶ୍ୱର, ଗତକାଲି ମଧ୍ୟାହ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ବିଶ୍ୱ ଐତିହ୍ୟ କୋଣାର୍କ- ପୁରୀ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ରାଜ୍ୟ ୱାଟରମେନସିପ୍ ଏବଂ ଲାଇଫ ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ର (ୱାସୱାଲୀଯାଇ ସେଠାରେ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ । ରାମଚଣ୍ଡୀ ପୀଠର କୁଶଭଦ୍ରା ନଦୀକୂଳରେ ୨୦୧୫ ମସିହାରେ ସ୍ଥାପିତ ଏହି ପ୍ରଶିକ୍ଷଣ କେନ୍ଦ୍ର ତା’ର କାର୍ଯ୍ୟଧାରା ଲାଗି ସମଗ୍ର ଦେଶରେ ସୁନାମ ଅର୍ଜନ କରିପାରିଛି । 

ଏଠାରେ ବ୍ୟାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମନୋନୀତ ହୋଇ ଆସୁଥିବା ଆଗ୍ନିକମାନଙ୍କୁ ଭୂତଳ ଜଳସମୂହରେ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ୱାଟରମ୍ୟାନସିପ୍, ସନ୍ତରଣ, ବୋଚାଳନା, ସ୍କୁବା ଡାଇର୍ଭି, ଜଳ ବିତ୍ପାତରୁ ଉଦ୍ଧାର କରିବା କୌଶଳ ପ୍ରଭୃତି ସହ ଏ କ୍ଷେତ୍ରରେ ଉପଯୋଗ ହେଉଥିବା ସର୍ବାଧୁନିକ ଯନ୍ତ୍ରପାତିର ବ୍ୟବହାର ଉପରେ ଉଚ୍ଚସ୍ତରୀୟ ତାଲିମ୍ ପ୍ରଦାନ କରାଯାଇ ଆସୁଅଛି । ବିଗତ ଦିନଗୁଡ଼ିକରେ ଦେଶରେ ଦେଖା ଦେଇଥିବା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡ଼ିଶା ଫାୟାର ଟିମ୍ ଯେଉଁ ଦକ୍ଷତା, ସାହସ ଓ ସେବା ପ୍ରଦର୍ଶନ କରିଛନ୍ତି ସେଥିରେ ରାଜ୍ୟ ସରକାର ଅନେକ ପ୍ରଶଂସା ସାଉଁଟିଛନ୍ତି । 

ଏହି କେନ୍ଦ୍ରର କାର୍ଯ୍ୟଧାରା ଉପରେ ଗଭୀର ଆସ୍ଥା ପ୍ରକଟ କରି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ନାଗାଲାଣ୍ଡ ରାଜ୍ୟର ଅଗ୍ନିଶମ କର୍ମଚାରୀମାନଙ୍କୁ ତାଙ୍କ ସରକାର ଏଠାରେ ପ୍ରଶିକ୍ଷଣ ନେବାକୁ ପ୍ରେରଣ କରୁଥିବା ଏହି କେନ୍ଦ୍ରର ସଫଳତା ବୟାନ କରେ । ଏତଦ୍‌ବ୍ୟତୀତ ଓଡ଼ିଶା ପୋଲିସ୍ ଅଧୀନରେ କାର୍ଯ୍ୟରତ ଗୃହରକ୍ଷୀ ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଅନୁରୂପ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରତି ବ୍ୟାରେ ୬୦ ଜଣ ହିସାବରେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ ୫୦୨୬ ଜଣଙ୍କୁ ତାଲିମ୍ ପ୍ରଦାନ କରାଯାଇଥିବା ସମୀକ୍ଷାବେଳେ ଜଣାପଡ଼ିଛି । ତେବେ ସଂପ୍ରତି ବଙ୍ଗୋପସାଗର ତଟର ଏକ ଅନୁପମ ପ୍ରାକୃତିକ ପରିବେଶରେ ଅସ୍ଥାୟୀ ଟେରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି । ଏହାର ସ୍ଥାୟୀ ଅନ୍ତଃକରଣର ବିକାଶ ପାଇଁ ରାଜ୍ୟ ସରକାର ଗତବର୍ଷ ୨ କୋଟି ୭୩ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ୧୦୦ ସିଟ୍ ବିଶିଷ୍ଟ ବ୍ୟାରାକ୍ ଓ ପ୍ରଶାସନିକ ଅଟ୍ଟାଳିକା ଯଥାଶୀଘ୍ର ନିର୍ମାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ଉକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ପାଇଁ ପୁରୀ ଜିଲ୍ଲାପାଳ ୨ ଏକର ଜମି ଯୋଗାଇ ଦେଇଥିବାବେଳେ ଅତିରିକ୍ତ ଆଉ ୨ ଏକରର ଆବଶ୍ୟକତା ରହିଥିବା ଦର୍ଶାଇ ଏ ସଂକ୍ରାନ୍ତରେ ଗୋପ ତହସିଲଦାରଙ୍କ ନିକଟରେ ନିବେଦନ କରାଯାଇଛି ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ଜଣାଇଥିଲେ ।

ଗୃହମନ୍ତ୍ରୀ ଆଗ୍ନିକମାନଙ୍କ କାର୍ଯ୍ୟକ୍ରମ ସହ ଅବଗତ ହେବା ପାଇଁ କୁଶଭଦ୍ରା ନଈର ଗଭୀର ଜଳରେ । ପାୱାର ବୋରେ ବସି କାର୍ଯ୍ୟଧାରା ନୀରିକ୍ଷଣ କରିଥିଲେ । ଏଥିସହିତ ସ୍କୁଭା ଡାଇଭର କିପରି ଘଣ୍ଟା ଘଣ୍ଟା ଧରି ଗଭୀର ଜଳରାଶିରେ ଉଦ୍ଧାର କାର୍ଯ୍ୟ ସଂଚାଳନ କରିଥାଏ ତାହା ଦେଖୁଥିଲେ । ନିକଟ ଅତୀତରେ କେରଳ ଓ ଆନ୍ଧ୍ର ପ୍ରଦେଶ ବନ୍ୟା, ପଶ୍ଚିମବଙ୍ଗ ଅନ୍ୟାନ ଓ ମେଘାଳୟର କୋଇଲା ଖଣି ଦୁର୍ଘଟଣା ସମୟରେ କୋ ଭି ସଂକ୍ରମଣର ଆଶଙ୍କା ସତ୍ତ୍ୱେ ନିଜ ଜୀବନକୁ ବିପନ୍ନ କରି ସେଠାରେ ପ୍ରାକୃତିକ ବିପ୍ତ ପରିସ୍ଥିତିରେ, ଧନ ଜୀବନ ସୁରକ୍ଷା, ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାରେ ଯେଉଁ ଅଦମ୍ୟ ସାହସ | ଓ ସେବା ପ୍ରଦାନ କରିଛନ୍ତି ତାହା ସମଗ୍ର ବିଶ୍ୱରେ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାର ଏକ ଶ୍ରେଷ୍ଠ ଉଦାହରଣ ହୋଇଛି । 

ଏ ସବୁକୁ ଦୃଷ୍ଟିରେ ରଖୁ ଏହି କେନ୍ଦ୍ରକୁ ଏକ ବିଶ୍ୱସ୍ତରୀୟ ତାଲିମ୍ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ପରାମର୍ଶ ଦେଇଥିଲେ । ତେବେ ଏହି କେନ୍ଦ୍ର ପାଇଁ ଅନ୍ୟୁନ ୩୦ ଏକର ଜମିର ଆବଶ୍ୟକତା ରହିଥିବା ଏବଂ ଅଧୁକ ମାନବସମ୍ବଳ ଯୋଗାଇ ଦେବାକୁ ମୁଖ୍ୟ ଅଗ୍ନିଶମ ଅଧୁକାରୀ ଶ୍ରୀ ମହେଶ୍ୱର ସ୍ଵାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।  ଏହି କାର୍ଯ୍ୟକ୍ରମ ସମୟରେ ତାଲିମ୍ କେନ୍ଦ୍ରର ଅଧକ୍ଷ ଫାୟାର ଅଫିସର ଶ୍ରୀ ଟି.କେ. ବାବୁ, ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ତପନ କୁମାର ମହାନ୍ତି ଏବଂ ଶ୍ରୀ ବିଚିତ୍ର କୁମାର ଚୌଧୁରୀଙ୍କ ସମେତ ଅନ୍ୟ ଆଗ୍ନିକମାନେ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget