ଭୁବନେଶ୍ୱର,ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହେପାଟୋପାଥୋଲୋଜିଷ୍ଟ ଡା, ଅସୀମ ଦାସ ଓ ବିଶିଷ୍ଟ ହେପାଟୋଲୋଜିଷ୍ଟ ଡା. ଅଶୋକ କୁମାର ଚୌଧୁରୀ କିମ୍ବସରେ ଭିଜିଟିଂ ପ୍ରଫେସର ଭାବେ ଯୋଗ ଦେଇଛନ୍ତି । ଡା. ଦାସ ୧୯୮୭ରେ କଲିକତା ବିଶ୍ବବିଦ୍ୟାଳୟରୁ ଶିକ୍ଷାଲାଭ ପରେ ଚଣ୍ଡିଗଡସ୍ଥିତ ପିଜିଆଇ ଏଆରରୁ ପାଥୋଲୋଜିରେ ଏମଡି କରିଛନ୍ତି । ପାଥୋଲୋଜିରେ ସେ ଡିପ୍ଲେମାଟ୍ ଅଫ୍ ନ୍ୟାସନାଲ ବୋର୍ଡ (ଡ଼ିଏନବି) କରିବା ସହ ଲଣ୍ଡନର ରୟାଲ କଲେଜ ଅଫ ପାଥୋଲୋଜିରେ ବୋର୍ଡ ସଦସ୍ୟ ଓ ଫେଲୋ ରହିଆସିଛନ୍ତି । ସେ ୧୯୯୦ ରୁ ୨୦୨୧ ପର୍ଯ୍ୟନ୍ତ ଚଣ୍ଡିଗଡ଼ସ୍ଥିତ ପିଜିଆଇଏସ୍ଇଆରରେ ହିଷ୍ଟୋପାଥୋଲୋଜିରେ ଅଧ୍ୟାପକ ରହିବା ସହ ପଣ୍ଡିଚେରୀସ୍ଥିତ ଜେଆଇପିଏମ୍ଇଆରରେ ଭିଜିଟିଂ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ସେହିପରି ଡା ଚୌଧୁରୀ କଟକ ଏସ୍ସିବି ମେଡିକାଲ୍ କଲେଜରୁ ଏମ୍ବିବିଏସ୍ ଓ ମେଡିସିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ନୂଆଦିଲ୍ଲୀସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବାଇଲିଆରି ସାଇସେସ୍ (ଆଇଏଲ୍ବିଏସ୍)ରୁ ହେପାଟୋଲୋଜିରେ ଡିଏମ କରିଛନ୍ତି । ଆଇଏଲ୍ବିଏରେ ଜଣେ ଟ୍ରାନ୍ସପ୍ଲାଣ୍ଟ ହେପାଲୋଜିଷ୍ଟ ଭାବେ ଦୀର୍ଘ ୧୨ ଧରି ସେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ଆମେରିକାସ୍ଥିତ ହମ୍ ଲି ଲିଭର ଟ୍ରାନ୍ସପ୍ଲାଣ୍ଟ କେନ୍ଦ୍ରରେ ଭିଜିଟି ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ଲଣ୍ଡନସ୍ଥିତ କିଙ୍ଗସ କଲେଜ ହସ୍ପିଟାଲ୍ର ଲିଭର ଇଣ୍ଟସିଭ ଥେରାପି ୟୁନିଟ୍ରେ ଫେଲୋ ଅବଜରଭର ଭାବେ କାର୍ଯ୍ୟ କରିଛନ୍ତି । ଏହି ଦୁଇ ବିଶିଷ୍ଟ ପ୍ରଫେସର କିମ୍ବସରେ ଯୋଗ ଦେବା ଫଳରେ କିମ୍ବସର ଡାକ୍ତରୀ ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବା ସହ କିସରେ ଗବେଷଣା ଓ ଲିଭର ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସାରେ ସେମାନଙ୍କ ଯୋଗଦାନ ରହିବ।
Post a Comment