ଭୁବନେଶ୍ୱର, ପର୍କିନସନ୍ ରୋଗ ଓ ଏ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏପ୍ରିଲ ୧୧ରେ ବିଶ୍ୱ ପର୍କିନସନ୍ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ ଇଂଟିଗ୍ରେଟିଙ୍ଗ । ହେଲଥକେୟାର: ଅଲ୍ ଅଣ୍ଡର ୱାନ୍ ରୁଫ୍" ରହିଥିବା ବେଳେ ଏହି ରୋଗର ନିରାକରଣ ନେଇ ସମ୍ବର ନ୍ୟୁରୋଲୋଜି ବିଭାଗ । ପକ୍ଷରୁ ଏକ ଔକାଥନ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋମବାର ସକାଳୁ ସମ୍ ହସ୍ପିଟାଲ୍ର ବ୍ଲଡ ବ୍ୟାଙ୍କ ସମ୍ମୁଖରେ ଏକ ଔକାଥନ୍ କରାଯାଇଥିଲା । ଏହି ଔକାଥରେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ମେଡିକାଲ୍ । ସୁପରିଟେଣ୍ଡେଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ନ୍ୟୁରୋଲୋଜି ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର । ଡାକ୍ତର ଶ୍ରୀକାନ୍ତ ସାହୁ, ଡାକ୍ତର ଲୁଲୁପ୍ ସାହୁ, ଡାଇର ଶ୍ରୀମନ୍ତ ପଟ୍ଟନାୟକ, ଡାକ୍ତର ସୁକ୍ରିୟା, ଡାକ୍ତର ତନୟା ମିଶ୍ର, ଡାକ୍ତର ଅଜିତ । ମିଶ୍ର, ଡାକ୍ତର ରଂଜନ ମହାନ୍ତି ଓ ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କାଥନ୍ ପରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ସଭାର ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କୁଳପତି ପ୍ରଫେସର ମହାପାତ୍ର । ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡାକ୍ତର, ରୋଗୀ ଓ କର୍ମଚାରୀମାନଙ୍କୁ ପର୍କିନସନ୍ ରୋଗ ସମ୍ପର୍କରେ ଅବଗତ କରାଇବା ସହ ସଚେତନ ମଧ୍ୟ କରାଇଥିଲେ । ମେଡିକାଲ ସୁପରିଟେଣ୍ଡଟ ପ୍ରଫେସର ସାମନ୍ତସିଂହାର, ନ୍ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସାହୁ ଉପସ୍ଥିତ ରହି ରୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପର୍କିନସନ୍ ଏକ ମସ୍ତିଷ୍କଜନିତ ବ୍ୟାଧୀ। ଡୋପାମାଇନ୍ ତିଆରି କରୁଥିବା କୋଷ ଗୁଡିକ ଧରେ ଧୂରେ ନଷ୍ଟ ହେଲେ ଏହି ରୋଗ ହୋଇଥାଏ । ଏହି ରୋଗର ଲକ୍ଷଣ ଗୁଡ଼ିକ ହେଉଛି ମଣିଷ ଶାନ୍ତ ପଡିଯିବା, ମନ୍ଥର ଗତିରେ ଚାଲିବା, ବାରମ୍ବାର ସନ୍ତୁଳନ ହରାଇବା ଓ ହାତ ଥରିବା ପ୍ରଭୃତି । ସାରା ବିଶ୍ୱରେ ଏକ କୋଟିରୁ ଅଧିକ ପାର୍କସନ୍ ରୋଗୀ ଅଛନ୍ତି । ଏହି ରୋଗର ସଚେତନତା ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏଟ୍ ପ୍ରଫେସର ଡାକ୍ତର ଲୁଲୁପ ସାହୁ ଏକ ପାୱାର ପଏଟ ପ୍ରେଜେସନ୍ ଜରିଆରେ ତଥ୍ୟ ରଖିଥିଲେ । ସେହିପରି ରୋଗୀମାନଙ୍କ ନିମନ୍ତେ ଏକ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉପସ୍ଥିତ ଥିବା ଡାକ୍ତରମାନେ ରୋଗୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ରଖିଥିଲେ ।
Post a Comment