loading...

ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ଦ୍ୱାବିଂଶତମ ବାର୍ଷିକ ଉତ୍ସବ

ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ଦ୍ୱାବିଂଶତମ ବାର୍ଷିକ ଉତ୍ସବ ସମାଜର ପରିବର୍ତ୍ତନରେ ସାହିତ୍ୟର ବିଶେଷ ଭୂମିକା ରହିଛି

ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ଦ୍ୱାବିଂଶତମ ବାର୍ଷିକ ଉତ୍ସବ


ଭୁବନେଶ୍ୱର, ଅବ୍ୟକ୍ତକୁ ଯିଏ ବ୍ୟକ୍ତ କରିପାରେ ସେ ହିଁ ଲେଖକ । ଏହା ଐଶ୍ଵରିକ ଶକ୍ତି ଓ ସାଧନ ମାଧ୍ୟମରେ ପ୍ରାପ୍ତ ହୋଇଥାଏ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିଛନ୍ତି । ରବିବାର ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ନିଖୁଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ଦ୍ୱାବିଂଶତମ ବାର୍ଷିକ ଉତ୍ସବ ଓ ପୂଜ୍ୟପୂଜା ସମ୍ମାନ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମନ୍ତ୍ରୀ ଶ୍ରୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ସମାଜର ପରିବର୍ତ୍ତନରେ ସାହିତ୍ୟର ବିଶେଷ ଭୂମିକା ରହିଛି ଏବଂ ଇତିହାସର ଏହାର ଭୁରିଭୁରି ପ୍ରମାଣ ରହିଅଛି ।
 
ସାହିତ୍ୟିକମାନେ ସମାଜର ସକାରାତ୍ମକ ପରିବର୍ତ୍ତନ ଉଦ୍ଦେଶ୍ୟରେ ଲେଖନୀ ଚାଳନା କରିବାକୁ ସେ ଆହ୍ବାନ ଦେଇଥିଲେ । ସାହିତ୍ୟ ଜୀବନର ଗାଥା ଓ ବ୍ୟଥା ବଖାଣ କରେ । ସାହିତ୍ୟ, ସଂସ୍କୃତି ଓ ଜୀବନ ମୁଦ୍ରାର ଦୁଇପାର୍ଶ୍ଵ ଭଳି । ସାହିତ୍ୟ ବିନା କୌଣସି ସଭ୍ୟତା ଓ ସଂସ୍କୃତିର ଅଭିବୃଦ୍ଧି ପରିକଳ୍ପନା କରାଯାଇ ନପାରେ । ସାଂପ୍ରତିକ ସମୟର ଆହ୍ବାନ ଓ ଆବଶ୍ୟକତାକୁ ଦୃଷ୍ଟି ଦେଇ ଲେଖକମାନେ ସମାଜର ବିଶେଷ ହିତ ଦୃଷ୍ଟିରୁ ସାହିତ୍ୟ । ରଚନା କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ । 

ପ୍ରଗତିଶୀଳ ଲେଖକ ମହାସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଓଡ଼ିଶା ଗୃହ ନିର୍ମାଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଖଣି ଓ ଇସ୍ପାତ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡ. ରମେଶ ଚନ୍ଦ୍ର ଜେନା, ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ତଥା ଉତ୍କଳ ବାଶ୍ମ ଭୂଷଣ ସଂଗ୍ରାମ କେଶରୀ ସାମନ୍ତରାୟ, ରାଧାନାଥ ଶିକ୍ଷା ଶିକ୍ଷକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସ୍ମିତା ମିଶ୍ର ଓ ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତିପଥେ'ର ସଂପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଲେ ଯେ କବି, ଲେଖକମାନେ ସ୍ଲୋଗାନ ବା ସଂକୀର୍ତ୍ତନରେ ବିଶ୍ବାସ ନରଖୁ କଳାତ୍ମକ ଭଙ୍ଗୀରେ ନିଜର ସାଧନା ଅବ୍ୟାହତ ରଖୁବା ଆବଶ୍ୟକ । ସେମାନେ କହିଲେ ଯେ ସାହିତ୍ୟ ହେଉଛି ସମାଜର ସମାନ୍ତରାଳ ଇତିହାସ ପ୍ରତି ସାହିତ୍ୟିକଙ୍କ କଲମ ମୂନରେ ପ୍ରଗତିର ବାର୍ତ୍ତା ପହଞ୍ଚି ଯାଇଥାଏ ।

ଏହି ଅବସରରେ ପ୍ରଗତିଶୀଳ ଲେଖକ ମହାସଂଘ ପକ୍ଷରୁ ପ୍ରକାଶିତ ସ୍ମରଣିକାକୁ ମୁଖ୍ୟଅତିଥ ମନ୍ତ୍ରୀ ଶ୍ରୀ ପାତ୍ର ଉନ୍ମୋଚନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କବି ରକ୍ଷକ । ନାୟକ, ବରିଷ୍ଠ ଆଇନଜୀବୀ ଅଶ୍ୱିନୀ କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ବାରିକ, ଶ୍ରୀମତୀ ମମତା ମଞ୍ଜରୀ ଦାସ, ସହଦେବ ଧରୁଆ, ଦୀପ୍ତିରଞ୍ଜନ ପରିଡ଼ା, ଶ୍ରୀମତୀ ଇତିଶ୍ରୀ ପତି, ପ୍ରସନ୍ନ କୁମାର ନାୟକ, ଅବିନ କୁମାର ସାହୁ, ଡାକ୍ତର ଧନୀରାମ ପାଣିଗ୍ରାହୀ, ଶ୍ରୀମତୀ ଜେମା ବେଦୀ, ଭୀମସେନ ନାୟକ, ମାଗୁଣି ସାହୁ, ଶିବପ୍ରସାଦ ସେଠୀ, ପ୍ରତାପ କୁମାର ବେଦୀ, ଅନୀଲ କୁମାର ପଟ୍ଟନାୟକ, ମାଗି ପ୍ରଧାନ, ମମତାରାଣୀ ସେଠୀ, 

ଶ୍ରୀମତୀ ଶୈଳବାଳା ନାୟକ, ଧବଳାଙ୍ଗୀ ଦାସ, କୁମୁଦ ଷଣ୍ଠ, ଶ୍ରୀମତୀ ଆଶା ମାଝା, ଶିବଶଙ୍କର ସେଠ, ଶ୍ରୀମତୀ ଇନ୍ଦିରା ସେଠି ପ୍ରମୁଖ ୨୪ ଜଣ ବ୍ୟକ୍ତିବିଶେଷଙ୍କୁ ଉପଢୌକନ, ମାନପତ୍ର ଓ ପଦକ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ପ୍ରଗତିଶୀଳ ଲେଖକ ମହାସଂଘର ସଂପାଦକ କଣ୍ଡୁରୀ ଚରଣ ଦାସ ସ୍ୱାଗତ ଭାଷଣ । ଦେବା ସହିତ ଉପସଭାପତି ଭାଗିରଥୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଚମକ ଚାନ୍ଦିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅବେଶନ ଶେଷରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ରକ୍ଷକ ନାୟକ ସଭାପତିତ୍ବ କରିଥିବାବେଳେ ଅଧ୍ୟାପିକା ସୌଦାମିନୀ ବେହେରା, ଗୋଲକ ବିହାରୀ ନାୟକ ଓ ଚମକ ଚାନ୍ଦିନୀ ଦାସ ସଂଯୋଜନା କରିଥିଲେ । ଏଥିରେ ବିଭିନ୍ନ ସ୍ଥାନରୁ ସମାଗତ ୫୦ରୁ ଊଦ୍ଧ କବି ସ୍ୱରଚିତ କବିତା ପାଠ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget