ଅନୁଗୁଳ, କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ଏହାର ଉତ୍ପାଦନ ୟୁନିଟ୍ ଅନୁଗୁଳ ଏବଂ ଦାମନଜୋଡ଼ିର ପାରିପାର୍ଶ୍ୱିକ ଗ୍ରାମର ବିଦ୍ୟାଳୟଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ ଏବଂ ପ୍ରୋତ୍ସାହିତ କରି ଆସୁଛି |
ଏହି କ୍ରମରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଅନୁଗୁଳସ୍ଥିତ ସ୍ମେଲଟର ଏବଂ ପାୱାର କମ୍ପ୍ଲେକ୍ସର ପାରିପାରିପାର୍ଶ୍ୱିକ ବିଦ୍ୟାଳୟର ମାଟ୍ରିକ୍ ପରିୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଶ୍ରେଷ୍ଠ 29 ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନାଲକୋନଗରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ସ୍ୱରୂପ ନଗଦ 5000 ଟଙ୍କା ଏବଂ ପ୍ରଶଂସା ପ୍ରମାଣପତ୍ର ପ୍ରତି ଛାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଲକୋ ମହିଳା ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ଏବଂ ନାଲକୋର କାର୍ଯ୍ୟପାଳକ ନିର୍ଦ୍ଦେଶକ (ଏସ.ଆଣ୍ଡ୍.ପି) ଶ୍ରୀ ଏ.ପି. ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।
ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ଉକ୍ତ ସମାବେଶକୁ ସମ୍ବୋଧିତ କରି ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର ପିଲାମାନଙ୍କୁ ସଫଳତାର ଏହି ଧାରା ବଜାୟ ରଖିବାକୁ ଏବଂ ଜୀବନରେ ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରୀ ରଖିବାକୁ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ: ‘ଅଧ୍ୟୟନ କରିବା, ସଂଘର୍ଷ କରିବା ଏବଂ ସଫଳତା ହାସଲ କରିବା’ ହିଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜୀବନର ମନ୍ତ୍ର ହେବା ଉଚିତ୍। ଏହି ଅବସରରେ, ଶ୍ରୀମତୀ ସସ୍ମିତା ପାତ୍ରଙ୍କର ଉଦବୋଧନ ପିଲାମାଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା।
ସେ କହିଥିଲେ ଯେ ଏକ ଉତ୍ତମ ଛାତ୍ର ହେବା ସହିତ, ଏକ ଦୃଢ଼ ଏବଂ ନୈତିକ ମୂଲ୍ୟବୋଧ ଭିତ୍ତିକ ବିକଶିତ ବ୍ୟକ୍ତିତ୍ୱ ତଥା ଭବିଷ୍ୟତରେ ଏକ ସମର୍ଥ ନାଗରିକ ହେବାପାଇଁ ଚେଷ୍ଟା କରିବା ମଧ୍ୟ ଆବଶ୍ୟକ। ଏହି ଶ୍ରେଷ୍ଠ ମାଟ୍ରିକୁଲେଟ୍ ପୁରସ୍କାର, ଅନୁଗୁଳସ୍ଥିତ ନାଲକୋର ଏସ.ଆଣ୍ଡ୍.ପି. କମ୍ପ୍ଲେକ୍ସର ପାରିପାର୍ଶ୍ୱିକ 22ଟି ବିଦ୍ୟାଳ ଏବଂ ଛେଣ୍ଡିପଦାସ୍ଥିତ କୋଇଲା ଖଣି ଅଞ୍ଚଳର 5ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇ ଆସୁଛି।
Post a Comment